03/26/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ସ୍ଵତନ୍ତ୍ର ଶ୍ରମିକ ରେଳ ଯୋଗେ ତାମିଲନାଡୁର କୋମ୍ବାଟୁରରୁ ଆସିଲେ ୨୨୩ଜଣ ପ୍ରବାସୀ ଓଡ଼ିଆ ଶ୍ରମିକ

ରାୟଗଡ଼ାଜ଼ିଲ୍ଲା:(ପ୍ରତିନିଧି ଅମୁଲ୍ୟ ନିଶଙ୍କ) ପ୍ରବାସୀ ଓଡ଼ିଆ ଶ୍ରମିକ ତାମିଲନାଡ଼ୁରୁ ବିଭିନ୍ନ ସ୍ଥାନକୁ ଶ୍ରମିକ ଭାବରେ ରୋଜଗାର କରିବା ପାଇଁ ଆମ ରାଜ୍ୟର ଗଜପତି, ରାୟଗଡା,କୋରାପୁଟ, ନବରଙ୍ଗପୁର, କନ୍ଧମାଳ, ଓ ମାଲକାନଗିରି ଜିଲ୍ଲାରୁ ତାମିଲନାଡ଼ୁ ଯାଇଥିଲେ । ବିଶ୍ଵବ୍ୟାପୀ କରୋନା ମହାମାରୀ ଯୋଗୁଁ ତାଲାବନ୍ଦ ହେବା ଓ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବା ଫଳରେ ସ୍ଵତନ୍ତ୍ର ରେଳ ନମ୍ବର ୦୬୧୪୯ ଯୋଗେ କୋମ୍ବାତୁରରୁ ଆଜି ସନ୍ଧ୍ୟା ୫.୦୦ଘଟିକାରେ ସେମାନେ ରାୟଗଡ଼ା ପହଞ୍ଚିଲେ ।ବର୍ତମାନ ସୁଦ୍ଧା ରାୟଗଡା ଜ଼ିଲ୍ଲା କରୋନାର ସବୁଜ ଜୋନରେ ରହିଅଛି। ସେଥିପାଇଁ ପ୍ରବାସୀ ଶ୍ରମିକଙ୍କର ଜନସାଧାରଣ ଯେପରି ନିକଟରେ ନ ପହଂଚି ପାରନ୍ତି ସେଥିପାଇଁ ରାୟଗଡା ସହର କୁ ଦିନ 2ଘଣ୍ଟା ରୁ ସନ୍ଧ୍ୟା 7ଘଣ୍ଟା ପର୍ଯ୍ୟନ୍ତ 144ଧାରା ଜାରି କରାଯାଇଥିଲା।ଆଜିର ଏହି ସ୍ୱତନ୍ତ୍ର ଟ୍ରେନ ଯୋଗେ ଗଜପତିର ୧୯ଜଣ, ରାୟଗଡ଼ାର ୧୫୪ଜଣ, କୋରାପୁଟର ୧ଜଣ, ନବରଙ୍ଗପୁର ଜିଲ୍ଲାର ୧ଜଣ, କନ୍ଧମାଳର ୪୦ଜଣ ଓ ମାଲକାନଗିରି ଜିଲ୍ଲାର ୮ଜଣ ମିଶି ସର୍ବମୋଟ ୨୨୩ଜଣ ଶ୍ରମିକ ଆଜି ରାୟଗଡ଼ା ପହଞ୍ଚିଛନ୍ତି ।
ସେହି ଶ୍ରମିକମାଙ୍କୁ ରାୟଗଡା ଜିଲ୍ଲାପାଳ ଶ୍ରୀ ପ୍ରମୋଦ କୁମାର ବେହେରା, ଅତିରକ୍ତ ଜିଲ୍ଲାପାଳ ଶ୍ରୀ ଶରତ ଚନ୍ଦ୍ର ପଣ୍ଡା, ପିଡି.ଡି.ଆର ଡି.ଏ, ଶ୍ରୀ ଅମ୍ରିତ ରୁତୁରାଜ,
ଉପଜିଲ୍ଲାପାଳ ରାୟଗଡ଼ା ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ ପ୍ରମୂଖ ଉପସ୍ଥିତ ରହି ପ୍ରବାସୀ ଶ୍ରମିକ ମ।ନଙ୍କୁ ସ୍ବାଗତ କରିଥିଲେ। ପ୍ରବାସୀ ଶ୍ରମିକ ମାନଙ୍କୁ ରେଳ ଷ୍ଟେସନରେ ପଞ୍ଜିକରଣ କରିବା ସହିତ ସେମାନଙ୍କ ହାତରେ ସିଲ ମରାଯାଇ ଖାଦ୍ୟ ପୁଡ଼ିଆ ଦିଆଯାଇ ସଂପୃକ୍ତ ଜିଲ୍ଲା ଅଧିକାରୀ ମାନଙ୍କୁ ହସ୍ତାନ୍ତର କରିଥିଲେ ଓ ସେମାନେ ନିଜ ନିଜ ଗାଡ଼ିରେ ପ୍ରବାସୀ ଶ୍ରମିକ ମାନଙ୍କୁ ନେଇଯାଇଥିଲେ ।
ସେହିପରି ରାୟଗଡ଼ା ଜିଲ୍ଲାର ରାୟଗଡ଼ା ବ୍ଳକର ୩୭,ଗୁଣୁପୁର ବ୍ଲକର ୨୬ ଜଣ ଏବଂ ମୁନିଗୁଡା ବ୍ଳକର ୪ଜଣ, ପଦ୍ମପୁର ବ୍ଳକର ୧ଜଣ, ଗୁଡାରି ବ୍ଲକର ୪ଜଣ,ଚନ୍ଦ୍ର ପୁର ବ୍ଲକର ୫ଜଣ,କାଶୀପୁର ବ୍ଲକର ୯ଜଣ,ଓ କଲ୍ୟାଣସିଙ୍ଗପୁରର ୧୫ଜଣ ସର୍ବମୋଟ ୧୫୪ଜଣ ଶ୍ରମିକଙ୍କୁ ସଂପୃକ୍ତ ବିଡ଼ିଓ ମାନଙ୍କୁ ହସ୍ତାନ୍ତର କରାଯାଇ ଥିଲା।
ପ୍ରକାଶ ଥାଉକି ଅନ୍ୟ ଦିନ ମାନଙ୍କର ଭଳି ଆଜି ରେଳ ବିଭାଗ ତରଫରୁ ପ୍ରବାସୀଙ୍କ ନିର୍ଦ୍ଦିଷ୍ଟ ସଂଖ୍ୟା ସୂଚନା ଦେଇ ନଥିବା ସତ୍ବେ ଜିଲ୍ଲା ପ୍ରଶାସନ ତରଫରୁ ସମସ୍ତେ ବ୍ୟବସ୍ଥା କରି ପ୍ରସ୍ତୁତ ରହିଥିବାରୁ ଏତେ ସଂଖ୍ୟକ ପ୍ରବାସୀଙ୍କୁ ସୁରୁଖୁରୁ ଭାବରେ ନିଜ ନିଜ ଜିଲ୍ଲା ମାନଙ୍କୁ ବସ ଯୋଗେ ପଠାଇ ପାରିଛି ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *