November 18, 2025

Sabubarga Khabar

All category news

ସାଧାରଣତନ୍ତ୍ର ଦିବସ ଅବସରରେ ସାମ୍ବାଦିକଙ୍କ ମଧ୍ୟରେ କ୍ରିକେଟ ମ୍ୟାଚ୍

ଜୟପୁର, ୨୭/୧ (ସଖପ୍ର): ଗତକାଲି 73ତମ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଗତକାଲି ଜୟପୁର ଦଶହରା ପଡିଆରେ ଏକ ବନ୍ଧୁତ୍ତ୍ୱପୁର୍ଣ୍ଣ କ୍ରିକେଟ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା । ଜୟପୁରରେ କାର୍ଯ୍ୟାଳୟ ସ୍ଥାପନ କରିଥିବା ସମ୍ବାଦ, ସକାଳ, ପ୍ରମେୟ, ସମାଜ ସହ ଅନ୍ୟ ଛାପା ଏବଂ ବୈଦ୍ୟୁତିକ ଗଣମାଧ୍ୟମ ପ୍ରତିନିଧି ଓ କାର୍ଯ୍ୟାଳୟର କର୍ମଚାରୀ ଏଥିରେ ଭାଗ ନେଇଥିଲେ । ପ୍ରଥମ ମ୍ୟାଚରେ ସମ୍ବାଦ ଦଳ ରାକେଶ ପାଢ଼ୀଙ୍କ ନେତୃତ୍ୱରେ ଖେଳୁଥିବା ସକାଳ ଦଳକୁ ହରାଇ ବିଜୟୀ ହୋଇଥିବା ବେଳେ ଦ୍ଵିତୀୟ ମ୍ୟାଚରେ ସମାଜ ଦଳ ପଦ୍ମନାଭ ହୋତାଙ୍କ ନେତୃତ୍ୱରେ ଖେଳୁଥିବା ଜୟପୁର ମିଡିଆ ଦଳକୁ ହରାଇ ଫାଇନାଲରେ ପହଁଚିଥିଲା ।

ପ୍ରଥମ ମ୍ୟାଚକୁ ଜୟପୁର ଉପଜିଲ୍ଲାପାଳ ଦେବବର ପ୍ରଧାନ, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଯଶୋଦା ଗାଦବା ଅତିଥି ରୂପେ ଯୋଗଦେଇ ଆରମ୍ଭ କରିଥିବା ବେଳେ ଦ୍ଵିତୀୟ ମ୍ୟାଚର ଅତିଥି ଥିଲେ ବରିଷ୍ଠ ସାମ୍ବାଦିକ ଟି ଗୌରୀ ଶଙ୍କର । ଜୟପୁର ପୋୖର କାର୍ଯ୍ୟ ନିର୍ବାହୀ ଅଧିକାରୀ ସିଦ୍ଧାର୍ଥ ପଟ୍ଟନାୟକ ଅତିଥି ରୂପେ ଯୋଗଦେଇ ଫାଇନାଲ ମ୍ୟାଚକୁ ଆରମ୍ଭ କରିଥିବା ବେଳେ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଅରୁପ ଅଭିଷେକ ବେହେରା ଓଡ୍ରା ଟ୍ରଫି ପ୍ରଦାନ କରିଥିଲେ । ସମ୍ବାଦ ଏବଂ ସମାଜ ମଧ୍ୟରେ ଅନୁଷ୍ଠିତ ଫାଇନାଲ ମ୍ୟାଚ ଅତି ରୋଚକପୂର୍ଣ୍ଣ ହୋଇଥିଲା। ସମାଜ ପକ୍ଷରୁ ଅଧିନାୟକ ଜିତେନ୍ଦ୍ର ମିଶ୍ର ଟସ ଜିଣି ବୋଲିଂ ନିଷ୍ପତ୍ତି ନେଇଥିବା ବେଳେ ଆନନ୍ଦ ଓଝାଙ୍କ ନେତୃତ୍ୱରେ ଖେଳୁଥିବା ସମ୍ବାଦ 73 ରନ ସଂଗ୍ରହ କରିଥିଲା । ସମାଜ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲେ ହେଁ ଦଳ ପକ୍ଷରୁ ଉତ୍ତମ ନାୟକ ଶେଷ ଦୁଇଟି ବଲରେ ଦୁଇଟି ଚାରି ମାରି ଦଳକୁ ବିଜୟୀ କରାଇଥିଲେ । ଦୁଇଟିଯାକ ମ୍ୟାଚରେ ସମାଜ ଟସ ଜିଣି ବୋଲିଂ ନିଷ୍ପତ୍ତି ନେଇଥିବା ବେଳେ ସମ୍ବାଦର ବ୍ୟାଟିଂ ବହୁତ ଭଲ ଥିଲା ।

ଖେଳ ଆୟୋଜନ ଦାୟିତ୍ୱ ରବି ନାୟକ ଏବଂ ରାଜେନ୍ଦ୍ର କୁମାର ଗୌଡ଼ ନେଇଥିବା ବେଳେ ପରିଚାଳନା କରିଥିଲେ ମଧୁସ୍ମିତା ମିଶ୍ର, ନିଶାନ ପଟ୍ଟନାୟକ, ଗୌରୀ ଶଙ୍କର ପଟ୍ଟନାୟକ, ଅର୍ଗସର ମନୋଜ କୁମାର ଦାସ । କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ରବି ପ୍ରଧାନ, ହୃଷୀକେଶ ମିଶ୍ର, ଚିତ୍ତ ରଂଜନ ଚୌଧୁରୀ, ଦେବୀ ପ୍ରସାଦ ମହାନ୍ତି, ସୁମନ୍ତ ସାହୁ, ଚନ୍ଦ୍ରକାନ୍ତ ସୁତାର, ଟୁଟୁ ପଣ୍ଡାଙ୍କ ସହ କ୍ରୀଡ଼ାବିତ ଅନୁପ ପାତ୍ର, ଵାଲା ରାୟ, ଦେବେନ୍ଦ୍ର ବାହିନୀପତି, ଡାକ୍ତର ଏସ ଏସ ମିଶ୍ର, କୋରାପୁଟ ଓକିଲ ସଂଘର ସଭାପତି ଅଜିତ ପାତ୍ର, ଆର୍ଟ ଅଫ ଲିଭିଂର ଜଗଦୀଶ ମିଶ୍ର ପ୍ରମୁଖ ଉପସ୍ଥିତ ରହି ସମସ୍ତଙ୍କୁ ଉତ୍ସାହିତ କରିଥିଲେ । ଆମ୍ପେୟର ଦାୟିତ୍ୱ ଅଭେଦ ନାୟକ ଏବଂ ଗୌରବ ଦାସ ତୁଲାଇଥିବା ବେଳେ ସୁନୀଲ କୁମାର ଗୌଡ଼ ସ୍କୋରର ଦାୟିତ୍ୱ ନେଇଥିଲେ।

Leave a Reply

Your email address will not be published. Required fields are marked *

ସବୁବର୍ଗ ଖବର | Newsphere by AF themes.