November 18, 2025

Sabubarga Khabar

All category news

ସାମ୍ବାଦିକଙ୍କୁ ପେନସନ୍ ଯୋଜନା ଲାଗୁ ଦାବୀ

କୋରାପୁଟଜିଲ୍ଲା (ସଖପ୍ର) : ଓଡ଼ିଆ ସାମ୍ବାଦିକ ୟୁନିଅନ (ଓୟୁଜେ)ର ଏକ ସ୍ବତନ୍ତ୍ର ଅଧିବେଶନ ଶନିବାର ଓ୍ବେବିନାରରେ ଅନୁଷ୍ଠିତ ହୋଇଥିଲା।ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକଙ୍କ ପାଇଁ ସୁରକ୍ଷା ଆଇନ ଲାଗୁକରିବା,ସ୍ବାସ୍ଥ୍ୟବୀମା ରାଶିକୁ ୫ଲକ୍ଷ ଟଙ୍କାକୁ ବୃଦ୍ଧିସହ ରାଜ୍ୟରେ ତୁରନ୍ତ ପେନସନ୍ ଯୋଜନା ଲାଗୁକରିବା ପାଇଁ ଦାବୀ କରାଯାଇଥିଲା। ସଭା ପ୍ରାରମ୍ଭରେ ନିକଟରେ କରୋନାରେ ଦେହାନ୍ତ ଘଟିଥିବା ସାମ୍ବାଦିକଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ଓୟୁଜେର ଦାବୀପରେ ରାଜ୍ୟ ସରକାର ସାମ୍ବାଦିକଙ୍କୁ କରୋନା ଯୋଦ୍ଧା ଘୋଷଣା କରିବା ସହ ଟୀକା ପ୍ରଦାନ କରିଥିବାରୁ ସରକାରଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା।ରାଜ୍ୟ ସଭାପତି ପ୍ରସନ୍ନ ମହାନ୍ତି କରୋନା ମହାମାରୀ ସମୟରେ ସାମ୍ବାଦିକ ମାନେ ନିଜ ଜୀବନକୁ ବାଜିଲଗାଇ କାର୍ଯ୍ୟକରି ଲୋକଙ୍କ ପାଖରେ ଖବର ପହଞ୍ଚାଇ ଏକ ଦୃଷ୍ଟାନ୍ତ ସୃଷ୍ଟିକରିଥିବା କହିଥିଲେ। ଏଥିସହିତ ସାମ୍ବାଦିକ ମାନେ ସମ୍ମୁଖୀନ ହେଉଥିବା ସମସ୍ୟା ଉପରେ ଆଲୋକପାତ କରିବାସହ ଏହାର ସମାଧାନ ପାଇଁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି ସୂଚନା ଦେଇଥିଲେ। ଏଥିସହ ଅନୁଗୁଳ ଓ ଗଞ୍ଜାମ ଜିଲ୍ଲାର ସାମ୍ବାଦିକଙ୍କ ଉପରେ ପ୍ରଶାସନର କାର୍ଯ୍ୟାନୁଷ୍ଠାନକୁ ଦୃଢନିନ୍ଦା କରିବାସହ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଶ୍ରୀ ମହାନ୍ତି ଦାବୀ କରିଥିଲେ। ରାଜ୍ୟ ସାଧାରଣ ସଂପାଦକ ଅଶୋକ ନନ୍ଦ ସ୍ବାଗତ ଭାଷଣ ଦେବାସହ କରୋନା ସମୟରେ ୟୁନିଅନ ପକ୍ଷରୁ ପଦକ୍ଷେପ ନିଆଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମ ଉପରେ ସୂଚନା ଦେଇଥିଲେ। ଏଥିସହିତ ରାଜ୍ୟର ବିଭିନ୍ନ ଜିଲ୍ଲା ସଂଗଠନ ପକ୍ଷରୁ ଏହି ସମୟରେ ଯେଉଁ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟ କରିଛନ୍ତି ସେମାନଙ୍କୁ ସାଧୁବାଦ ଜଣାଇଥିଲେ।ଅନ୍ୟମାନଙ୍କ ମଧ୍ୟରେ ଉପସଭାପତି ତପନ ସାହୁ, କିଷାନ ରାଉତ, ସଂପାଦକ ରବିନ୍ଦ୍ର ମିଶ୍ର,କୋଷାଧ୍ୟକ୍ଷ ଅମୂଲ୍ୟ ସ୍ବାଇଁ, ଅନୁଗୁଳ ସଭାପତି ସୁବାଷ ସାହୁ,ଯାଜପୁର ସଭାପତି ଆଦିତ୍ୟ ମେକାପ, କଳାହାଣ୍ଡି ସାଧାରଣ ସଂପାଦକ ସନ୍ତୋଷ ସିଂଦେଓ,ବରଗଡଜିଲ୍ଲା ସାଧାରଣ ସଂପାଦକ ଯୁଧିଷ୍ଠିର ମହାପାତ୍ର, ଦେବଗଡ ସାଧାରଣ ସଂପାଦକ ସିଦ୍ଧେଶ୍ବର ଗୁରୁ,କୋରାପୁଟ ରାଜେନ୍ଦ୍ର ଗୌଡ,ବରିଷ୍ଠ ସଦସ୍ୟ ହରିହର ପାତ୍ର,ବିଜୟ ରାୟ,ଜୟନ୍ତ କର,ପ୍ରଦୀପ ବେହେରା,ସୁଧାଂଶୁ ପରିଡା,ରମାକାନ୍ତ ମହାନନ୍ଦ,ଦିନେଶ କୁମାର ମାହାନା,ବିଶ୍ବ ବିଜନ ନନ୍ଦଙ୍କ ସମେତ ଜିଲ୍ଲା ସଭାପତି, ସାଧାରଣ ସଂପାଦକ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଓ ଜାତୀୟ ସଦସ୍ୟ ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଭାଗ ନେଇଥିଲେ।

1 thought on “ସାମ୍ବାଦିକଙ୍କୁ ପେନସନ୍ ଯୋଜନା ଲାଗୁ ଦାବୀ

Leave a Reply

Your email address will not be published. Required fields are marked *

ସବୁବର୍ଗ ଖବର | Newsphere by AF themes.