ସ୍ବୟଂ ସହାୟକ ଗୋଷ୍ଠୀ ମାନଙ୍କୁ ଜୟପୁର ପୌର ଅଧିକାରୀଙ୍କ ଅଣଦେଖା ଅଭିଯୋଗ
କୋରାପୁଟଜିଲ୍ଲା/ଜୟପୁର(ସଖପ୍ର): ମହିଳା ସଶକ୍ତିକରଣ ନିମନ୍ତେ ସରକାର ବିଭିନ୍ନ ଯୋଜନା କରି ମହିଳା ମାନଙ୍କୁ ଆତ୍ମନିର୍ଭରଶୀଳ କରୁଥିବାବେଳେ ଜୟପୁର ପୌର କାର୍ଯ୍ୟାଳୟରେ ଏହାର ବ୍ୟତିକ୍ରମ ଦେଖାଦେଇଛି। ତା୧୩,୦୬,୨୦୨୦ ରିଖରେ ଜୟପୁର ସହରରେ ଥିବା ୧୮ଟି ଗୋଷ୍ଠି ଶୌଚାଳୟର ରକ୍ଷଣାବେକ୍ଷଣ ନିମନ୍ତେ ୧୮ଟି ସ୍ବୟଂ ସହାୟକ ଗୋଷ୍ଠୀକୁ ଦେବାକୁ ନିର୍ଦ୍ଦେଶ ଜାରୀ କରିଥିଲେ। ଏହିକ୍ରମରେ ପୌରପରିଷଦ ତରଫରୁ ତା୨୦,୦୮,୨୦୨୦ରିଖରେ ୯ଟି ଗୋଷ୍ଠି ଶୌଚାଳୟର ରକ୍ଷଣାବେକ୍ଷଣ ପାଇଁ ଟେଣ୍ଡର ଆହ୍ବାନ କରାଯାଇଥିଲା।୯ଟି ଶୌଚାଳୟ ପାଇଁ ୯ଟି ସ୍ବୟଂ ସହାୟକ ଗୋଷ୍ଠି ଆବେଦନ ସହ ପୌରପରିଷଦର ସର୍ତ୍ତ ଅନୁସାରେ ପ୍ରତି ଗୋଷ୍ଠି ୫ହଜାର ଲେଖାଏ ଟଙ୍କା ଅମାନତ ରାଶି ଜମା ଦେଇଥିଲେ ମଧ୍ୟ ଆଜି ଯାଏ ସେମାନଙ୍କୁ କାର୍ଯ୍ୟାଦେଶ ଦିଆଯାଇନାହିଁ। ଜୟପୁର ପୌରପରିଷଦ ଅଧିନରେ ଥିବା ୨ଟି ପାର୍କର ରକ୍ଷଣା ବେକ୍ଷଣ ପାଇଁ ୨ଟି ସ୍ବୟଂ ସହାୟକ ଗୋଷ୍ଠିକୁ ତା୨୯,୦୬,୨୦୨୦ରିଖରେ ନିର୍ଦ୍ଦେଶ ଦିଆଯାଇଥିଲା। ସେ ୨ଟି ଗୋଷ୍ଠି ପୌରପରିଷଦ ପାଖରେ ଅମାନତ ରାଶି ଜମାକଲେ କିନ୍ତୁ ତା୩୦,୦୭,୨୦୨୦ ରିଖରେ ନିର୍ବାହୀ ଅଧିକାରୀ ଏହି ନିର୍ଦ୍ଦେଶକୁ ରଦ୍ଦ କରିଛନ୍ତି। ଜୟପୁର ପୌର ଅଧିକାରୀ ସ୍ବୟଂ ସହାୟକ ଗୋଷ୍ଠୀମାନଙ୍କୁ ଅଣଦେଖା କରୁଛନ୍ତି ଓ ମହିଳା ସଶକ୍ତିକରଣ କ୍ଷେତ୍ରରେ ବାଧକ ସାଜିଛନ୍ତି ବୋଲି ଆଜି ସ୍ଥାନୀୟ ବାଙ୍କମଠ ନିକଟ ବାବାସାହେବ କଲ୍ୟାଣ ମଣ୍ଡପରେ କୋରାପୁଟ ଜିଲ୍ଲା ଯୁବକ ସଂଗଠନର ଆବାହକ ରବିନ୍ଦ୍ର ମହାପାତ୍ର ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି।