ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କ ଉପରେ ଗର୍ଜିଲା ବିଜେପି

କୋରାପୁଟ ୧୪/୧୧ (ସଖପ୍ର): ଆଜି ସ୍ଥାନୀୟ ଆଲିସାନ ହୋଟେଲରେ ଏକ ସାମ୍ବାଦିକ ସମ୍ମିଳନୀ କରି ବିଜେପିର ରାଜ୍ୟ ପ୍ରବକ୍ତା ତେଜେଶ୍ୱର ପରିଡା ରାଜ୍ୟ ସରକାରଙ୍କ ଉପରେ ସିଧା ସଳଖ ନିଶାଣ ମାରି କିଛି ପ୍ରଶ୍ନ କରିବା ସହ ତାର ଉତ୍ତର ଚାହିଁଛନ୍ତି । ସେ ସିଧା ସଳଖ କହିଛନ୍ତି ରାଜ୍ୟ ସରକାର ପିସି କାରବାରର ଗଳାବାଟ ବନ୍ଦ କରିବାରେ କାହିଁକି ଅକ୍ଷମ ? ଅଭିଭକ୍ତ କୋରାପୁଟ ଜିଲ୍ଲାରେ ଆଜି ବି ମେଗା ପ୍ରୋଜେକ୍ଟ କାମ ଅଧାପନ୍ତିଆ ଭାବେ ପଡିରହିଥିବା ବେଳେ ଅଣ ଓଡ଼ିଆ ଠିକାଦାର ମାନେ ତାର ଲାଭ ଉଠାଉଛନ୍ତି ବୋଲି କହିବା ସହ ରାଜ୍ୟରେ ଆଜି ବି 1ଲକ୍ଷ 50ହଜାର ସରକାରୀ ପଦବୀ ଖାଲି ରହିଛି ବୋଲି କହିଛନ୍ତି । ସେହିପରି ମିଶନ ଶକ୍ତି ହେଉଛି କେନ୍ଦ୍ରର ଯୋଜନା ଯାହାକୁ ରାଜ୍ୟ ସରକାର ଏକ ବ୍ରାଣ୍ଡେଡ ରୂପେ ବ୍ୟବହାର କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି। କୋଟିଆକୁ ମୁଖ୍ୟମନ୍ତ୍ରୀ ଆସୁନାହାନ୍ତି କାହିଁକି ବୋଲି ପ୍ରଶ୍ନ କରିଥିଲେ ? କେବଳ ସେତିକି ନୁହଁ କାଳିଆ ଯୋଜନାର 10ହଜାର ଟଙ୍କା ଚାଷୀଙ୍କୁ ଦେବାର ପ୍ରତିଶୃତି କୁଆଡେ ଗଲା ବୋଲି ପ୍ରଶ୍ନ କରିଛନ୍ତି ? ଶିକ୍ଷାଠୁ ଧରି ବେକାରୀ ସମସ୍ୟା ଆଇନ ଶୃଙ୍ଖଳା ସମସ୍ୟାର ସମାଧାନ କରିବାରେ ରାଜ୍ୟ ସରକାର ବିଫଳ ବୋଲି କହିଛନ୍ତି । ରାଜ୍ୟରେ ଏକୋଇଶି ଶହ ସ୍କୁଲରେ ଜଣେ ମାତ୍ର ଶିକ୍ଷକ ଶିକ୍ଷାଦାନ କରୁଥିବା ସେ ପ୍ରକାଶ କରିବା ସହ ବିଦ୍ୟାଳୟ ଗୁଡିକରେ 5ଟି କାହାପାଇଁ ବୋଲି ପ୍ରଶ୍ନ କରିଛନ୍ତି । କୋରାପୁଟରେ ଖଣିଜ ପଦାର୍ଥ ଭରପୁର ଥିବାବେଳେ ଖଣିଜଟଙ୍କା ସରକାରୀ କର୍ମଚାରୀଙ୍କ ସ୍ତରରେ ହରିଲୁଟ ହେଉଛି ବୋଲି ପ୍ରକାଶ କରିଛନ୍ତି । ଚାରୋଟି ଜିଲ୍ଲାରେ କେବଳ ଚାରିହଜାର ଆଠ ଶହ ଜଣ ଅସ୍ଥାୟୀ ଶିକ୍ଷକଙ୍କୁ ହିଁ ରାଜ୍ୟ ସରକାର ନିଯୁକ୍ତି ଦେଇଛନ୍ତି ବୋଲି କହିବା ସହ ବାର୍ଦ୍ଧକ୍ୟ ଭତ୍ତା ସମଗ୍ର ଦେଶରେ 2700 ଟଙ୍କା ଥିଲା ବେଳେ ଓଡିଶାରେ କାହିଁକି 500 ଟଙ୍କା ବୋଲି ସେ ପ୍ରଶ୍ନ କରିଛନ୍ତି।
କୋରାପୁଟରୁ ଦେବାଶ୍ରିତ ପଟନାୟକଙ୍କ ରିପୋର୍ଟ