ସାମ୍ବାଦିକଙ୍କୁ ମାଡ଼ ମାରିବା ଓ ଗାଳିଗୁଲଜ ଘଟଣାରେ ଦୁର୍ବୁତ୍ତ ବାଲି ମାଫିଆ ଗିରଫ।
ରାୟଗଡା(ସଖପ୍ର): ରାୟଗଡ଼ା ଜିଲ୍ଲା ଗୁଣୁପୁର ଓ ଏହାର ଆଖପାଖ ଅଞ୍ଚଳରେ ଦିନକୁ ଦିନ ବାଲି ମାଫିଆଙ୍କ ଗୁଣ୍ଡାରାଜ ବଢ଼ିବା ସହ ଲକ୍ଷ ଲକ୍ଷ ଟଙ୍କାର ରାଜସ୍ବ ଫାଙ୍କି ଚୋରି କରୁଛନ୍ତି ବାଲି ।ଏହାର ପ୍ରତିବାଦରେ ଗୁଣୁପୁରର କିଛି ସାମ୍ବାଦିକ ଖବର ପ୍ରସାରଣ କରିବା ସହ ବାଲି ମାଫିଆଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରି ଆସୁଥିଲେ। ଏଭଳି ଖବର ପ୍ରସାରଣ ଯୋଗୁଁ ବାଲି ମାଫିଆର କିଙ୍ଗ ପିନ ସାଜିଥିବା କିଛି ଦୁର୍ବୁତ୍ତ ବିଭିନ୍ନ ସମୟରେ ସାମ୍ବାଦିକଙ୍କୁ ମାଡ଼ ମାରିବା ସହ ଜୀବନରୁ ମାରିଦେବାର ଧମକ ମଧ୍ୟ ଦେଇ ଆସୁଥିଲେ । ଗତବର୍ଷ ସାମ୍ବାଦିକ ସଙ୍କେତ ପାତ୍ରଙ୍କୁ ଦୋକାନରେ ପଶି ଚିତ ପାଣିଗ୍ରାହୀ ନାମକ ଦୁର୍ବୃତ୍ତ ଜୀବନରୁ ମାରିଦେବାକୁ ଧମକଦେଇ ଏନେଇ ସେ ଥାନାରେ ଲିଖିତ ଅଭିଯୋଗ ମଧ୍ୟ କରିଥିଲେ ,କିନ୍ତୁ ଦୁର୍ବୃତ୍ତଙ୍କ ବିରୁଦ୍ଧରେ ସେତେବେଳେ କୌଣସି ସଠିକ କାର୍ଯ୍ୟାନୁଷ୍ଠାନ ନହେବାରୁ ତାହାରି ଗୁଣ୍ଡାରାଜ ବଢ଼ି ଚାଲିଥିଲା। ସେହି ଭଳିଗତ ତା: ୦୭/୦୭/୨୦୨୧ ରିଖ ଦିନ ରାତ୍ରି ପ୍ରାୟ ୮.୩୦ ସମୟରେ ଚିତ ରଞ୍ଜନ ପାଣିଗ୍ରାହୀ ନାମକ ଦୁର୍ବୃତ୍ତ ମହିମାନଗର ସ୍ଥିତ ସାମ୍ବାଦିକ ସତ୍ୟନାରାୟଣ ସାହୁଙ୍କ ଘର ନିକଟକୁ ଯାଇ ମଦ୍ୟପାନ କରି ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ତାଙ୍କୁ ମାଡ଼ ମାରିଥିଲା । ଏନେଇ ସାମ୍ବାଦିକ ଜଣଙ୍କ କିଛି ସାମ୍ବାଦିକ ମାନଙ୍କ ସହଯୋଗରେ ଗୁଣୁପୁର ଆଦର୍ଶ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଦିନକୁ ଦିନ ରାଜ୍ୟର ସାମ୍ବାଦିକଙ୍କ ଉପରେ ଆକ୍ରମଣ ବଢ଼ିଚାଲିଥିବାରୁ ଏହାକୁ ଦୃଷ୍ଟିରେ ରଖି ଗୁଣୁପୁର ଆରକ୍ଷୀ ଅଧିକାରୀ ଶ୍ରୀ ଅଜୟ କୁମାର ବାରିକ, ଆଇ.ଆଇ.ସି ଶ୍ରୀ ଜସ୍ବନ୍ତ ହିୟାଲ ଓ ଏସ୍.ଆଇ ଶ୍ରୀ ରବୀନ୍ଦ୍ରନାଥ ଗୌଡ଼ଙ୍କ ତତ୍ତ୍ବାବଧାନରେ କେସ୍ ନଂ ୮୩/୨୦୨୧ ରେ Ipc ଧାରା ୩୪୧/୩୨୪/୨୯୪/୫୦୬ ରେ ମାମଲା ରୁଜୁ ସହ ଅଭିଯୁକ୍ତକୁ ଆଜି କୋର୍ଟ ଚାଲାଣ କରାଯାଇଥିଲା। ବେଲ୍ ନାମଞ୍ଜୁର ହେବାରୁ ଅଭିଯୁକ୍ତକୁ ତିନି ଦିନ ପାଇଁ ଜେଲକୁ ପଠା ଯାଇଛି। ଗୁଣୁପୁର ଆଦର୍ଶ ଥାନାର ଆରକ୍ଷୀ ଅଧିକାରୀ ଓ ଆଇ.ଆଇ.ସିଙ୍କ ଏଭଳି ତୁରନ୍ତ ପଦକ୍ଷେପକୁ ସାଧାରଣରେ ସାଧୁବାଦ ଦେବାସହ ବୁଦ୍ଧିଜୀବୀ ମହଲରୁ ପ୍ରଶଂସାର ସୁଅ ଛୁଟୁଛି।
ରାୟଗଡାରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ