ସୋନାଲିର ଦୁଃଖ ଶୁଣିଲେ ପ୍ରଶାସନିକ ଅଧିକାରୀ…
ମାଲକାନଗିରି (ସ.ଖ.ପ୍ର):ମାଲକାନଗିରି ଜିଲ୍ଲାର କାଲିମେଳା ବ୍ଲକ ଭେଜାଙ୍ଗିୱାଡା ପଂଚାୟତ ଅନ୍ତର୍ଗତ କୁରକୁଣ୍ଡି ଗାଁର ଝିଅ ସୋନାଲି |ତାକୁ ୨ ମାସ ହେବା ସମୟରେ ନିଆଁରେ ପୋଡ଼ିଯାଇଥିବାରୁ ତାର ବାମ ଗୋଡ଼ ହରାଇଥିଲା |ଆମ ସାମ୍ବାଦିକଙ୍କୁ ତାର ଦୁଃଖ ଜଣାଇଥିଲା ଏବଂ ଆଗକୁ ପଢିବାକୁ ଇଛା ପ୍ରକାଶ କରିଥିଲେ |କୃତ୍ରିମ ଗୋଡ଼ ପାଇଁ ମଧ୍ୟ ପ୍ରଶାସନକୁ ସେ ନିବେଦନ କରିଥିଲେ |କେତେକ ଗଣମାଧ୍ୟମରେ ଏହା ପ୍ରକାଶିତ ହୋଇଥିଲା |ଏହାପରେ ପୁଣି ମାନବିକତାର ପରିଚୟ ଦେଇଥିଲେ କାଲିମେଳା ତହସିଲଦାର ଆଲୋକ କୁମାର ଅନୁଗୁଳିଆ |ସେ ତାର ଗାଁକୁ ଯାଇ ତାର ସବୁ କଥା ବୁଝିଥିଲେ |ଯେହେତୁ ସେ ସପ୍ତମ ପାସ କରିଛି, ତାକୁ କାଙ୍ଗୁରକୋଣ୍ଡା କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟରେ ଅଷ୍ଟମ ଶ୍ରେଣୀରେ ନାମ ଲେଖାଇଥିଲେ |ତାକୁ ସେଠାରେ ସ୍କୁଲ ବେଗ, ପୁସ୍ତକ ଓ ପୋଷାକ ଦେଇଥିଲେ |ସେହି ସମୟରେ ପ୍ରଧାନ ଶିକ୍ଷୟିତ୍ରୀ ଜସ୍ମିତା ମହାନ୍ତି, ଶିକ୍ଷକ କମଲକାନ୍ତ ମାଝୀ, ମୁରଲୀ ମାଲିକ ଓ ମାନସ ପଳେଇ ଉପସ୍ଥିତ ଥିଲେ |ତାର କୃତ୍ରିମ ଗୋଡ଼ ପାଇଁ ତାର ଗୋଡ଼ର ମାପ ଓଲଟପୁରକୁ ପଠା ଯାଇଛି |ତାହା ତିଆରି ହେଲାପରେ ସୋନାଲିକୁ ସେଠାକୁ ନିଆଯିବ ଏବଂ ଗୋଡ଼ ଲଗାଯିବ ବୋଲି ଶ୍ରୀ ଅନୁଗୁଳିଆ କହିଛନ୍ତି |ସୋନାଲିର ସବୁ ବ୍ୟବସ୍ଥା କରିଥିବାରୁ ତାର ପରିବାର ଲୋକ ଶ୍ରୀ ଅନୁଗୁଳିଆଙ୍କୁ ଧନ୍ୟବାଦ ଜଣାଇଛନ୍ତି |