03/26/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ସୁବର୍ଣ୍ଣପୁର ଜିଲ୍ଲା ବିଜେଡ଼ିର ଯୁବ ଓ ଛାତ୍ର ସମାବେଶ

ସୁବର୍ଣ୍ଣପୁର: ଜିଲ୍ଲା ବିଜେଡି ପକ୍ଷରୁ ସୁବର୍ଣ୍ଣପୁର ସ୍ଥାନୀୟ ଭୀମଭୋଇ କଳା ମଣ୍ଡପଠାରେ ଆୟୋଜିତ ହୋଇଯାଇଛି ଯୁବ ଓ ଛାତ୍ର ସମାବେଶ । ଜିଲ୍ଲା ବିଜେଡି ଯୁବ ସଭାପତି ଅଶୋକ ନନ୍ଦଙ୍କ ପୌରହିତ୍ୟରେ ଆୟୋଜିତ ଏହି ସମାରୋହରେ ଦଳୀୟ ଯୁବ ନେତା ଓ ଛାତ୍ରନେତାମାନେ ନିଜ ନିଜର ଅଭିଭାଷଣ ରଖିଥିଲେ। ଏଥର ମଞ୍ଚ ତଳେ ବରିଷ୍ଠ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ମନ୍ତ୍ରୀ ପଦ୍ମନାଭ ବେହେରା, ବିଧାୟକ ରୋହିତ ପୂଜାରୀ ପ୍ରମୁଖ ବସି ଆଗାମୀ ପିଢ଼ିର ନେତାମାନଙ୍କୁ ଉତ୍ସାହିତ କରିଥିଲେ। ତେବେ ତୃଣମୂଳ ସ୍ତରରୁ ଦଳକୁ ମଜଭୁତ କରିବା ଓ ପ୍ରତ୍ୟକ୍ଷ ନିର୍ବାଚନରେ ଯୁବକ ଓ ଛାତ୍ର ମାନଙ୍କୁ ସୁଯୋଗ ଦେବା, ବକ୍ତାମାନଙ୍କର ଅଭିଭାଷଣର ପ୍ରମୁଖ ବିଷୟ ଥିଲା। ହେଲେ ଜିଲ୍ଲାରେ ବିଜେଡିର ଏପରି କାର୍ଯ୍ୟକ୍ରମ ଦେଖି ବିଜେପି ଓ କଂଗ୍ରେସ ଦଳର ସ୍ଥିତି ନ ଥିବା ସାଧାରଣରେ ଆଲୋଚନା ହେଉଛି।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *