02/18/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ସାମ୍ବାଦିକ ସମ୍ମିଳନୀରେ ଗର୍ଜନ ଛାଡିଲେ ବିଜେପି ବିଧାୟକ ପ୍ରାର୍ଥୀ ପଦ୍ମଲୋଚନ ପଣ୍ଡା

ବାଲେଶ୍ବରଜିଲ୍ଲା ୨୩/୭(ସଖପ୍ର): ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ଖଇରା ପଞ୍ଚାୟତ ବିଷୁନୁପୁର ଠାରେ ବିଜେପି ବିଧାୟକ ପ୍ରାର୍ଥୀ ପଦ୍ମଲୋଚନ ପଣ୍ଡାଙ୍କ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ବିଜେପି ରାଜ୍ଯ କାର୍ଯ୍ଯକାରିଣୀ ସଦସ୍ୟ ନିରଞ୍ଜନ ବେହେରାଙ୍କ ସଭାପତିତ୍ବରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବିଧାୟକ ପ୍ରାର୍ଥୀ ଶ୍ରୀଯୁକ୍ତ ପଣ୍ଡା ଦେଶବାସୀଙ୍କ ଉଦ୍ଦେଶ୍ୟରେ ପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପତ୍ରକୁ ଉନ୍ମୋଚନ କରିଥିଲେ । ସାମ୍ବାଦିକ ମାନଙ୍କୁ ମାକ୍ସ ,ସାବୁନ ଓ ପ୍ରଧାନମନ୍ତ୍ରୀଙ୍କ ପତ୍ର ବାଣ୍ଟିଥିଲେ । ଏଥିରେ ଶ୍ରୀଯୁକ୍ତ ପଣ୍ଡାଙ୍କ ଦୁଇପୁତ୍ର ବେଣୁମାଧବ ପଣ୍ଡା ଓ ନୀଳମାଧବ ପଣ୍ଡାଙ୍କ ସମେତ ବ୍ଲକର ୪ଗୋଟି ଜୋନରୁ ସନ୍ତୋଷ କୁମାର ଶତପଥୀ, ରାଜେଶ ରାଉତ,ପରୀକ୍ଷିତ ମହାପାତ୍ର, ପତିତପାବନ କର,ଡ଼ମ୍ବରୁଧର ମହାନ୍ତି, ଗୟାଧର ସାହୁ,ଲକ୍ଷ୍ମଣ ସାହୁ, ଗଣେଶ ବେହେରା, ମହେଶ୍ବର ନାଥ ଓ ଜଗତାନନ୍ଦ ମହାନ୍ତି ପ୍ରମୁଖ ବହୁ ବିଜେପି କର୍ମୀମାନେ ଉପସ୍ଥିତ ଥିଲେ । ଉକ୍ତ ସମ୍ମିଳନୀରେ ଶ୍ରୀଯୁକ୍ତ ପଣ୍ଡା ତାଙ୍କ ବକ୍ତବ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଜେଡି ସରକାର ଓ ତାଙ୍କର କର୍ମଚାରୀଙ୍କ ବିରୋଧରେ ଗର୍ଜନ କରିଥିଲେ । ମୁଖ୍ୟତଃ ଖଇରା ବ୍ଲକରେ ହେଉଥିବା ଦୁର୍ନୀତି ଯଥା-ରେସନ କାର୍ଡ,ପ୍ରଧାନମନ୍ତ୍ରୀ ଆବାସ ଯୋଜନା,ରାସ୍ତାଘାଟ,ଭତ୍ତା ଇତ୍ୟାଦି ବିଷୟରେ ଗର୍ଜନ କରିଥିଲେ ।ଖଇରା ବ୍ଲକ ଦୁର୍ନୀତିର ଗନ୍ତାଘର ପାଲଟି ଯାଇଛି, ପାତରଅନ୍ତର ପ୍ରିୟାପ୍ରୀତିରେ ବ୍ଲକ ଚାଲିଛି, ବିଜେପି ଲୋକଙ୍କୁ ବିଜେଡି ସରକାରର ନେତା,ମନ୍ତ୍ରୀ ଓ ଅଫିସରମାନେ ଜାଣିଶୁଣି ସବୁକ୍ଷେତ୍ରରେ ହଇରାଣ ହରକତ କରୁଛନ୍ତି, କରୋନା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଉଥିବା କୋଟି କୋଟି ଟଙ୍କାକୁ ଖଇରା ବ୍ଲକରେ ହଡପ ଚାଲିଛି ବୋଲି ଶ୍ରୀଯୁକ୍ତ ପଣ୍ଡା ତାଙ୍କ ବକ୍ତବ୍ୟରେ ସାମ୍ବାଦିକ ମାନଙ୍କ ଆଗରେ ପ୍ରକାଶ କରିଥିଲେ । ଏଥି ସହିତ ଆଗାମୀ ଅଗଷ୍ଟ ମାସ ୭ ତାରିଖ ଦିନ ଖଇରା ବ୍ଲକ ସାମ୍ମାରେ ହଙ୍ଗର୍ ଷ୍ଟ୍ରାଇକ୍ କରିବା ପାଇଁ ବିଜେଡି ସରକାରଙ୍କୁ ଚେତାବନୀ ଦେଇଥିଲେ । ଏଥିରେ ସାମ୍ବାଦିକ ନରେନ୍ଦ୍ର ପ୍ରସାଦ ବେହେରା, କୈଳାସ ଦାସ,ଉତ୍କଳବନ୍ଧୁ ପଣ୍ଡା,ଧନଞ୍ଜୟ ପଣ୍ଡା,ତୁଷାରକାନ୍ତ ବାରିକ,ପଦ୍ମଲୋଚନ ଦାସଙ୍କ ସମେତ ୧୦ରୁ ଉର୍ଦ୍ଧ୍ବ ପ୍ରିଣ୍ଟ୍ ମିଡିଆ ଓ ବୈଦ୍ଯୁତିକ ସାମ୍ବାଦିକ ଉପସ୍ଥିତ ଥିଲେ । ଶେଷରେ ବିଷୁନୁପୁର ଗ୍ରାମର ୧୦ଟି ପରିବାରକୁ ମାକ୍ସ, ସାବୁନ ଓ ପ୍ରଧାନମନ୍ତ୍ରୀଙ୍କ ପତ୍ରିକା ବଣ୍ଟନ କରାଯାଇଥିଲା ।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *