ସ୍ଵତନ୍ତ୍ର ଶ୍ରମିକ ରେଳ ଯୋଗେ ତାମିଲନାଡୁର ତିରୁପୁରରୁ ଆସିଲେ ୮୫ ପ୍ରବାସୀ

ର।ୟଗଡ଼ା୨୬/୦୫ (ପ୍ରତିନିଧି ଅମୁଲ୍ୟ ନିଶଙ୍କ) ପ୍ରବାସୀ ଓଡ଼ିଆ ଶ୍ରମିକ ତାମିଲନାଡ଼ୁରୁ ବିଭନ୍ନ ସ୍ଥାନକୁ ଶ୍ରମିକ ଭାବରେ ରୋଜଗାର କରିବା ପାଇଁ ଆମ ରାଜ୍ୟର ଗଜପତି, ରାୟଗଡ।,କରାପୁଟ, ଓ ମାଲକାନଗିରି ଜିଲ୍ଲାରୁ ତାମିଲନାଡ଼ୁ ଯାଇଥିଲେ । ବିଶ୍ଵବ୍ୟାପୀ କରୋନା ମହାମରୀ ଯୋଗୁଁ ତଲ।ବନ୍ଦୀ ହେବାଫ ଳରେ ବିଭନ୍ନ ସମସ୍ୟାର ସମ୍ମୁଖୀନ ହେବେ ଫଳରେ ସ୍ଵତନ୍ତ୍ର ରେଲ ନମ୍ବର ୦୬୧୪୯ ଯୋଗେ କିମ୍ବତୁରରୁ ଆଜି ପୂର୍ବାହ୍ନ ୧୦.୩୦ ଘଟିକାରେ ସେମାନେ ରାୟଗଡ଼ା ପହଞ୍ଚିଲେ ।ଗଜପତି ରୁ ୨୬ଜଣ,ରାୟଗଡ଼ାର ୪୭ଜଣ,କୋରପୁଟର ୫ଜଣ, ମାଲକାନଗିରି ଜିଲ୍ଲାର 7ଜଣ ମିଶି ସର୍ବମୋଟ ୮୫ଜଣ ଶ୍ରମିକ ଆଜି ରାୟଗଡ଼ା ପହଞ୍ଚିଛନ୍ତି ।
ସେହି ଶ୍ରମିକମାଙ୍କୁ ରାୟଗଡା ଜିଲ୍ଲାପାଳ ଶ୍ରୀ ପ୍ରମୋଦ କୁମାର ବେହେରା,ଅତିରକ୍ତ ଜିଲ୍ଲା ପାଳ ଶ୍ରୀ ଶରତ ଚନ୍ଦ୍ର ପଣ୍ଡା,
ଉପଜିଲ୍ଲାପାଳ ରାୟଗଡ଼ା ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ ପ୍ରମୂଖ ଉପସ୍ଥିତ ରହି ପ୍ରବାସୀ ଶ୍ରମିକ ମ।ନଙ୍କୁ ସ୍ବାଗତ କରିଥିଲେ। ପ୍ରବାସୀ ଶ୍ରମିକ ମାନଙ୍କୁ ରେଲ ଷ୍ଟେସନରେ ପଞ୍ଜିକରଣ କରିବା ସହିତ ସେମାନଙ୍କୁ ହାତରେ ମହର ମରାଯାଇ ଖାଦ୍ୟ ପୁଡ଼ିଆ ସହ ସଂପୃକ୍ତ ଜିଲା ଅଧିକାରୀ ମ।ନଙ୍କୁ ହସ୍ତାନ୍ତର କରିଥିଲେ ।
ସେହିପରି ରାୟଗଡ଼ା ଜିଲ୍ଲାର ରାୟଗଡ଼ା ବ୍ଳକ୍ରର ୬,ଗୁଣୁପୁର ବ୍ଲକର ୧ଜଣ ଏବଂ ବିଷମ କଟକ ବ୍ଳକର ୩ଜଣ, କୋଲନାରାର ୬ଜଣ,ପଦ୍ମପୁର ବ୍ଳକର ୬ଜଣ, ଗୁଡ।ରି ବ୍ଲକର ୩ଜଣ,ଚନ୍ଦ୍ର ପୁର ବ୍ଲକର ୫ଜଣ,କାଶୀପୁର ବ୍ଲକ ର ୬ଜଣ,ଓ କଲ୍ୟାଣସିଙ୍ଗପୁରର ୭ଜଣ,ରାମନଗୁଡ଼ା ବ୍ଲକର ୪ଜଣ ସର୍ବମୋଟ ୪୬ଜଣ ଶ୍ରମିକଙ୍କୁ ସଂପ୍ରୁକ୍ତ ବିଡ଼ିଓ ମ।ନଙ୍କୁ ହସ୍ତାନ୍ତର କର।ଯାଇ ଥିଲ। ।
ଜିଲ୍ଲା ପ୍ରଶାସନ ତରଫରୁ ସମସ୍ତ ବ୍ୟବସ୍ଥା କରି ପ୍ରସ୍ତୁତ ରହି ଏତେ ସଂଖ୍ୟକ ପ୍ରବାସୀଙ୍କୁ ସୁରୁଖୁରୁ ଭ।ବରେ ନିଜ ନିଜ ଜିଲ୍ଲା ମ।ନଙ୍କୁ ବସ ଯୋଗେ ପଠାଇ ପାରିଛି ।