ସ୍ବର୍ଗତ ଅଶୋକ ପାଣିଗ୍ରାହୀଙ୍କ ୧୮ତମ ଶ୍ରାଦ୍ଧଦିବସ ପାଳିତ
ରାୟଗଡା (ସଖପ୍ର):ସ୍ବର୍ଗତ ଅଶୋକ ପାଣିଗ୍ରାହୀ ଙ୍କ 18 ତମ ଶ୍ରାଦ୍ଧଦିବସ ଆଜି ରାୟଗଡା ଟ୍ରକ ମାଲିକ ୟୁନିଅନ ଓ ମୋଟର କର୍ମଚାରୀ ସଂଘ ପକ୍ଷରୁ ସ୍ଥାନୀୟ ଟ୍ରକ ୟୁନିଅନ କାର୍ୟଳୟ ଠାରେ ପାଳିତ ହୋଇଯାଇଛି ଲ ସର୍ବପ୍ରଥମେ ସ୍ବର୍ଗତ ପାଣିଗ୍ରାହୀ ଙ୍କ ଫୋଟ ଚିତ୍ର ରେ ପ୍ରଦୀପ ପ୍ରଜ୍ୱଳନ ଓ ପୁଷ୍ପା ମାଲ୍ୟ ଅର୍ପଣ କରିବା ସହିତ ୨ମିନଟ ନିରବ ପ୍ରାର୍ଥନା କରାଯାଇ ଶ୍ରାଦ୍ଧଦିବସ ପାଳନ ଆରମ୍ଭ କରାଯାଇଥିଲା l ସ୍ବର୍ଗତ ପାଣିଗ୍ରାହୀ କିପରି ଟ୍ରକ ୟୁନିଅନ କୁ ଚଳେଇଆସୁଥିଲେ ଓ ଟ୍ରକ ଡ୍ରାଇଭର କି ହେଲପର ଙ୍କ ପିଲାମାନଙ୍କୁ ପାଠ ପଢ଼ା ରେ କିପରି ସାହାଯ୍ୟ କରୁଥିଲେ ତାହା ଉପସ୍ଥିତ ଅତିଥି ମାନେ କହିଥିଲେ l କୌଣସି ଟ୍ରକ ଦୁର୍ଘଟଣା ଘଟିଲେ ତାହାର ସମାଧାନ ଅତିଶୀଘ୍ର କରୁଥିଲେ ବୋଲି ଆଜି ସେ ଆମ ନିକଟରେ ଆମର ବୋଲି ଉଭୟ ମାଲିକ ଓ କର୍ମଚାରୀ ମାନେ କହିଥିଲେ l ନୂତନ ଟ୍ରକ ୟୁନିଅନ ର କାର୍ଯ୍ୟାଳୟ ଯେଉଁଠାରେ ନିର୍ମାଣ ହେବେ ସେହି ସ୍ଥାନ ରେ ସ୍ବର୍ଗତ ଅଶୋକ ପାଣିଗ୍ରାହୀ ଙ୍କ ଏକ ପ୍ରତିମୂର୍ତ୍ତି ସ୍ଥାପନ ଟ୍ରକ ୟୁନିଅନ ସଭାପତି କୋଣ୍ଡା ବାବୁ ଙ୍କ ସମୟ ରେ କରିବା ପାଇଁ ମୋଟର କର୍ମଚାରୀ ସଂଘ ସଭାପତି ସୁନୀଲ କର କହିଥିଲେ l ଟ୍ରକ ୟୁନିଅନ ସଭାପତି କୋଣ୍ଡା ବାବୁ କହିଥିଲେ ଯେ ସ୍ବର୍ଗତ ଅଶୋକ ବାବୁ ଟ୍ରକ ମାଲିକ ଓ କର୍ମଚାରୀ ଙ୍କ ପାଇଁ ଯେଉଁ କାମ କରିଛନ୍ତି ତାହା ସବୁଦିନ ପାଇଁ ମାନେ ରହିବ ବୋଲି କହିଥିଲେ l ଏହି ଶ୍ରାଦ୍ଧଦିବସ କାର୍ଯ୍ୟକ୍ରମ ରେ ରାୟଗଡା ବ୍ଲକ ପୂର୍ବତନ ଜ଼ିଲ୍ଲା ପରିଷଦ ସଭ୍ୟ ପି ଗୌରୀଶଙ୍କର, ଚେଟି ବାବୁ, ଟ୍ରକ ମାଲିକ ସଂଘ ସଭାପତି ୟାଲା କୋଣ୍ଡା ବାବୁ, କାର୍ଯ୍ୟକାରୀ ସଭାପତି ଜି ରାମ ମୋହନ ରାଓ, ସମ୍ପାଦକ କେ ଜାନକୀ ରାମେୟା, ଉପସମ୍ପାଦକ ଏମ ଭାନୁ ଓ ସୁଦା ମୁଦୁଲି,ଉପ ସଭାପତି କେ ସୂରିବାବୁ,ଯେ ଧର୍ମା ଓ କୋଷାଧକ୍ଷ ଭି ଜି ପ୍ରସାଦ ଓ ପି କେ ସାମଲ ସେହିପରି ମୋଟର କର୍ମଚାରୀ ସଂଘ ସଭାପତି ସୁନୀଲ କର, ସମ୍ପଦକ ୟାଇ ସମାମୂର୍ତ୍ତି, ଉପ ସଭାପତି ଏମ ରାମନା, ଯୁଗ୍ମ ସମ୍ପାଦକ ବି ଶଙ୍କର ମୂର୍ତ୍ତି ଓ କୋଷାଧକ୍ଷ ଆଲାମ ଶିବା ଙ୍କ ସହିତ ସମସ୍ତ ମାଲିକ ଓ କର୍ମଚାରୀ ଉପସ୍ଥିତ ଥିଲେ l
ରାୟଗଡାରୁ ଅମୁଲ୍ୟ ନିଶଙ୍କ ରିପୋର୍ଟ