03/26/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ସାହିତ୍ୟ ସଂଗଠନ ଓ ସମାଜ ସେବାରେ ସମର୍ପିତା ଗୀତାଞ୍ଜଳି”

ପୁରୀ: “ଦୁହିତା ଦୁଇକୁଳ କୁ ହିତା” କିଏ ଜାଣିଥିଲା ଗୋଟେ ରକ୍ଷଣଶୀଳ ସେବକ ଘରର ଝିଅ ବାପ ଘର ଶାଶୁ ଘର ତଥା ପୁରୀ ଜିଲ୍ଲା ସହ ସମଗ୍ର ଦେଶରେ ନାଁ ରହିବ ବୋଲି ତିନୋଟି କନ୍ୟା ରତ୍ନ ଙ୍କ ଦାୟିତ୍ୱ ଲିଭାଇ ମଝିରେ ସାହିତ୍ୟ କରିବା ସଂଗଠନ କରିବା ଦୁଃଖୀ ଲୋକଙ୍କୁ ସେବା କରିବା ଏକଣ କମ କଥା କି 10 ଖଣ୍ଡ ପୁସ୍ତକ ରଚନା କରି ଓଡିଶା ସାହିତ୍ୟ ଅକାଦେମି ପୁରସ୍କାର ରେ ସମ୍ମାନିତ ହୋଇଥିଲେ l 110ରୁ ଉର୍ଦ୍ଧ ଅନୁଷ୍ଟାନ ସହ ସପୃତ ରହି ଗ୍ଳୋରୀ ଫ୍ଳେଷ୍ଟ ରେ ଗଭର୍ଣ୍ଣର ଶ୍ରୀ ଗଣେଶ ଜୀ ଲାଲା ଙ୍କ ଠାରୁ ସମ୍ମାନିତ ହୋଇ ଥିଲେ l ଭାବି ଥିଲେ ଯେ ଏଈଠୁ ବୋଧେ ରାସ୍ତା ଶେଷ ହୋଇଯିବ lମାତ୍ର ଥକି ପଡ଼ି ନଥିଲେ l ସେ ରେଡକ୍ରସ୍ 22 ବର୍ଷ ଯାଏଁ ପାଦଥାପି,ବିଭିନ୍ନ ପ୍ରଶିକ୍ଷଣ ନେଇଥିଲେ ଓ ଦେଇଥିଲେ lତା ପରେ ସୁଲ, କଲେଜ୍, ସଂଗଠନ, ଆଶ୍ରମ ହୋଟେଲ ପ୍ରଭୁତି ରେ ଦେଇଥିଲେ l ପ୍ରାଥମିକ ଚିକିତ୍ସା ଓ ଅନ୍ୟାନ୍ୟ ଟ୍ରେନିଂ ସେବାରେ ଆନନ୍ଦ ଥାଏ, ଦେବା ରେ ନୁହେଁ l ପୁରୀ ର ବିଭିନ୍ନ ଜାନି ଯାତ୍ରା ରେ ଢୁ ଢୁ ବର୍ଷା ଖରାକୁ ଖାତିର ନକରି ସହଯୋଗୀ ଙ୍କ ସହ ହାତ ବଢାଇ କାଯ୍ୟ କରୁଥିଲେ । ସରକାରୀ ଓ ବେସରକାରୀି କ୍ଷେତ୍ରରେ ତାଙ୍କର କୋଉସଳକୁ ଅତ୍ୟନ୍ତ ପ୍ରଂଶସନୀୟ ଥିଲା l ନୂଆଦିଲ୍ଲୀରେ ଭାରତୀୟ ରେଡକ୍ରସ ସୋସାଇଟି ର 100 ବର୍ଷ ପୂର୍ତ୍ତି ଅବସରରେ 2016/2017 ପାଇଁ ଭାରତ ସରକାର ଙ୍କ ପରିବାର ଓ ସ୍ୱାସ୍ଥ୍ୟ କଲ୍ୟାଣ ବିଭାଗ ତରଫରୁ ଆୟୋଜିତ ସଭାରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବଦନ ଓ ସେକ୍ରେଟରୀଜେନେରାଲ ଆ. କେ. ଜୌନ ଓ ଅନେକ ରାଜ୍ୟର ଗର୍ଭନର.ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ଓଏସଙ୍କ ଉପସ୍ଥିତରେ ଶ୍ରୀମତୀ ଗୀତାଞ୍ଜଳି ପଣ୍ଡାଙ୍କୁ ସମାଜ ସେବା ପାଇଁ ସମ୍ମାନିତ କରାଗଲା lଯାହାକି ପୁରୀ ଜିଲ୍ଲାର ପ୍ରଥମ ରେଡ କ୍ରସ ମହିଳା ସେବିକା lଶ୍ରୀମତୀ ପଣ୍ଡା ଜିଲ୍ଲା କମିଟିର ଯୁଗ୍ମ ସମ୍ପାଦକ ଅଛନ୍ତି l

ପୁରୀ ଜିଲ୍ଲା ପ୍ରତିନିଧି ଲାଲା ଅନନ୍ତ କୁମାର ସିଂହ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *