01/18/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ସ୍ଥାୟୀ ଜମିପଟ୍ଟା ଓ ବିଦ୍ୟୁତ ସଂଯୋଗ ଦାବୀରେ ସ୍ମାରକପତ୍ର

ଭଦ୍ରକ, ୦୨/୧୨ :(ସଖପ୍ର) ସ୍ଥାୟୀ ଜମିପଟ୍ଟା, ବିଦ୍ୟୁତ୍ ସଂଯୋଗ ଓ ଗମନାଗମନ ପରି ବିଭିନ୍ନ ମୌଳିକ ସମସ୍ୟାର ସମାଧାନ ଦାବିରେ ଆଜି ଶତାଧିକ ଅନୁସୂଚୀତ ଜନଜାତିର ବ୍ୟକ୍ତି ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ଭଦ୍ରକ ପୌରପାଳିକା ଅଧିନସ୍ଥ ୧୦ନମ୍ବର ୱାର୍ଡ଼ ଜଗନ୍ନାଥପୁର ଗ୍ରାମର ପ୍ରଫୁଲ୍ଲ ଚାମ୍ପିଆ, ଦେବେନ୍ଦ୍ର ମୁଣ୍ଡା, ବାଇଦର ମୁଣ୍ଡା, ରେବତୀ ହୋଙ୍କ ସମେତ ଶତାଧିକ ସ୍ୱାକ୍ଷର ସମ୍ବଳିତ ସ୍କାରକପତ୍ରରେ ଅଭିଯୋଗ ଅନୁଯାୟୀ ଉପରୋକ୍ତ ସାହିର ସାଳନ୍ଦୀ ନଦୀବନ୍ଧ କୂଳରେ ୩୬ରୁ ଉର୍ଦ୍ଧ୍ୱ ଆଦିବାସୀ ପରିବାର ୩ପୁରୁଷ ଧରି ରହିଆସୁଛନ୍ତି । ଦୀର୍ଘ ୧ଶହରୁ ଉର୍ଦ୍ଧ୍ବ ବର୍ଷ ଧରି ଏସମସ୍ତ ପରିବାରର ଶତାଧିକ ଲୋକ ଏହି ସ୍ଥାନରେ ବସବାସ କରୁଥିଲେ ମଧ୍ୟ ସେମାନଙ୍କୁ ଆଜି ଭୂମୀହୀନ ପଟ୍ଟା ଯୋଜନାରେ ସାମିଲ କରାଯାଇ ନାହିଁ । ଅପରପକ୍ଷରେ କେତେକ ପ୍ରଭାବଶାଳୀ ବ୍ୟକ୍ତି ସେମାନେ ବସବାସ କରୁଥିବା ଜମି ଉପରେ ଲୋଲୁପ ଦୃଷ୍ଟି ପକାଇ ସେମାନଙ୍କୁ ଏହି ସ୍ଥାନରୁ ତଡ଼ିବାକୁ ଉଦ୍ୟମ କରୁଛନ୍ତି ।

ସେହିପରି ବସବାସ କରୁଥିବା ଘରର ମରାମତି ପାଇଁ ସେମାନଙ୍କୁ ସୁଯୋଗ ଦିଆଯାଉନଥିବାବେଳେ, ସୌଭାଗ୍ୟଯୋଜନାରେ ସେମାନଙ୍କ ପାଇଁ ଉଦ୍ଦିଷ୍ଟ ବିଦ୍ୟୁତ୍ ସଂଯୋଗକୁ ସରକାରୀ ଚାକିରୀ କରିଥିବା ଲୋକମାନେ ବ୍ୟବହାର କରୁଛନ୍ତି । ତେଣୁ ସହରାଞ୍ଚଳ ଭୂମିହୀନଙ୍କୁ ପଟ୍ଟା ଯୋଜନାରେ ସେମାନଙ୍କୁ ପଟ୍ଟା ଯୋଗାଇ ଦେବାକୁ ସେମାନେ ଦାବୀ କରିଛନ୍ତି।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *