ସୁନ୍ଦର ମୋ ଭାଷା ସାହିତ୍ୟ ଜମ୍ଭରାର ଅଭିନଵ କବିତା ଆସର

ବାଲେଶ୍ବର,୫/୭– ସୁନ୍ଦର ମୋ ଭାଷା ସାହିତ୍ୟ ଜମ୍ଭରା,କେନ୍ଦୁଝର ତରଫରୁ ଜମ୍ଭରା ଠାରେ ସାନ୍ଧ୍ୟ ଅଭିନଵ ୱାଟସାପ କବିତା ଆସର ମହା ସମାରୋହରେ ପାଳିତ ହୋଇଯାଇଛି । ସଂସଦର ପ୍ରତିଷ୍ଠାତା ନାରାୟଣ ଚନ୍ଦ୍ର ସେନାପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆସରରେ କେମାନ,ଆଇସଲ୍ୟାଣ୍ଡ,ଯୁକ୍ତରାଜ୍ୟର ଯୁବ ବୈଜ୍ଞାନିକ ମାନସ ପାଠୀ ମୁଖ୍ୟ ଅତିଥି ଥିବାବେଳେ ଲକ୍ଷ୍ମୀ ନାରାୟଣ ପଟ୍ଟନାୟକ ସମ୍ପାଦକ ବଣମଲ୍ଲୀର ମହକ, ଡ଼ଃ କୃତିବାସ ନାୟକ,ପୂର୍ବତନ ନିର୍ଦ୍ଦେଶକ ଆକାଶବାଣୀ ସମ୍ମାନିତ ଅତିଥି ଓ ଡ଼ଃ ମହେନ୍ଦ୍ର ପ୍ରସାଦ ଦାସ ମୁଖ୍ୟ ଆବାହକ ଓ ଉଦ୍ଘାଟକ ରୂପେ କାର୍ଯ୍ୟକ୍ରମର ଉଦ୍ଘାଟନ କରିଥିଲେ ।ସଂଗଠନ ସଂଚାଳକ ପ୍ରଭଞ୍ଜନ ତ୍ରିପାଠୀଙ୍କ ପରିଚାଳନାର ଏ ଆସରରେ ୩୦ରୁ ଉର୍ଦ୍ଧ୍ଵ ରାଜ୍ୟସ୍ତରୀୟ କବି କବୟିତ୍ରୀ ସୁନ୍ଦର ସୁନ୍ଦର ପ୍ରସଙ୍ଗର କବିତାମାନ ସୁନ୍ଦର ଓ ଭାବପୂର୍ଣ୍ଣ ଢଙ୍ଗରେ ସସ୍ୱର ଆବୃତ୍ତି କରି ଏହାକୁ ଜମ୍ଭରା ଶ୍ରୀଜଗନ୍ନାଥ ମନ୍ଦିର ସେବା ଟ୍ରଷ୍ଟକୁ ଜଗନ୍ନାଥଙ୍କ ନିଳାଦ୍ରୀ ବିଜୟ ଉଦ୍ଦେଶ୍ୟରେ ସମର୍ପଣ କରିଥିଲେ । ପ୍ରାରମ୍ଭରେ ଯୁବ କବି ସୌମ୍ୟରଂଜନ ଦାଶଙ୍କ ମନ୍ତ୍ର ପାଠ ସହ ଯୁବ ପ୍ରତିଭା ଅମରନାଥ ବାରିକଙ୍କ ଭକ୍ତି ସଂଗୀତ ଏକ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି କରିବା ସଙ୍ଗେ ସଙ୍ଗେ ହାସ୍ୟମୟୀ ରାଜ କେନ୍ଦୁଝର, ପ୍ରମୋଦ ଦାସ ବୁର୍ଲା ,ଦୀପ୍ତି ଦେବଦର୍ଶିନୀ ସୂତାରକେନ୍ଦୁଝର,ସୁଧାଞ୍ଜଳି ମିଶ୍ର ବ୍ରହ୍ମପୁର,ଗୌରୀ ପଣ୍ଡା କୋରାପୁଟ,ଅଶୋକ ପାଢ଼ୀ ଜୟପୁର,ଶକୁନ୍ତଳା ମିଶ୍ର ଖୋର୍ଦ୍ଧା, ମାମିନୀ ଦାଶ କୋରାପୁଟ,ଅପର୍ଣ୍ଣା ମିଶ୍ର ଯାଜପୁର,ସୁପ୍ରିୟା ମିଶ୍ର ଯାଜପୁର,ବୈଜୟନ୍ତୀ ସାହୁ ପୁରୀ,ଛବିରାଣୀ ପତି ଜଗତସିଂହପୁର, ସ୍ବର୍ଣ୍ଣଲତା ପତି ସମ୍ବଲପୁର,ରୁକ୍ମିଣୀ ସାହୁ ମୟୁରଭଞ୍ଜ ଶୋଭାଗିନୀ ନନ୍ଦ,କୋରାପୁଟ,ଉମାକାନ୍ତ ଦାସ ଯାଜପୁର କେନ୍ଦୁଝର,ସାଧନା ପଣ୍ଡା ଭୁବନେଶ୍ୱର,ନାରାୟଣ ଚନ୍ଦ୍ର ସେନାପତି କେନ୍ଦୁଝର,ମହେନ୍ଦ୍ର ପ୍ରସାଦ ଦାସ କୋରାପୁଟ,ପ୍ରଭଞ୍ଜନ ତ୍ରିପାଠୀ ନବରଙ୍ଗପୁର,ସ୍ବର୍ଣ୍ଣଲତା ପତି ସମ୍ବଲପୁର,ତୃପ୍ତିରାଣୀ ପାତ୍ର ବାଲେଶ୍ୱର ପ୍ରମୁଖଙ୍କ ଭକ୍ତି ଭାବ,ପ୍ରେମ,ଦେଶାତ୍ମବୋଧକ, ବ୍ୟଙ୍ଗ କବିତା ପାଠ ସହ ଲାଳିତ୍ୟ ସଂଗୀତ ଗାନ ଆସରକୁ ବିମୋହିତ କରିଥିଲା । ପର୍ଯ୍ୟବେକ୍ଷକ ଭାବେ ସୁଶିକ୍ଷକ ଗଜନୀ ଚନ୍ଦ୍ର ଶେଖର କୋରାପୁଟ, ସାମ୍ବାଦିକ ନରେନ୍ଦ୍ର ପ୍ରସାଦ ବେହେରା ବାଲେଶ୍ୱର ଓ ବିଷ୍ଣୁପ୍ରସାଦ ମିଶ୍ର କୋରାପୁଟ ପର୍ଯ୍ୟବେକ୍ଷଣ କରିବା ସଙ୍ଗେ ସଙ୍ଗେ ଅନୁଷ୍ଠାନର ପୃଷ୍ଠପୋଷକ ପ୍ୟାରୀମୋହନ ମଲ୍ଲିକ,ପଞ୍ଚାନନ ମହାନ୍ତି,ଅଶ୍ୱନୀ ମହାନ୍ତି,ନଳିନୀକାନ୍ତ ମହାନ୍ତି, ନୃସିଂହ ଚରଣ ହାତୀ, ଅମୁଲ୍ୟ ହାତୀ,ବିଜୟ ନାୟକ,ପୁଷ୍ପିତା ପହି,ସ୍ଥିତପ୍ରଜ୍ଞା ହୋତା,ଅରୂପ ରାଉତ,ବବିତା ରାଉଳ,କାହ୍ନୁଚରଣ ହାତୀ,ପ୍ରଶାନ୍ତ ସେନାପତି,ଚିନ୍ମୟ ନାୟକ,ବିଶ୍ୱରଞ୍ଜନ ମହାନ୍ତି,ନଳିନୀକାନ୍ତ ମହାନ୍ତି,ରଞ୍ଜନ ମହାପାତ୍ର, ସ୍ମିତରଞ୍ଜନ ସେନାପତି,ସୁଶାନ୍ତ ଜେନା,ନୃସିଂହ ଚରଣ ସେନାପତି, ଗୋକୁଳି ଜେନା,ମଦନ ମୋହ ନାୟକ,କୃପାସିନ୍ଧୁ ମଲ୍ଲିକ,ଅକ୍ଷୟ କୁମାର ମଲ୍ଲିକ ଓ ଜମ୍ଭରା ଗ୍ରାମବାସୀ ଗଣ ଶୁଭେଚ୍ଛା ପ୍ରଦାନ ସହ ଏହି ମହନୀୟ କାର୍ଯ୍ୟପାଇଁ ଭୁୟସୀ ପ୍ରଶଂସା କରିଥିଲେ ଓ ଅନୁଷ୍ଠାନ ବରିଷ୍ଠ ସଦସ୍ୟା ହାସ୍ୟମୟୀ ରାଜ ସଭିଙ୍କୁ ଧନ୍ୟବାଦ ଅର୍ପଣ ଓ କୃତଜ୍ଞତା ଜ୍ଞାପନ କରିଥିଲେ।

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରା ରିପୋର୍ଟ