05/17/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ସ୍ବାଭିମାନ ଅଞ୍ଚଳରେ ପୁଣି ପ୍ରଜାମେଳି

ମାଲକାନଗିରି (ସଖପ୍ର):ସାରା ଦେଶରେ କୋରୋନା କଟକଣା ଲାଗି ରହିଥିବାବେଳେ ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଚିତ୍ରକୋଣ୍ଡା ବ୍ଲକର ସ୍ବାଭିମାନ ଅଞ୍ଚଳର ଗୋରାସେତୁ ଠାରେ ଶହ ଶହ ଆଦିବାସୀ ଏକତ୍ରିତ ହୋଇଛନ୍ତି । ଏହି ପ୍ରଜାମେଳିର ନା’ ଥିଲା ସାମାଜିକ ଦୂରତା ନା’ ଥିଲା ମୁହଁରେ ମାସ୍କ । ୨ ଦଫା ଦାବି ନେଇ ୩ ଟି ପଞ୍ଚାୟତର ଶତାଧିକ ଲୋକ ପ୍ରଶାସନ ବିରୋଧରେ ଗର୍ଜିଥିଲେ । ସ୍ବାଭିମାନ ଅଞ୍ଚଳରେ ପୁଣି ପ୍ରଜାମେଳି ହୋଇଥିଲା |ଏଥିରେ ଲଞ୍ଚ ବ୍ୟବସ୍ଥା, ବିଏସ୍ଏଫ କ୍ୟାମ୍ପ ହଟାଇବାକୁ ଦାବି ୩ମାସ ହେବ ସ୍ଵାଭିମାନ ଅଞ୍ଚଳରେ ବନ୍ଦ ଥିବା ଲଞ୍ଚ ସେବାକୁ ଯଥାଶୀଘ୍ର ଚଳାଇବା ଆଦିକୁ ନେଇ ମିଳିତ ହୋଇଥିଲେ |୩ମାସ ଲଞ୍ଚ ବନ୍ଦ ରହିଥିବାବେଳେ ଲୋକେ ଏବେ ପାଣି ଘେରରେ ବନ୍ଦୀ ଜୀବନ ବିତାଉଛନ୍ତି । ସାରା ଦେଶରେ ଲକଡାଉନ କୋହଳ ହୋଇଥିବାରୁ ଗାଡି ଚଳାଚଳ ସ୍ବାଭାବିକ ହୋଇଛି । କିନ୍ତୁ ସ୍ବାଭିମାନ ଅଞ୍ଚଳରେ ସବୁ ଓଲଟା ଚାଲିଛି । ୩ ମାସ ଧରି ବନ୍ଦୀ ଜୀବନଯାପନ କରିବା ପରେ ତୁରନ୍ତ ଲଞ୍ଚ ଚଳାଇବା ନେଇ ଦାବି ହୋଇଛି । ଲଞ୍ଚ ବନ୍ଦ ଯୋଗୁଁ ଚିକିତ୍ସା ସେବାରେ ବାଧା ସୃଷ୍ଟି ହୋଇଥିବାବେଳେ ଅତ୍ୟାବଶକୀୟ ଜିନିଷ ମଧ୍ୟ ସ୍ବାଭିମାନ ଅଞ୍ଚଳକୁ ଯାଇପାରୁନାହିଁ । ଏଥିସହ ଦାରଲାବେଡା ଠାରେ ନୂତନ ଭାବେ ସ୍ଥାପିତ ହୋଇଥିବା ବିଏସଏଫ କ୍ୟାମ୍ପକୁ ବିରୋଧ କରିଥିଲେ । ଏଠାରେ ବିଏସଏଫ କ୍ୟାମ୍ପ ହେବା ଦ୍ବାରା ଯବାନ ଏହି ଅଞ୍ଚଳର ଲୋକଙ୍କୁ ମାରପିଟ କରିବା ସହ ନିର୍ଯାତନା ଦେଉଥିବା ନେଇ ଲୋକେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି । ସେନେଇ ତୁରନ୍ତ ବିଏସଏଫ କ୍ୟାମ୍ପ ହଟାଇବା ନେଇ ଦାବି କରିଛନ୍ତି । ତେବେ ଜିଲ୍ଲା ପ୍ରଶାସନ ନିକଟରେ ଦାବି କରିଆସୁଥିଲେ ମଧ୍ୟ କୌଣସି ସୁଫଳ ମିଳୁନଥିବା କହିଛନ୍ତି । ଦାବି ପୂରଣ ନହେଲେ ଆଗାମୀ ଦିନରେ ଏହି ଆନ୍ଦୋଳନକୁ ତୀବ୍ରତର କରାଯିବା ନେଇ ଚେତାବନୀ ଦେଇଛନ୍ତି ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *