01/22/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ସିଧୁ କାହ୍ନୁହୁଲ ଦିବସ ପାଳିଲେ ସାନ୍ତାଳ ସମ୍ପ୍ରଦାୟ …

ମାଲକାନଗିରି (ସ.ଖ.ପ୍ର): ମାଲକାନଗିରି ନିକଟସ୍ଥ ଏମ ଭି -୫ ଜଗତପାଲିଠାରେ ସିଧୁ କାହ୍ନୁବଳିଦାନ ଦିବସ ପାଳନ କରାଯାଇଛି |ଏହି କାର୍ଯ୍ୟକ୍ରମରେ କାନ୍ଦା ହାଁସଦା ସଭାପତିତ୍ୱ କରିଥିଲେ |ମୁଖ୍ୟ ଅତିଥି ରୂପେ ନେହେରୁ ଯୁବ କେନ୍ଦ୍ର ଅଧିକାରୀ ହରିଶ ରୁପଲ, ମୁଖ୍ୟବକ୍ତା ଭାବେ ଅଧ୍ୟାପକ ଡ଼. ରଞ୍ଜନ କୁମାର ସ୍ୱାଇଁ ଯୋଗ ଦେଇଥିଲେ |ଅତିଥିମାନେ ସିଧୁ କାନ୍ହୁ ଭାରତର ସ୍ୱାଧୀନତା ସଂଗ୍ରାମରେ ସାନ୍ତାଳ ମାନଙ୍କ ଜଳ, ଜଙ୍ଗଲ ଓ ଜମିକୁ ନେଇ ଲଢେଇ କରିଥିଲେ |ଏହି କାର୍ଯ୍ୟକ୍ରମ ଆରମ୍ଭରେ ପତାକା ଉତ୍ତଳନ କରିବା ପରେ ବୃକ୍ଷରୋପଣ କରାଯାଇଥିଲା |ସେଠାରେ ସମସ୍ତଙ୍କୁ କରୋନା ବିଷୟରେ ସଚେତନ କରାଯାଇଥିଲା |କୋଭିଡ -୧୯ କୁ ଦୃଷ୍ଟିରେ ରଖି ନିରାଡ଼ମ୍ବର ଭାବେ ଏହି କାର୍ଯ୍ୟକ୍ରମ ପାଳନ କରାଯାଇଥିଲା |ଏହି କାର୍ଯ୍ୟକ୍ରମରେ ରବୀନ୍ଦ୍ର ମାଣ୍ଡି, ବବଲୁ ମୁର୍ମୁ, କାନଦ୍ରା ହାଁସଦା, ରତନ ମାରାଣ୍ଡି, ମହେଶ ହେମ୍ବ୍ରମ, ଶିବୁ କିଶୋକ, କୀମତ ମୁର୍ମୁ, ରଞ୍ଜନ ମୁର୍ମୁ, ପିଣ୍ଟୁ ମୁର୍ମୁ ଉପସ୍ଥିତ ଥିଲେ |ଶେଷରେ ଲବଣି ସୋରେନ ଧନ୍ୟବାଦ ଅର୍ପଣ କରିଥିଲେ |

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *