ସ୍ପର୍ଶ ସାମାଜିକ ସଙ୍ଗଠନ ଦ୍ବାରା ମାଗଣା ସାମଗ୍ରୀ ବଣ୍ଟନ

ରାୟଗଡାଜିଲ୍ଲା/ଜେକେପୁର: ଜେ.କେ. କାଗଜକଳର ସାମାଜିକ ଦାୟିତ୍ଵବୋଧ କାର୍ଯ୍ୟକ୍ରମ ଜରିଆରେ ବର୍ତମାନ କରୋନା (କୋଭିଡି-୧୯) ର ଭୟାଭୟତା ପ୍ରରିପ୍ରେକ୍ଷୀରେ ପାର୍ଶ୍ଵବର୍ତ୍ତୀ ୩ଟି କ୍ଲଷ୍ଟର ଅନ୍ତର୍ଗତ ୧୨ଟି ଗ୍ରାମର ସମସ୍ତ ପରିବାରକୁ ମାସ୍କ, ସାବୁନ୍, ସର୍ଫ ଓ ସାନିଟାରୀ ନାପକିନ୍ ପ୍ରଭୃତି ସାମଗ୍ରୀ ଗୁଡିକ ସହଯୋଗୀ “ସ୍ପର୍ଶ ସାମାଜିକ ସଙ୍ଗଠନ” ଦ୍ବାରା ପ୍ରଥମ ଦିନରେ ବଡଚାନ୍ଦିଲି, ସିଲଟିଗୁଡା ଗ୍ରାମରେ ବ୍ଲକ ଚେୟାରମେନ ଶ୍ରୀ ରାମୁଲ ପେଦେଣ୍ଟି , ବଡଚାନ୍ଦିଲିର ଶ୍ରୀ ବସନ୍ତ ପେଦେଣ୍ଟିଙ୍କ ଉପସ୍ଥିତିରେ ମାଗଣାରେ ବଣ୍ଟନ କରାଯାଇଥିଲା। ସଙ୍ଗଠନର ଆସୋସିଏଟ ପ୍ରୋଗ୍ରାମ ମ୍ୟାନେଜର ଶ୍ରୀ କିଶୋର କୁମାର ସାହୁ, ପ୍ରୋଗ୍ରାମ ଅଫିସର ଶ୍ରୀ ମନୋଜ ଯାଦବ, ପ୍ରକଳ୍ପ ଅଧିକାରୀ ଶ୍ରୀମତୀ ମନୁଶ୍ରୀ ରାୟ, ଉପ ପ୍ରକଳ୍ପ ଅଧିକାରୀ ରାଜେଶ ବିଶ୍ଵାଳ, ବିକ୍ରମ କେଶରୀ ପ୍ରଧାନ, ଫିରୋଜ କୁମାର ବେହେରା, ଅଶୋକ ନାଲା ପ୍ରମୁଖ ଉପସ୍ଥିତ ରହି ସୁଚାରୁରୂପେ କାର୍ଯ୍ୟକ୍ରମକୁ ସମ୍ପାଦନା କରିଥିଲେ। ଏହି ସମୟରେ ସାମାଜିକ ଦୂରତା ବଜାୟ ରଖିବାକୁ ଲୋକମାନଙ୍କୁ ପରାମର୍ଶ ଦିଆଯାଇଥିଲା। ଗ୍ରାମରେ ଥିବା ନାଳ ନର୍ଦ୍ଦମା ଓ ନଳକୂପ ଚତୁଃପାର୍ଶ୍ଵରେ ବ୍ଲିଚିଙ୍ଗ ପାଉଡର ସିଞ୍ଚନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ଆଗାମୀ ଦିନରେ ଜାରି ରହିବ।
