ସି ଆର ପି ଏଫ 4ବାଟାଲିୟନ ରାୟଗଡା ପକ୍ଷରୁ ବୃକ୍ଷ ରୋପଣ
ରାୟଗଡା(ସଖପ୍ର): ରାୟଗଡା ସହର ଉପଖଣ୍ଡ ଧୂମଗୁଡା ବାଇସିଂ ରାସ୍ତାର ଘାଟି ପାହାଡ଼ରେ ଚତୁର୍ଥ ବାଟାଲିଅନ ରାୟଗଡା ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆଜିର ଏହି କାର୍ଯ୍ୟକ୍ରମରେ ପ୍ରାୟ ବିଭିନ୍ନ ପ୍ରକାରର ୧୫୦ ବୃକ୍ଷ ରୋପଣ କରାଯାଇଛି। ଆଜି ଏହି ପବିତ୍ର ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଅବସରରେ ଏହି କାର୍ଯ୍ୟକ୍ରମକୁ ସି ଆର ପି ଏଫ ଡେପୁଟି କମାଣ୍ଡେଣ୍ଟ ଶ୍ରୀ ଅଶୋକ କାର୍ଯ୍ୟକ୍ରମର ଶୁଭ ଉଦଘାଟନ ସହିତ ବୃକ୍ଷ ରୋପଣ କରିଥିଲେ। ଏହି କାର୍ଯ୍ୟକ୍ରମ ଆଗାମୀ ଏକ ମାସ ଧରି ଚାଲୁ ରହିବ ବୋଲି କହିଥିଲେ। ଆମରି ଚତୁର୍ଥ ବାଟାଲିଅନ ପକ୍ଷରୁ ଏହି ପାହାଡ଼ ସମେତ ରାୟଗଡା ଜିଲ୍ଲାର ସମଗ୍ର ଅଞ୍ଚଳରେ ବୃକ୍ଷ ରୋପଣ କରାଯିବ ବୋଲି କହିଥିଲେ। ରାୟଗଡା ସହରର ଏକ ସୌନ୍ଦର୍ଯ୍ୟ ଓ ଲୋକଙ୍କ ମନୋରଞ୍ଜନ ସ୍ଥଳୀ ହେଉଛି ଏହି ପାହାଡ଼। ଏହି ଠାକୁ ସହରର ବହୁ ଜନସାଧାରଣ ସଖାଳୁ ଓ ସନ୍ଧ୍ୟା ସମୟରେ ଭ୍ରମଣ ପାଇଁ ଆସନ୍ତି ସେଥିପାଇଁ ଆମେ ଏହି ପାହାଡରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଛୁ । ଏହି କାର୍ଯ୍ୟକ୍ରମରେ ଅତିଥି ମାନଙ୍କ ମଧ୍ୟରେ ଶ୍ରୀ ସନ୍ତୋଷ କୁମାର ଉପସ୍ଥିତ ରହିଥିଲେ । ଏହି କାର୍ଯ୍ୟକ୍ରମକୁ ସି ଆର ପି ଏଫ ର ଲୋକ ସମ୍ପର୍କ ଅଧିକାରୀ ସରୋଜ ମହାନ୍ତି ପରିଚାଳନା କରିଥିଲେ। ଆଜିର ଏହି କାର୍ଯ୍ୟକ୍ରମରେ ଯବାନ ମାନେ ପାହାଡକୁ ସଫାସୁତୁରା କରି ସ୍ଵଚ୍ଛ ରଖିଥିଲେ । ଏହି ପାହାଡଟି ଯେପରି ସବୁଜିମାରେ ପୂର୍ଣ୍ଣ ହେବ ସେଥିପାଇଁ ଚେଷ୍ଟାଜାରୀ ରହିବ କହିଥିଲେ।
ରାୟଗଡା ପ୍ରତିନିଧି ଅମୁଲ୍ୟ ନିଶଙ୍କ