01/22/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ସିଡସ୍ ଅନୁଷ୍ଠାନ ତରଫରୁ ଓଡ଼ିଆ ଭାଷାରେ କମ୍ପ୍ୟୁଟର ପ୍ରୋଗ୍ରାମିଂ ବ୍ୟବସ୍ଥା

ଭୂବନେଶ୍ଵର: ୦୭/୦୨/୨୧ SCRATCH (https://scratch.mit.edu/) ହେଉଛି ଏକ ପ୍ରାରମ୍ଭିକ କମ୍ପ୍ୟୁଟର ପ୍ରୋଗ୍ରାମ ଯାହାକି ପିଲା ଏବଂ ନୂତନ ଭାବରେ କମ୍ପ୍ୟୁଟର ପ୍ରୋଗ୍ରାମିଂ ଶିଖିବା ପାଇଁ ଆବଶ୍ୟକ । ସ୍କ୍ରାଚ୍ ସହିତ ଆପଣ ନିଜର ଇଣ୍ଟରାକ୍ଟିଭ୍ କାହାଣୀ, ଖେଳ, ଆନିମେସନ୍ ପ୍ରୋଗ୍ରାମ କରିପାରିବେ ଏବଂ ଅନଲାଇନ ମାଧ୍ୟମରେ ଅନ୍ୟମାନଙ୍କ ସହିତ ଆପଣଙ୍କର ତିଆରି କରୁଥିବା ବିଭିନ୍ନ ପ୍ରକାର କାହାଣୀ, ଖେଳ ବାଣ୍ଟି ପାରିବେ । ସ୍କ୍ରାଚ୍ ପିଲା ମାନଙ୍କର ସୃଜନଶୀଳତା ବିକାଶ, ବ୍ୟବସ୍ଥିତ ଭାବରେ ତର୍କ କରିବା ଏବଂ ମିଳିତ ଭାବରେ କାର୍ଯ୍ୟ କରିବା ପାଇଁ ସାହାଯ୍ୟ କରେ। ଯାହାକି ଏକବିଂଶ ଶତାବ୍ଦୀରେ ଜୀବନ ପାଇଁ ଅତ୍ୟାବଶ୍ୟକ ଦକ୍ଷତା ଅଟେ। ସ୍କ୍ରାଚ୍ ହେଉଛି MIT ମିଡିଆ ଲ୍ୟାବରେ ‘ଆଜୀବନ ଶିଶୁ ଶ୍ରେଣୀ’ ଗୋଷ୍ଠୀର ଏକ ପ୍ରକଳ୍ପ । ଏହା ମାଗଣାରେ ଯୋଗାଇ ଦିଆଯାଉଛି ଏବଂ ଏହା ବିଭିନ୍ନ ଭାଷାରେ ଉପଲବ୍ଧ ଅଟେ।

ଶିକ୍ଷା କ୍ଷେତ୍ରରେ କାର୍ଯ୍ୟ କରୁଥିବା ଅଗ୍ରଣୀ ଜାତୀୟ ସ୍ତରର “ପ୍ରଥମ” ଏନଜିଓ ର ପ୍ରୟାସରେ ସ୍କ୍ରାଚ୍ ଅନେକ ଭାରତୀୟ ଭାଷାରେ ଅନୁବାଦ କରାଯାଇଛି | ପ୍ରାଥମିକ ବିଦ୍ୟାଳୟରେ ମଧ୍ୟ ଛୋଟ ପିଲାମାନଙ୍କ ପାଇଁ ଇଂରାଜୀ ଭାଷା ଜ୍ଞାନ ନଥାଇ ମଧ୍ୟ ସ୍କ୍ରାଚ୍ ପୋର୍ଟାଲ୍ ବ୍ୟବହାର କରି କମ୍ପ୍ୟୁଟର ପ୍ରୋଗ୍ରାମିଂ ଶିଖିବା ଏହାଦ୍ବାରା ସମ୍ଭବ ହୋଇଥାଏ | ଏହି ଓଡିଆ ଅନୁବାଦ କାର୍ଯ୍ୟ ସ୍ୱେଚ୍ଛାକୃତ ଭାବେ ଜାଭିୟର ବିଶ୍ୱବିଦ୍ୟାଳୟର କମ୍ୟୁଟର ବିଭାଗର ଡିନ ପ୍ରଫେସର ଡ଼ ପ୍ରିୟଦର୍ଶନ ପାତ୍ର ଏବଂ କେ ଏମ୍ ବି ବି କଲେଜ ଅଫ୍ ଇଞ୍ଜିନିୟରିଂର ପ୍ରଫେସର ଓ ଅଧୁନା ହଂକଂ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ବିଶ୍ୱବିଦ୍ୟାଳୟ ରେ ଗବେଷଣାରତ ଡ଼ ଧନଦାକାନ୍ତ ମିଶ୍ର ସୂଚାରୁରୂପେ ସମ୍ପାଦନା କରିଛନ୍ତି। ପ୍ରଥମ ସଂସ୍ଥା ପାଇଁ ସ୍ଵେଚ୍ଛାସେବୀ ଭାବରେ କାର୍ଯ୍ୟ କରିବା ସହିତ ଉଭୟ ଡ. ପାତ୍ର ଏବଂ ମିଶ୍ର ୨୫ ବର୍ଷ ପୂର୍ବେ ଆମେରିକାର NRO ମାନଙ୍କ ଦ୍ଵାରା ଗଠିତ (SEEDS) ସ୍ଥାୟୀ ଅର୍ଥନୈତିକ ଏବଂ ଶିକ୍ଷାଗତ ବିକାଶ ସମାଜ ର ପ୍ରତିଷ୍ଠାତା ସଦସ୍ୟ ଭାବରେ ଓଡିଶାର ବିକାଶ କାର୍ଯ୍ୟକୁ ସାହାଯ୍ୟ କରି ଆସୁଛନ୍ତି । ଓଡିଆ ସ୍କ୍ରାଚ୍ କୁ ବ୍ୟାପକ ଭାବରେ ପ୍ରୋତ୍ସାହିତ କରାଗଲେ ଓଡିଶାର ଛୋଟ ପିଲା ଏବଂ ଶିକ୍ଷାର୍ଥୀମାନେ ଉପକୃତ ହୋଇପାରିବେ ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *