ସୁନା ଦୋକାନରୁ ବିଳମ୍ବିତ ରାତିରେ କଳାକନା ବୁଲାଇଲେ ଦୁର୍ବୃତ୍ତ
ରାୟଗଡା (ସଖପ୍ର):ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ ସଦର ମୁଖ୍ୟ ବଜାର ନିକଟରେ ଥିବା ମା ଶାରଳା ସୁନା ଦୋକାନରେ ପଶି କଳାକନା ବୁଲାଇଛନ୍ତି ଦୁବୁର୍ତ୍ତ। ସୂଚନା ଅନୁଯାୟୀ ୩ତାରିଖ ରାତିରେ ମା ଶାରଳା ସୁନା ଦୋକାନର ମାଲିକ ଶ୍ରୀ ଦୀପକ କୁମାର ସାହୁ ପ୍ରତିଦିନ ଭଳି ଗତକାଲି ରାତି୯ ଘଣ୍ଟା ସମୟରେ ଦୋକାନ ବନ୍ଦ କରି ଘରକୁ ଯାଇଥିଲେ।ଭୋରରୁ ଘର ମାଲିକ ଦୋକାନର ତାଲା ଭାଙ୍ଗି ପଡିଥିବା ଜାଣିବାକୁ ପାଇଥିଲେ ପରେ ଏସମ୍ପର୍କରେ ଦୋକାନ ମାଲିକଙ୍କୁ ଖବର ଦେବା ସହ ଦୋକାନ ମାଲିକ ଦୋକାନରେ ଚୋରି ହୋଇଥିବା ରାମନାଗୁଡା ଥାନାରେ ଖବର ଦେଇଥିଲେ। ଦୋକାନରୁ ୧୦ହଜାର ଟଙ୍କା ସହ ୪ଗ୍ରାମ ସୁନା,୩୦୦ଗ୍ରାମ ରୂପା ଅଳଙ୍କାର ଚୋରି ହୋଇଥିବା ସୂଚନା ମିଳିଛି।ମିଳିଥିବା ପ୍ରାପ୍ତ ସୂଚନା ଅନୁଯାୟୀ ପଡିଶା ଦୋକାନରେ ଲାଗିଥିବା ସିସିଟିଭି ଫୁଟେଜ ୨ଜଣ ଦୁବୁର୍ତ୍ତ ୧୨.୫୫ରେ ଆସି କଳାକାର ବୁଲାଇଥିବା ଚିତ୍ର କ୍ୟାମେରାରେ ଉତ୍ତୋଳନ ହୋଇଥିବା ଜଣାପଡିଛି। ଦୀର୍ଘ ଦିନ ହେବ ରାମନାଗୁଡା ଅଞ୍ଚଳରେ ଚୋରି ବଢୁଥିବା ବେଳେ ରାମନାଗୁଡା ପୋଲିସ କାର୍ଯ୍ୟଦକ୍ଷତା ପ୍ରଶ୍ନବାଚୀ ସୃଷ୍ଟି ସୋଇଛି।ଏନେଇ ସ୍ଥାନୀୟ ଲୋକେ ନିଜକୁ ଅସୁରକ୍ଷିତ ମଣିବା ସହ ପୋଲିସ ଠାରୁ ଆସ୍ଥା ତୁଟୁଇଥିବା କହିଛନ୍ତି। ସେହିପରି ରାତି ସମୟରେ ଧିମା ପ୍ରୋଟ୍ରୋଲିଂ କଡାକଡି ବ୍ୟବସ୍ଥା କରାଯାଉନଥିବାରୁ ଦିନକୁ ଦିନ ଅଞ୍ଚଳରେ ଚୋରଙ୍କ ପ୍ରାଦୁର୍ଭାବ ବଢ଼ି ଚାଲିଛି।ଏନେଇ ରାମନାଗୁଡା ଥାନାରେ ଦୋକାନ ମାଲିକ ଏତଲା ଦେବା ପୋଲିସ ଏନେଇ ତଦନ୍ତ ଜାରି ରଖିଛି। ସ୍ଥାନୀୟ ବାସିନ୍ଦା କହିବା ଅନୁଯାଇ ରାମନାଗୁଡ଼ା ଜାତୀୟ ରାଜପଥ ରେ ଅବସ୍ଥିତ ତେଣୁ ଦୁର୍ବୁତ୍ତ ମାନେ ଅନାୟାସ ରେ ଚୋରି କରି ଖସି ଯାଉଛନ୍ତି ରାମନାଗୁଡ଼ା ରେ ମହିଳା ଥାନା ଅଧିକାରୀ ଙ୍କ ବଦଳ ରେ ଅନ୍ୟ ଏକ ପୁରୁଷ ଅଧିକାରୀ ଙ୍କୁ ଏହି ଥାନାରେ ନିଯୁକ୍ତି ଦେବା ପାଇଁ ଦାବି ଜୋର ଧରିଛି । ଏହି ରାମମନାଗୁଡ଼ା ଥାନା ରେ ଗୃହରକ୍ଷୀ ମାନେ ନିଜ ର କାର୍ଯ୍ୟସମ୍ପାଦନ ସୁଚାର ରୂପେ କରୁଥିବା ବେଳେ ଥାନା ର ଥାନା ଅଧିକାରୀ ଓ ଅନ୍ୟ ଏସ ଆଇ ଓ ଏ ଏସ ଆଇ ମାନେ ନିଜ କର୍ତବ୍ୟ ରେ ଢିଲା କରିବା ର ଦେଖିବାକୁ ମିଳୁଛି ବୋଲି ସ୍ଥାନୀୟ ଜନସାଧାରଣ ଆଲୋଚନା କରୁଛନ୍ତି । ଜ଼ିଲ୍ଲା ପୋଲିସ ଆରକ୍ଷୀ ଅଧକ୍ଷ ରାମନାଗୁଡ଼ା ଥାନା ପ୍ରତି ଦୃଷ୍ଟି ଦେଇ ଏକ ଦକ୍ଷତା ସମ୍ପନ ପୁରୁଷ ଅଧିକାରୀଙ୍କୁ ନିଯୁକ୍ତି ପାଇଁ ଦାବି କରୁଛନ୍ତି ।
ରାୟଗଡାରୁ ଅମୁଲ୍ୟ ନିଶଙ୍କ ରିପୋର୍ଟ