01/18/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ସ୍ଵେଚ୍ଛାସେବୀ ଅନୁଷ୍ଠାନ ସିଓ୍ବାର ମହିଳା ପରିବାର ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ

କୋରାପୁଟଜିଲ୍ଲା/ଜୟପୁର୦୭/୦୩(ସଖପ୍ର): ଅନ୍ତର୍ଜାତୀୟ ମହିଳା ଦିବସର ପାଳନ ପୂର୍ବକ ଜୟପୁରର ଅଗ୍ରୀଣ ସ୍ଵେଚ୍ଛାସେବୀ ଅନୁଷ୍ଠାନ ସିଓ୍ବାର ମହିଳା ପରିବାର ପକ୍ଷରୁ ଆଜି ସ୍ଥାନୀୟ ଜୟନଗର ସ୍ଥିତ ସିଓ୍ଵା ଅଫିସ ପରିସରରେ ଅନୁଷ୍ଠିତ ସ୍ଵେଚ୍ଛାକୃତ ରକ୍ତଦାନ ଶିବିରରେ ସର୍ବମୋଟ ୪୨ଜଣ ମହିଳା ରକ୍ତଦାନ କରି ମହିଳା ମାନଙ୍କ ପାଇଁ ଏକ ଦୃଷ୍ଟାନ୍ତ ସୃଷ୍ଟି କରିଥିଲେ।
ଆଜିର ଏହି କାର୍ଯ୍ୟକ୍ରମରେ ଅଧିକାଂଶ ମହିଳା ପ୍ରଥମ ଥର ପାଇଁ ରକ୍ତଦାନ କରିବା ଅନ୍ୟ ଏକ ବିଶେଷତ୍ଵ। ରକ୍ତଦାତା ପ୍ରତି ବ୍ୟକ୍ତିଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରିବା ସହ ଆଗାମୀ ଦିନରେ ନିଜ ନିଜର ବ୍ଲଡଗୃପ ଅନୁଯାୟୀ ଆବଶ୍ୟକ ସ୍ଥଳେ ରକ୍ତଦାନ କରିବା ପାଇଁ ପ୍ରସ୍ତୁତ ରହିବାକୁ ସହମତି ନିଆଯାଇଥିଲା।
ଏ ସମ୍ପର୍କରେ ସୂଚନା ଦେଇ ଅନୁଷ୍ଠାନ ପକ୍ଷରୁ ମହିଳା ମାନଙ୍କ ମଧ୍ୟରେ ରକ୍ତଦାନ ଦିଗରେ ରହିଥିବା ବିଭିନ୍ନ ପ୍ରକାର ଭୂଲ ଧାରଣାକୁ ଦୂର କରି ଜୟପୁର ଏବଂ ଆଖପାଖ ଅଞ୍ଚଳରେ ନିୟମିତ ବ୍ୟବଧାନରେ ସଚେତନତା ସୃଷ୍ଟି କରିବା ସହ ସ୍ଵତନ୍ତ୍ର ଭାବେ ମହିଳା ମାନଙ୍କ ପାଇଁ ରକ୍ତଦାନ ଶିବିର ସହ ଅନ୍ଯ ଆନୁସଂଗିକ କାର୍ଯ୍ୟକ୍ରମ ସବୁ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଥିଲା। ଏହି ଶିବିର ଜୟପୁର ବ୍ଲଡ଼ ବ୍ୟାଙ୍କର କର୍ମକର୍ତ୍ତା ଅଭୟଚରଣ ପଣ୍ଡା, ଅମ୍ଳାନ ଜ୍ୟୋତି ଦାସ, ମନୋସ୍ମିତା ପ୍ରଧାନ, ପ୍ରତିଭା ପାତ୍ରଙ୍କ ସହଯୋଗରେ ସିଓ୍ଵା ଅନୁଷ୍ଠାନର ଉଭୟ ମହିଳା ଏବଂ ପୁରୁଷ ସଭ୍ୟମାନେ ଅଂଶଗ୍ରହଣ କରିଥିଲେ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *