ସ୍କୁଲ ଓ ଅଙ୍ଗନବାଡି ଛାତ୍ର ଛାତ୍ରୀଙ୍କୁ ସାନିଟାଇଜର କୀଟ ସହିତ ବହି ଖାତା ବଣ୍ଟନ
ରାୟଗଡା : ପବିତ୍ର ୭୫ତମ ସ୍ବାଧୀନତା ଦିବସ ଅବସରରେ ରାୟଗଡା ବିଜୁ ଛାତ୍ର ଜନତାଦଳର ଜିଲ୍ଲା ସଭାପତି ଶ୍ରୀଯୁକ୍ତ ବିଷ୍ଣୁ ପଣ୍ଡା (ପିଙ୍କୁ )ପଦ୍ମପୁର ବ୍ଲକ ଅନ୍ତର୍ଗତ ଗୁଡ଼ିଆବନ୍ଧ ଗ୍ରାମ ପଞ୍ଚାୟତରେ ଥିବା 6ଟି ଗ୍ରାମର 9 ଗୋଟି ଅଙ୍ଗନବାଡିରେ ଅଙ୍ଗନବାଡି କେନ୍ଦ୍ରକୁ ଆସୁଥିବା ସମସ୍ତ ଛୋଟ ଛୁଆଙ୍କୁ ସାନିଟାଈଜର କିଟ (ମାସ୍କ, ସାନିଟାଈଜର, ହେଣ୍ଡ ୱାସ ) ସହ ନୋଟ ବୂକ, ପେନ, ପେନସିଲ, ଇରେଜର, ଶାରପନେର, ତ୍ରିରଙ୍ଗା ପତାକା, ଚକଲେଟ ବଣ୍ଟନକରାଯାଇଥିଲା। ଏହି କରୋନା ମହାମାରୀର ତୃତୀୟ ଲହରୀରେ ଶିଶୁ ମାନେ ଅଧିକ ସଂକ୍ରମିତ ହେବାର ଆଶଙ୍କା ଥିବାରୁ ଶିଶୁଙ୍କ ପ୍ରତି ବିଶେଷ ନଜର ରଖିବା ନିମନ୍ତେ ପ୍ରତ୍ୟକ ଜନସାଧାରଣଙ୍କ କର୍ତ୍ତବ୍ୟ ବୋଲି ପିଙ୍କୁ କହିଥିଲେ। ଏହି କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷ, ପଦ୍ମପୁର ତଥା ଜିଲ୍ଲା ଯୁବ ସମ୍ପାଦକ ଶ୍ରୀଯୁକ୍ତ ରମାକାନ୍ତ ମାଝୀ, ଜିଲ୍ଲା ଡିଜିଟାଲ ସମ୍ପାଦକ ଶ୍ରୀଯୁକ୍ତ ଜ୍ଞାନ ମିଶ୍ର, ବ୍ଲକ ଯୁବ ସଭାପତି ଶ୍ରୀଯୁକ୍ତ ପ୍ରଶାନ୍ତ ଦଳାଇ, ରାମନାଗୁଡ଼ା ବ୍ଲକ ଛାତ୍ର ସଭାପତି ଶ୍ରୀଯୁକ୍ତ ଦୀପକ ଦାଶ, ସନ୍ତୋଷ ପାଣିଗ୍ରାହୀ, ବ୍ଲକ ଛାତ୍ର ଉପ ସଭାପତି ଶ୍ରୀଯୁକ୍ତ ସୁନୀଲ ଦାଶ, ବ୍ଲକ ଛାତ୍ର ସମ୍ପାଦକ ଶ୍ରୀଯୁକ୍ତ ଭୁବନେଶ୍ୱର ଶବର, ଦିଗାମ୍ବର ଦାଶ, ଟୁନା ଶତପଥୀ, ଲୁଲୁ ଦାଶ, ସାଗର ଶବର, ଭାସ୍କର ଲିମା, ରାଜୁ ବିଡ଼ିକା, ଲଖଣ ଶବର, ବାବୁଲା ଦାଶ, ଆକାଶ ଦାଶ, ସୁଶାନ୍ତ ବିଡ଼ିକା, ଉଦୟ ଗରଡ଼ିଆ ପ୍ରମୁଖ ଯୋଗ ଦେଇଥିଲେ।
ରାୟଗଡାରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ