ସ୍ୱାଧୀନତାର ୭୩ ବର୍ଷ ପରେ ସ୍ୱାଭିମାନ ଅଂଚଳରେ ଗଡ଼ିଲା ବସ…
ମାଲକାନଗିରି (ସ.ଖ.ପ୍ର ):ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ଜଳ ଭଣ୍ଡାର ମଧ୍ୟରେ ରହିଛି ସ୍ୱାଭିମାନ ଅଂଚଳ |ଗୁରୁପ୍ରିୟା ନଦୀ ଉପରେ ସେତୁ ତିଆରି ହେବା ପରେ ଏହି ଅଂଚଳରେ ଵିକାଶର ଧାରା ତ୍ବରାନ୍ବିତ ହେବାରେ ଲାଗିଛି |ଆଗରୁ ଲୋକେ ଲଞ୍ଚ ମାଧ୍ୟମରେ ଚିତ୍ରକୋଣ୍ଡାକୁ ଆସି ବସ ମାଧ୍ୟମ ରେ ଜିଲ୍ଲା ସଦରକୁ ଆସୁଥିଲେ ପୁଣି ସେହିପରି ପ୍ରତ୍ୟାବର୍ତ୍ତନ କରୁଥିଲେ |ତାଙ୍କୁ ପ୍ରାୟ ୨ ଦିନ ସମୟ ଲାଗୁଥିଲା |ଏବେ ଜିଲ୍ଲା ପ୍ରଶାସନ ତାଙ୍କର ଦୁଃଖକୁ ହୃଦୟଙ୍ଗମ କରି ସ୍ୱାଭିମାନ ଅଂଚଳର ଯୋଡ଼ମ୍ବ ପର୍ଯ୍ୟନ୍ତ ବସ ସେବା ଆରମ୍ଭ କରିଛନ୍ତି |ଏହି ବସ ମାଲକାନଗିରିରୁ ସକାଳ ୮ ଟାରେ ବାହାରି ମଧ୍ୟାହ୍ନ ୧୨ ଟା ରେ ଯୋଡ଼ମ୍ବରେ ପହଂଚିବ ଏବଂ ସେଠାରୁ ଅପରାହ୍ନ ୨ ଟା ରୁ ବାହାରି ସନ୍ଧ୍ୟା ୬ ଟା ରେ ମାଲକାନଗିରି ପହଂଚିବ |ଏହି କାର୍ଯ୍ୟକ୍ରମରେ ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣ ଚନ୍ଦ୍ର ବାକା, ସ୍ଵଂତନ୍ତ୍ର ଆଦିବାସୀ ଉନ୍ନୟନ ବିଭାଗ ଅଧ୍ୟକ୍ଷ ମାନସ ମାଡକାମୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦଶରଥ ପୋଡ଼ିଆମୀ, ଜିଲ୍ଲାପାଳ ମନୀଷ ଅଗ୍ରୱାଲ, ଜିଲ୍ଲା ଲୋକ ସମ୍ପର୍କ ଅଧିକାରୀ ଦିଲୀପ ସାମନ୍ତରାୟ ଓ ଅନ୍ୟମାନେ ଉପସ୍ଥିତ ଥିଲେ |ଏହି ବସ ସେବା ପାଇଥିବା ଯୋଗୁଁ ସ୍ୱାଭିମାନ ଅଂଚଳ ବାସି ବହୁତ ଖୁସିବ୍ୟକ୍ତ କରିଥିଲେ ଏବଂ ଜିଲ୍ଲା ପ୍ରଶାସନକୁ ଧନ୍ୟବାଦ ଜଣାଇଥିଲେ |