12/07/2024

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ସୁସାହିତ୍ୟିକ ନାରାୟଣ ଚନ୍ଦ୍ର ସେନାପତିଙ୍କୁ ଟିକିତାରା-୨୦୧୯ ସମ୍ମାନ

ପୁରୀ: ୨୮/୧୨: ପୁଣ୍ୟଧାମ ପୁରୀ ନିକଟସ୍ଥ ଚନ୍ଦ୍ରଶେଖର ପୁର ପାଠାଗାରଠାରେ ଅନୁଷ୍ଠିତ ଟିକିତାରାର ବାର୍ଷିକ ଉତ୍ସବରେ କେନ୍ଦୁଝର ହାଟଡିହୀ ବ୍ଲକ୍ ଜମ୍ଭରା ଗ୍ରାମର ନାରାୟଣ ଚନ୍ଦ୍ର ସେନାପତି ଙ୍କୁ ଟିକିତାରା ୨୦୧୯ ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଛି।

ଏହି ଉତ୍ସବରେ କ୍ରୀଷ୍ଣା ମହାପାତ୍ରଙ୍କ ସଭାପତିତ୍ୱର ଏହି ସଭାରେ ସଚ୍ଚିଦାନନ୍ଦ ମହାପାତ୍ର ଉଦଘାଟକ ରୂପେ ଯୋଗଦେଇଥିବା ବେଳେ ଡ଼ଃ କୈଳାସ ଚନ୍ଦ୍ର ଟିକ୍କାୟତରାୟ ମୁଖ୍ୟ ଅତିଥି ଓ ଆଇନଜୀବୀ ସଦାଶିବ ମିଶ୍ର,ହେମନ୍ତ କୁମାର ଛୋଟରାୟ,ପୌର୍ଣ୍ଣମାସୀ ଦେବୀ,ବିଜୟ କୁମାର ପଣ୍ଡା,ଶରତ ଚନ୍ଦ୍ର ସାହୁ ଓ ଚନ୍ଦ୍ରଶେଖରର ମହାରଣା ଆଦି ଯୋଗଦେଇଥିଲେ।ବାର୍ଷିକ ମୂଖପତ୍ର ଟିକିତାରା ଓ ଶ୍ରୀଲେଖାର ପଞ୍ଚକଲମ ସଂକଳନ ଗୁଡିକ ଲୋକାର୍ପଣ କରାଯାଇଥିଲା।ଏହି ସଭାରେ କେନ୍ଦୁଝର ଜମ୍ଭରାର ନାରାୟଣ ଚନ୍ଦ୍ର ସେନାପତି ଙ୍କୁ ସାହିତ୍ୟ ରେ ପାରଦର୍ଶିତା, ଆଦର୍ଶ ଶିକ୍ଷକତା ଓ ସମାଜଗଠନରେ ଭୂମିକା ପାଇଁ ଟିକିତାରା -୨୦୧୯ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା।ଏହା ସହ ହାସ୍ୟମୟୀ ରାଜ,କଣ୍ଡୁରୀ ଚରଣ ରାଉତ,ଦିପ୍ତୀ ପ୍ରିୟଦର୍ଶିନୀ ସୂତାର,ଅରୁଣ କୁମାର ସାହୁ,ବୈଜୟନ୍ତୀ ସାହୁ,ସଂଧ୍ୟାରାଣୀ ଦାଶ ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ସୁସାହିତ୍ୟ ରଚନା,ସୁଶିକ୍ଷକତା ଓ ସମାଜ ଗଠନରେ ବ୍ରତୀ ଥିବା ୨୫ଜଣ ପ୍ରତିଭାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ଅତିଥୀଙ୍କ ଦ୍ୱାରା ବର୍ଣ୍ଣବୋଧର ଗୁରୁତ୍ୱ,ସାହିତ୍ୟର ମର୍ଯ୍ୟାଦା,ବ୍ୟକ୍ତି-ସମାଜର ଉନ୍ନତିରେ ଭାଷା ସାହିତ୍ୟିର ଭୂମିକା ଉପରେ ଆଲୋକପାତ କରାଯାଇଥିଲା।ଉତ୍ସବ ପ୍ରାରମ୍ଭରେ ଅନୁଷ୍ଠିତ କବିତା ଆସରରେ ନାରାୟଣ ଚନ୍ଦ୍ର ସେନାପତି,ବିଜୟଲକ୍ଷ୍ମୀ ଦାଶ ,ହରପ୍ରିୟା ମୁଦୁଲି,ସର୍ବାଣୀ ମିଶ୍ରଙ୍କ ସଂଯୋଜନାରେ ୬୦ରୁ ଉର୍ଦ୍ଧ୍ଵ ଶିଶୁ-କିଶୋର କବିତା ପାଠ କରାଯାଇ ସମ୍ପାଦକ ବିପିନ ବିହାରୀ ଦଳାଇଙ୍କ ଦ୍ୱାରା ସମୀକ୍ଷା କରାଯାଇଥିଲା।ତତ୍ପରେ ପରମପୂଜ୍ୟ ମଧୁସୂଦନ ରାଓଙ୍କ ଶ୍ରାଦ୍ଧ ବାର୍ଷିକୀ ମହାସମାରୋହରେ ପାଳିତ କରାଯାଇଥିଲା।ଐଶ୍ୱର୍ଯ୍ୟା ଦାଶ, ସଂଘମିତ୍ରା ବାରକ,ପ୍ରିୟଙ୍କା ପାତ୍ର,ସୁନୀଲ ବେହେରା ଓ ଶୁଭମ୍ ଦାସଙ୍କ ପରି କୋମଳମତି ବାଳକ ବାଳିକାଙ୍କ ଦ୍ୱାରା ଅଭିନବ ଆବାହାନୀ ସଂଗୀତଗାନ ସଭିଙ୍କୁ ମନ୍ତ୍ରମୁଗ୍ଧ କରିଥିଲା।ସର୍ବଶେଷରେ ସମ୍ପାଦକ ବିପିନବିହାରୀ ଦଳେଇ ସାହିତ୍ୟ ସଂସ୍କୃତିର ସଂହତିପୂର୍ଣ୍ଣ ଆଶୀର୍ବଚନ ପ୍ରଦାନ କରିବା ସଙ୍ଗେ ସଙ୍ଗେ ଧନ୍ୟବାଦ ଅର୍ପଣ କରିଥିଲେ।

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *