ସିଲାଇ ତାଲିମ କାର୍ଯ୍ୟକ୍ରମ ପ୍ରକଳ୍ପ କୌଶଲ୍ୟାର ଶୁଭାରମ୍ଭ

ରାୟଗଡା ଜ଼ିଲ୍ଲା:(ପ୍ରତିନିଧି ଅମୁଲ୍ୟ ନିଶଙ୍କ) ରାୟଗଡା ଜ଼ିଲ୍ଲାର ଟିକିରି ଦୋରାଗୁଡା ଠାରେ ଅବସ୍ଥିତ ଆଦିତ୍ୟ ବିର୍ଲା ଗ୍ରୁପର ପ୍ରମୁଖ ଧାତୁ କମ୍ପାନୀ ହିଣ୍ଡାଲ କୋ ର ଏକ ଅଂଶ ଉତ୍କଳ ଆଲୁମିନା ଇଣ୍ଟେରନେସନଲ ଲିମିଟେଡ଼ କମ୍ପାନୀ ନିଜର ସାମାଜିକ ପ୍ରତିବଦ୍ଧକୁ ପାଳନ କରି ଟେଲର ଶିଲାଇ ତାଲିମ ପ୍ରଶିକ୍ଷଣ ଜରିଆରେ ମହିଳାଙ୍କୁ ସଶକ୍ତି କରିବା ଉଦେଶ୍ୟରେ ଯୋଗିପାରିତୁଣ୍ଡ ଗ୍ରାମ ଠାରେ ସିଲାଇ ତାଲିମ କାର୍ଯ୍ୟକ୍ରମ ପ୍ରକଳ୍ପ କୌଶଲ୍ୟାକୁ ଶୁଭ ଉଦଘାଟନ କରାଯାଇଛି।ଏହି କାର୍ଯ୍ୟକ୍ରମକୁ ମିଳିତ ଭାବେ ଅଣ୍ଡିରା କାଞ୍ଚ ଥାନା ଅଧିକାରୀ ଶ୍ରୀ ସୁକାନ୍ତ ଦଳାଇ କୋଡ଼ିପାରି ନାଇବ ସରପଞ୍ଚ ଶ୍ରୀ ରତ୍ନାକର ନାୟକ ଓ ଡି ଜି ଏମ ସି ଏସ ଆର ଉତ୍କଳ ଆଲୁମିନା ଶ୍ରୀ ଶିବ ଶଙ୍କର ମହାପାତ୍ର ଉଦଘାଟନ କରିଥିଲେ। ଖଣି ଅଂଚଳର ପାରିପାର୍ଶ୍ୱ ଗ୍ରାମ ଯୋଗିପାରିତୁଣ୍ଡ ହାତୀଖାମନ ବାଗ୍ରୀମୁଣ୍ଡା ଗ୍ରାମର 30ଜନ ମହିଳା ଏହି ସିଲେଇ ତାଲିମରେ ସାମିଲ ହୋଇଛନ୍ତି।ଏହି ପରିପେକ୍ଷୀରେ ଦୋରାଗୁଡା ସ୍ଥିତ ଉତ୍କଳ ଆଲୁମିନାର ୟୁନିଟ ମୁଖ୍ୟ ଶ୍ରୀ ଏନ ନାଗେଶ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ କହିଛନ୍ତି ଯେ ଗ୍ରାମ ବାସୀଙ୍କୁ ଜୀବନ ଜୀବିକା ସହାୟତା ପ୍ରଦାନ କରିବା ସହ ଖଣି ଅଂଚଳର ପାରି ପାର୍ଶ୍ୱ ଗ୍ରାମର ଉନ୍ନତି ପାଇଁ ଉତ୍କଳ ଆଲୁମିନା ସଦା ସର୍ବଦା ବଧ ପରିକର ବୋଲି କହିଛନ୍ତି। ପୁନଶ୍ଚ ଶ୍ରୀ ନାଗେଶ କହିଛନ୍ତି ଏହି ପ୍ରଶିକ୍ଷଣକୁ ଯେଉଁ ମହିଳା ମାନେ ସଫଳର ସହ କୃତକାର୍ଯ୍ୟ ହୋଇ ସିଲାଇକୁ ଯେଉଁ ମାନେ ପେଶା ରୂପେ ପରିଗଣିତ କରିବେ ସେମାନଙ୍କୁ କମ୍ପାନୀ ପକ୍ଷରୁ ସହାୟତା ରାଶି ପ୍ରଦାନ କରାଯିବ।ଏହି ଅବସରରେ ଅନ୍ୟ ମାନଙ୍କ ମଧ୍ୟରେ କମ୍ପାନୀ ପ୍ରବନ୍ଧକ ପ୍ରଶାସକ ସୁକାନ୍ତ ମହାପାତ୍ର, ପ୍ରବନ୍ଧକ ସି ଏସ ଆର ସୁକାନ୍ତ ଧଳ ତଥା ବିଭିନ୍ନ ଗୋଷ୍ଠି ରମୁଖ୍ୟ ମାନେ ଉପସ୍ଥିତ ରହିଥିଲେ।