03/25/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ସେଞ୍ଚୁରିଅନ ଶିକ୍ଷାନୁଷ୍ଠାନରେ ବନମହୋତ୍ସବ ସପ୍ତାହ ପାଳିତ

ରାୟଗଡ଼ା : ପ୍ରାକୃତିକ ପରିବେଶ କୁ ସୁସ୍ଥ ରଖିବା ପାଇଁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ରାୟଗଡ଼ା ସହର ଉପଖଣ୍ଡ ପିତାମହଲ ସ୍ଥିତ ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟ ପରିସରରେ ଆଜି ବନମହୋତ୍ସବ ସପ୍ତାହ ପାଳନ କରାଯାଇଛି। ଏହି ସଚେତନତା କାର୍ଯ୍ୟକ୍ରମରେ ଜିଲ୍ଲା ଆଇନସେବା ପ୍ରାଧିକରଣ ଅଧିକାରୀ ଶ୍ରୀମତୀ ନିବେଦିତା ପଣ୍ଡା ଯୋଗୋଦେଇ ଛାତ୍ରଛାତ୍ରମାନଙ୍କୁ ଭିଡ଼ିଓ ମଧ୍ୟମରେ ଅଜିର ସମାଜରେ ବୃକ୍ଷ ଗୁରୁତ୍ୱ ସଂପର୍କରେ ଜଣାଇଥିଲେ । ଛାତ୍ରଛାତ୍ରୀଙ୍କ ମଧ୍ୟରେ ସଚତନତା ସୃଷ୍ଟି କରିବା ସହ ନିଜ ଅଭିଭାଷଣରେ ଗୋଟିଏ ବୃକ୍ଷ ୧୦ଟି ମଣିଷ ଜୀବନ ସହ ସମାନ ଓ ପ୍ରତିଟି ମଣିଷ ନଜ ଜୀବନରେ ପ୍ରତି ବର୍ଷ ଅତି କମରେ ଗୋଟିଏ ବୃକ୍ଷ ଲଗାଇବା ପାଇଁ ଆହ୍ୱାନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ସେଞ୍ଚୁରିଅନ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ରାଧାକୃଷ୍ଣ ମହାପାତ୍ର ଏହି କାର୍ଯ୍ୟକ୍ରମରେ ବୃକ୍ଷର ଉପକାରିତା ସମ୍ପର୍କରେ ଛାତ୍ରଛାତ୍ରଙ୍କୁ ଉଦବୋଧନ ଦେଇଥିଲେ। ସେହପରି ସେଞ୍ଚୁରିଅନ ଶିକ୍ଷାନୁଷ୍ଠାନର ନିର୍ଦ୍ଦେଶକ ରାଜେଶ କୁମାର ପାଢ଼ୀ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ସମସ୍ତଙ୍କୁ ବୃକ୍ଷ ଲଗାଇବା ସହ ସେହି ବୃକ୍ଷର ଯତ୍ନ ନେବା ଆବଶ୍ୟକ ବୋଲି ନିଜ ଅଭିଭାଷଣରେ ମତବ୍ୟକ୍ତ କରିଥିଲେ। ଏହାପରେ ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟ ପରିସରର ବିଭିନ୍ନ ସ୍ଥାନରେ ବୃକ୍ଷରୋପଣ କରି ପ୍ରାକୃତିକ ପରିବେଶ ପ୍ରତି ଛାତ୍ରଛାତ୍ରଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସେଞ୍ଚୁରିଅନ ଶିକ୍ଷାନୁଷ୍ଠାନର ସମସ୍ତ ଛାତ୍ରଛାତ୍ରୀଙ୍କ ସହ ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।
ରାୟଗଡାରୁ ପ୍ରତିନିଧି ଅମୁଲ୍ୟ ନିଶଙ୍କ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *