ସ୍ବର୍ଗତ ଶ୍ରୀ ଦୋରାଙ୍କୁ ଗାର୍ଡ ଅଫ ଅନର ଦିଆଗଲା
ମାଲକାନଗିରି (ସଖପ୍ର):ମାଲକାନଗିରି ଜିଲ୍ଲା ତଥା ଅବିଭକ୍ତ କୋରାପୁଟ ଜିଲ୍ଲାର ଅତ୍ୟନ୍ତ ଦକ୍ଷ, ନିର୍ଭିକ ଓ ସ୍ପଷ୍ଟବାଦୀ ବରିଷ୍ଠ ଆଇନଜିବୀ , ଦୁଇଥରର ଉପ ବାଚସ୍ପତି,୩ ଥରର ବିଧାୟକ ସ୍ଵର୍ଗତ ପ୍ରହଲ୍ଲାଦ ଦୋରାଙ୍କ ଅକାଳ ଦୁଃଖଦାୟକ ବିୟୋଗ ସମଗ୍ର ରାଜ୍ୟ ପାଇଁ ଏକ ଅପୂରଣୀୟ କ୍ଷତି।ରାଜ୍ୟ ସରକାରଙ୍କ ତରଫରୁ ଗାର୍ଡ ଅଫ ଅନର ସହ ନିଜ ଗ୍ରାମରେ ଶେଷ କୃତ୍ୟ ସଂପନ୍ନ କରାଯାଇଥିଲା।ଏହି ଅନ୍ତିମ ଶୋଭାଯାତ୍ରାରେ ଚିତ୍ରକୋଣ୍ଡା ବିଧାୟକଙ୍କ ସହ ସ୍ଥାନୀୟ ସାଂସଦ ଶ୍ରୀ ରମେଶ ଚନ୍ଦ୍ର ମାଝୀ, ଲୋକ ପ୍ରତିନିଧି, ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ଜନ ସାଧାରଣ ଉପସ୍ଥିତ ରହି ଅମର ଆତ୍ମା ର ସଦଗତି ନିମନ୍ତେ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି। ସ୍ଵର୍ଗତ ଦୋରାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ତାଙ୍କର ଶୋକ ସନ୍ତପ୍ତ ପରିବାରବର୍ଗଙ୍କୁ ପ୍ରଭୁ ଜଗନ୍ନାଥ ଅସୀମ ସାହାସ ଓ ଧୌର୍ଯ୍ୟ ପ୍ରଦାନ କରନ୍ତୁ ବୋଲି ପ୍ରାଥନା କରିଛନନ୍ତି |
ମାଲକାନଗିରି ପ୍ରତିନିଧି ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ