November 18, 2025

Sabubarga Khabar

All category news

ସେଣ୍ଟ ଜାଭିୟର୍ସ ହାଇସ୍କୁଲର ଚତୁର୍ଥ ବାର୍ଷିକ ଉତ୍ସବ ପାଳିତ

ଜୟପୁର ୨୨/୦୧(ସଖପ୍ର): ଜୟପୂର ସହରସ୍ଥିତ ହାତୀ ଶାଳ ନିକଟରେ ଥିବା ସେଣ୍ଟ ଜାଭିୟର୍ସ ହାଇସ୍କୁଲର ୪ର୍ଥ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ଏହି କାର୍ଯ୍ଯକ୍ରମରେ ମୁଖ୍ୟ ଅତିଥି ଭାବେ ଜୟପୁର ବିଧାୟକ ଶ୍ରୀଯୁକ୍ତ ତାରାପ୍ରସାଦ ବାହିନୀପତି, ସମ୍ମାନିତ ଅତିଥି ରୂପେ ସେଣ୍ଟ୍ ଜାଭିୟର୍ସ ମୁଖ୍ୟ ଶିକ୍ଷାଧିକାରୀ ଏ. ସାମନ୍ତରାୟ,। ମୁଖ୍ୟ ବକ୍ତା ଭାବେ ସିଏମଡି, କେଡବ୍ଲୁଏସ୍ ଓ ସେଣ୍ଟ୍ ଜାଭିୟର୍ସ ଚେନ୍ ଅଫ୍ ସ୍କୁଲ୍ ର ବରିଷ୍ଠ ଯୁଗ୍ମ ସଚିବ ଏବଂ ଆଥଲେଟିକ୍ ଫେଡେରେସନ୍ ଅଫ୍ ଇଣ୍ଡିଆ ଉପ ସଭାପତି ଓ ଓଡିଶା ଆଥଲେଟିକ୍ ଆସୋସିଏସନ୍ ର ସଭାପତି ଡା.ଜି ଏସ୍ ପଟ୍ଟନାୟକ, ଅନ୍ୟାନ୍ୟ ଅତିଥି ରୂପେ ସେଣ୍ଟ୍ ଜାଭିୟର୍ସ ଜୋନାଲ ମୁଖ୍ୟ ସମ୍ପୂର୍ଣା ମିଶ୍ର, ପ୍ରମୁଖ ଯୋଗ ଦେଇଥିଲେ। ମୁଖ୍ୟ ବକ୍ତା ଡ଼ା. ଜି ଶ୍ରୀନିବାସ ନିଜ ଅଭିଭାଷଣରେ ଭବିଷ୍ୟତରେ ଜଣେ ଜଣେ ସୁନାଗରିକ ହେବା ପାଇଁ ଉପସ୍ଥିତ ଛାତ୍ର ଛାତ୍ରୀ ମାନଙ୍କୁ ଉପଦେଶ ପ୍ରଦାନ କରିଥିଲେ। ମୁଖ୍ୟ ଅତିଥି ବିଧାୟକ ତାରା ନିଜ ଅଭିଭାଷଣରେ ପିଲା ମାନଙ୍କୁ ଭଲ ପାଠ ପଢିବା ସହିତ ଭଲ କାମ କରି ବାପା,ମା ଏବଂ ଗୁରୁଜନ ମାନଙ୍କୁ ସଦାବେଳେ ସମ୍ମାନ ଦେବାକୁ କହିଥିଲେ। ଭଲ ପାଠ ପଢି ନିଜେ ଭଲ ମଣିଷଟିଏ ହେବା ସହିତ ରାଜ୍ୟ ଏବଂ ଦେଶର ନାମ କୁ ଟେକ ରଖିବା ପାଇଁ କହିଥିଲେ। ଆଜିର ବାର୍ଷିକ ଉତ୍ସବ ଉପଲକ୍ଷେ ସାଂସ୍କୃତିକ କାର୍ଯ୍ୟକ୍ରମ ର ମଧ୍ୟ ଆୟୋଜିତ ହୋଇଥିଲା। ଏଥିରେ ବିଭିନ୍ନ ପ୍ରକାର ନାଚ ଗୀତ ଏବଂ ଅନେକ କଳା ପ୍ରଦର୍ଶନ କରାଯାଇଥିଲା। ଚଳିତ ବର୍ଷ ହାଇସ୍କୁଲରେ ୭୯୨ ଜଣ ଛାତ୍ର ଛାତ୍ରୀ ପାଠ ପଢୁଥିବା ବେଳେ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ୬୨୭ ଜଣ ଛାତ୍ର ଛାତ୍ରୀ ଅଂଶଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ସର୍ବମୋଟ ୧୬ ଗୋଟି କଳା ପ୍ରଦର୍ଶନ କରାଯାଇଥିଲା । ଏହି କ୍ରମରେ ଅନ୍ୟାନ୍ୟ ଅତିଥି ମାନେ ମଧ୍ୟରେ ପ୍ରମୁଖ ଯୋଗଦେଇ ପିଲାମାନଙ୍କୁ ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ। ହାଇସ୍କୁଲର ଅଧ୍ୟକ୍ଷ ବିଷ୍ଣୂ ପ୍ରସାଦ ମିଶ୍ରଙ୍କ ପରିଚାଳନାରେ ଆୟୋଜିତ ଉତ୍ସବରେ ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ। ସର୍ବ ଶେଷରେ ହାଇସ୍କୁଲ୍ ର କୃତୀ ପ୍ରତିଯୋଗୀ ମାନଙ୍କୁ ଅତିଥି ମାନଙ୍କ ଦ୍ବାରା ପୁରସ୍କୃତ କରାଯାଇଥିଲା। ଶେଷରେ ପ୍ରଧାନ ଶିକ୍ଷୟିତ୍ରୀ ଶୁକ୍ଳା ଦେବନାଥ ଉପସ୍ଥିତ ଥିବା ସମସ୍ତ ଅତିଥି ଓ ଅଭିଭାବକ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *

ସବୁବର୍ଗ ଖବର | Newsphere by AF themes.