ସୂର୍ଯ୍ୟୋପରାଗ ସର୍ବମୋକ୍ଷ ହେବା ପରେ କରନ୍ତୁ ଏହି ୫ଟି କାମ, ନୂଆ ବର୍ଷରେ ରହିବନି ଧନର ଅଭାବ ଏବଂ ଫେରି ଆସିବ ସୁଖ-ଶାନ୍ତି
ଡିସେମ୍ବର ୨୬ ଅର୍ଥାତ୍ ଆଜି ଦେଖିବାକୁ ମିଳିଛି ମହାଜାଗତିକ ଦୃଶ୍ୟ ବିରଳ ସୂର୍ଯ୍ୟୋପରାଗ । ସକାଳ ୮ଟା ୨୦ ମିନିଟ୍ ୮ ସେକେଣ୍ଡରେ ବର୍ଷ ତଥା ଦଶନ୍ଧିର ଶେଷ ସୂର୍ଯ୍ୟ ପରାଗ ସ୍ପର୍ଶ କରିସାରିଛି । ୧୧ଟା ୨୯ ମିନିଟ୍ ୧୦ ସେକେଣ୍ଡରେ ସର୍ବମୋକ୍ଷ ହେବ। ଏହି ସୂର୍ଯ୍ୟୋପରାଗ ପ୍ରଥମେ ଆରବ ଦେଶ କାତାର, ୟୁଏଇ ଓ ଓମାନରେ ଦେଖାଯିବ । ଭାରତରେ ପ୍ରଥମେ କେରଳର ଚେରୁଭାତୁର ନାମକ ସ୍ଥାନରେ ସୂର୍ଯ୍ୟପରାଗ ଦୃଶ୍ୟମାନ ହେବ ବୋଲି ଜ୍ୟୋତିର୍ବିଦମାନେ ଗଣନା କରିଥିଲେ।
ତେବେ ଏହା ବର୍ଷ ତଥା ଦଶନ୍ଧିର ଶେଷ ସୂର୍ଯ୍ୟୋପରାଗ । ଜ୍ୟୋତିଷଶାସ୍ତ୍ର ଅନୁଯାୟୀ ପ୍ରାୟ ୫୮ ବର୍ଷ ପରେ ଏହି ସୂର୍ଯ୍ୟ ପରାଗ ସ୍ପର୍ଶ କରିଛି । ଏହି ପରାଗ ଯୋଗୁଁ ୬ ଗ୍ରହ ସୂର୍ଯ୍ୟ, ଗୁରୁ, ଚନ୍ଦ୍ରମା, ଶନି, ବୁଧ ଧନୁ ରାଶିରେ କେତୁ ସହିତ ମିଶିବେ। ଏହା ପୂର୍ବରୁ ଏଭଳି ପରାଗ୧୯୬୨ ଫ୍ରେବୃଆରୀ ୫ରେ ପଡ଼ିଥିଲା। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଯଦି ଆପଣ ଆସନ୍ତା ୨୦୨୦ ବର୍ଷକୁ ସୁଖ ଓ ଶାନ୍ତିରେ ଭରିଦେବାକୁ ଚାହୁଁଛନ୍ତି ତାହେଲେ ଆପଣଙ୍କୁ ସୂର୍ଯ୍ୟୋପରାଗ ସର୍ବମୋକ୍ଷ ହେବା ପରେ କିଛି କାମ ଅବଶ୍ୟ କରନ୍ତୁ।
୧. ନୂଆ ବର୍ଷକୁ ରଙ୍ଗୀନ କରିବାକୁ ଚାହୁଁଥିଲେ ସୂର୍ଯ୍ୟୋପରାଗ ସମୟରେ ରାହୁ-କେତୁ ସମ୍ବନ୍ଧିତ ଉପାୟ କରିବା ଲାଭଦାୟକ ହୋଇଥାଏ ବୋଳି କୁହାଯାଏ। ଏଭଳି କରିବା ଦ୍ବାରା ରାହୁ-କେତୁ ଶାନ୍ତ ରହିଥାନ୍ତି ଏବହ ଅନାବଶ୍ୟକ କଷ୍ଟରୁ ମୁକ୍ତି ମିଳିଥାଏ। ସମସ୍ତ ପ୍ରକାର ନକାରାତ୍ମକ ଶକ୍ତି ଆପଣଙ୍କ ଠାରୁ ଦୂରେଇ ରହିଥାଏ। ରାହୁ-କେତୁକୁ ଶାନ୍ତ କରିବାକୁ ହେଲେ ପରାଗ ପୂର୍ବରୁ ତେଲ, ରାଶି, କୋଇଲା, କଳା ବସ୍ତ୍ର ଦାନ କରିବାକୁ ରଖି ଦିଅନ୍ତୁ ଏବଂ ପରାଗ ସମାପ୍ତ ହେବା ପରେ ସ୍ନାନ ପୂଜା ଆଦି କରିସାରିବା ପରେ କୌଣସି ଅଭାବୀ ଲୋକଙ୍କୁ ଦାନ କରିଦିଅନ୍ତୁ ।
୨. ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ସୂର୍ଯ୍ୟୋପରାଗ ସମୟରେ ଗାୟତ୍ରୀ ମନ୍ତ୍ର, ଗୁରୁ ମନ୍ତ୍ର, ସୂର୍ଯ୍ୟମନ୍ତ୍ର, ନାରାୟଣ ମନ୍ତ୍ର ଜପ ତଥା ଧ୍ୟାନ କରିବା ନିହାତି ଦରକାର। ଏଭଳି କରିଲେ ଆପଣଙ୍କ କୁଣ୍ଡଳୀରେ ଥିବା ସମସ୍ତ ଗ୍ରହର ଅଶୁଭ ପ୍ରଭାବ ଦୂର ହୋଇଯାଇଥାଏ। ଏହାଦ୍ବାରା ନୂଆ ବର୍ଷରେ ଆପଣଙ୍କୁ ଭଲ ଫଳ ମଧ୍ୟ ମିଳିବ। ଏହା ସହିତ ନୂଆ ବର୍ଷରେ ଆପଣଙ୍କ ଆୟରେ ବୃଦ୍ଧି ହୋଇପାରେ।
୩. ନୂଆବର୍ଷକୁ ଅତିରଞ୍ଜିତ କରିବା ପାଇଁ ପରାଗ ସର୍ବମୋକ୍ଷ ହେବା ପରେ ପବିତ୍ର ନଦୀରେ କିମ୍ବା ଜଳରେ ଗଙ୍ଗାଜଳ ପକାଇ ସ୍ନାନ କରିବା ଉଚିତ୍। ଶାରୀରିକ ଏବଂ ମାନସିକ ଶୁଦ୍ଧି ପାଇଁ ପରାଗ ପରେ ସ୍ନାନ କରିବା ଜରୁରୀ ଅଟେ। ସ୍ନାନ ପରେ ଭଗବାନ ବିଷ୍ଣୁଙ୍କ ପୂଜା କରନ୍ତୁ ଏବଂ ଦୀପ ଜାଳନ୍ତୁ। ଏହା ଦ୍ବାରା ସ୍ବାସ୍ଥ୍ୟ ଉପରେ ଅନୁକୂଳ ପ୍ରଭାବ ପଡ଼ିଥାଏ ଏବଂ ପ୍ରତିଷ୍ଠା ପ୍ରାପ୍ତି ହୋଇଥାଏ।
୪. ସୂର୍ଯ୍ୟୋପରାଗ ପରେ ଅନ୍ନ, କପଡ଼ା ଏବଂ ଧନ ଦାନ-ପୂର୍ଣ୍ଣ କରିବାର ବିଧାନ ରହିଛି। ଜ୍ୟୋତିଷଶାସ୍ତ୍ର ଅନୁସାରେ, ଏଭଳି କରିବା ଦ୍ବାରା ଜୀବନରେ ଥିବା ଦୁଃଖ କଷ୍ଟ ତଥା ନାନା ସମସ୍ୟା ଶେଷ ହେବାକୁ ଲାଗେ। ନୂଆ ବର୍ଷରେ ଗ୍ରହଙ୍କ ପୀଡ଼ାରୁ ମୁକ୍ତି ମିଳିବ ଏବଂ ଚାକିରୀରେ ଅଧିକ ଦରମା ଓ ପ୍ରମୋସନ ହେବ।
୫. ସୂର୍ଯ୍ୟୋପରାଗ ସମୟରେ ଆପଣଙ୍କ ଇଷ୍ଟଦେବୀଙ୍କ ମନ୍ତ୍ର ଜପ କରିବା ବହୁତ ଲାଭଦାୟକ ବୋଲି କୁହାଯାଇଥାଏ। ତାଙ୍କର ଉପାସନା କରିବା ଦ୍ବାରା ବ୍ୟକ୍ତିଙ୍କ ଜୀବନରେ ଉନ୍ନତି ଆସିଥାଏ।