ସାରକୋଣା ଗ୍ରାମକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କଲା ପ୍ରଶାସନ
ବାଲେଶ୍ଵର,୨୨/୫–ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ସାରକୋଣ ପଞ୍ଚାୟତ ସାରକୋଣା ଗ୍ରାମର ପ୍ରଥମ କରୋନା ପଜିଟିଭ୍ ଚିହ୍ନଟ ହେବାପରେ ଉକ୍ତ ଗ୍ରାମକୁ ପ୍ରଶାସନ ତରଫରୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି । ଗ୍ରାମ ମଧ୍ୟ ଦେଇ ଯାଇଥିବା ଖଇରା-ଫତେପୁର ରାସ୍ତାକୁ ଗ୍ରାମର ଆରମ୍ଭ ଓ ଶେଷ ମୁଣ୍ଡରେ ବାଉଁଶପୋତି ସିଲ୍ କରାଯାଇଛି । କେବଳ ପ୍ରଶାସନ ଗାଡି ବ୍ଯତୀତ ଅନ୍ଯ କାହାରିକୁ ଭିତରକୁ ପ୍ରବେଶ ପାଇଁ ନିଷିଦ୍ଧ କରାଯାଇଛି । ଏହା ୧୪ ଦିନ ପାଇଁ ବଳବତ୍ତର ରହିବ ଵୋଲି ଦାୟିତ୍ୱରେ ଥିବା ସୁରକ୍ଷା କର୍ମୀ ପ୍ରକାଶ କରିଛନ୍ତି । ଏଥି ସହିତ ଗ୍ରାମର ଚତୁପାର୍ଶ୍ବ ରାସ୍ତା ମଧ୍ଯ ସିଲ୍ ହୋଇଛି ।
ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ ।