ସାମ୍ବାଦିକଙ୍କୁ ଆକ୍ରମଣ, ଜିଲ୍ଲାପାଳଙ୍କ ଜରିଆରେ ସଚିବ ପଞ୍ଚାୟତରାଜ ବିଭାଗଙ୍କୁ ନିରପେକ୍ଷ ତଦନ୍ତ ପାଇଁ ଦାବୀ କଲା ଓଡିଶା କର୍ମଜିବୀ ସାମ୍ବାଦିକ ସଙ୍ଘ

ବରଗଡଜିଲ୍ଲା: କରୋନା ଭାଇରସ ମୁକାବିଲାରେ ଗଣମାଧ୍ୟମ ପ୍ରତିନିଧି ମାନଙ୍କ ଭୁମିକା ଗୁରୂତ୍ବ ପୂର୍ଣ୍ଣ ଅଟେ । ସରକାରଙ୍କ ଜନହିତକର ଯୋଜନାର କାର୍ଯ୍ୟଧାରାକୁ ଖବର ପ୍ରସାରଣ କରି ସରକାରଙ୍କ ଦୃଷ୍ଟିକୁ ଆଣୁଛି । ରାଜ୍ୟର ବିଭିନ୍ନ ଜିଲ୍ଲାରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା ସବୁ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହିପରି ବରଗଡ ଜିଲ୍ଲାରେ କାର୍ଯ୍ୟରତ ସାମ୍ବାଦିକଙ୍କୁ ଆକ୍ରମଣ ହୋଇଛି । ପ୍ରାପ୍ତ ସୂଚନା ଅନୁସାରେ ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡର ସର୍ଗିବାହାଲ ଗ୍ରାମପଞ୍ଚାୟତ ଅନ୍ତର୍ଗତ ବିସିପାଳି ଗାଁ ରେ ମେସିନ ସାହାଯ୍ୟରେ ଏକ ମନରେଗା କାମ ଚାଲିଥିବାର ଖବର ପାଇ ସଂଜୀବ କୁମାର ମେହେର ନାମକ ଜଣେ କାର୍ଯ୍ୟରତ ସାମ୍ବାଦିକ ନିଜ ମୋବାଇଲରେ ଫୋଟୋ ଉଠାଇଲେ ସମ୍ବାଦ ସଂଗ୍ରହ ପାଇଁ ।ମାତ୍ର ଉକ୍ତ ମନରେଗା କାମର ଦେଖାରେଖା କରୁଥିବା କୁଳମଣି ସାହୁ ଫୋଟୋ ଉଟାଇବାକୁ ବାରଣ କରି ସାମ୍ବାଦିକଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଗୁଳଜ କରିଥିଲେ । ଠିକ ଏହି ସମୟରେ ସେଠାକୁ ପଂଚାୟତ ସରପଞ୍ଚର ସ୍ୱାମୀ ରାଜେସ ବହିଦାର(ବାବୁଲୁ) ପହଁଚି ସେ ମଧ୍ୟ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିବା ସହ ହାତରେ ଆଉ ବାଉଁଶ ବାଡ଼ିରେ ମାଡ଼ ମାରିବା ସହ ଦୁଇ ଗୋଟି ମୋବାଇଲ ଓ ସାମ୍ୱାଦିକ ପରିଚୟ ପତ୍ର ଲୁଟି ନେଇ ସାମ୍ୱାଦିକ ଜଣକୁ ଟାଣି ଟାଣି ଗାଁ ମଝିକୁ ନେଇ ଯାଇଥିଲେ । ସେଠାରେ ସମର୍ଥକଙ୍କୁ ଡାକି ଏ ସାମ୍ୱାଦିକ ପାଇଁ କାମ ଯେ ବନ୍ଦ ହୋଇଯିବ ବୋଲି ପ୍ରବର୍ତ୍ତାଇ ପ୍ରବଳ ମାତ୍ରାରେ ମାନସିକ ନିର୍ଯାତନା ଦେବା ସହ ପାଞ୍ଚ ଲକ୍ଷ ଟଙ୍କା ଦାବି କରିଥିଲେ। ଘଟଣା ସମ୍ପର୍କରେ ସାମ୍ୱାଦିକଙ୍କ ଭାଇ ଜାଣିଲା ପରେ ଚାରି ଜଣ ଲୋକଙ୍କୁ ସାଙ୍ଗରେ ନେଇ ଘଟଣା ସ୍ଥଳକୁ ପହଞ୍ଚି ରାଜେଶ ବହିଦାର ସାମ୍ୱାଦିକଙ୍କୁ ଛାଡି ଦେବା ପାଇଁ ଅନୁରୋଧ କରିଥିଲେ। ମାତ୍ର ରାଜେଶ ବହିଦାର ପାଞ୍ଚ ଲକ୍ଷ ଟଙ୍କା ନ ଦେଲେ ଜୀବନରୁ ମାରିଦେବା ପାଇଁ ଧମକ ଦେବାରୁ ସେମାନେ 30000 ଟଙ୍କା ଦେବାପାଇଁ ସ୍ଥିର କରିଥିଲେ। ଏବଂ ଘଟଣା ସ୍ଥଳରେ ରାଜେଶ ଦଶ ହଜାର ଟଙ୍କା ଅଗ୍ରୀମ ଦେଲା ପରେ ସାମ୍ୱାଦିକ ଜଣକୁ ଗାଁ ରୁ ଛାଡି ଥିଲେ। ଆହୁରୀ ମଧ୍ୟ ସାମ୍ବାଦିକ ଜଣକୁ ଏକ ସାଧା କାଗଜରେ ଥାନାରେ କେସ କରିବି ନାହିଁ ବୋଲି ଲେଖି ନେଇ ଥିବା ସାମ୍ବାଦିକ ଜଣକ ସୋମବାର ସନ୍ଧ୍ୟାରେ ପଦ୍ମପୁର ଥାନାକୁ ଆସି ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପଦ୍ମପୁର ଥାନାରେ ଏକ ମାମଲା ରୁଜୁ ହୋଇଛି ।
ଏହି ଘଟଣାର ପ୍ରତିବାଦରେ ଆଜି ବରଗଡ଼ରେ ଓଡିଶା କର୍ମଜୀବୀ ସାମ୍ବାଦିକ ସଂଘ ବରଗଡ ଜିଲ୍ଲା ଶାଖା ତରଫରୁ ଜିଲ୍ଲାପାଳ ଜ୍ୟୋତି ରଂଜନ ପ୍ରଧାନଙ୍କ ଜରିଆରେ ସଚିବ ପଞ୍ଚାୟତରାଜ ବିଭାଗ ଓଡିଶା ସରକାର , ଭୁବନେଶ୍ବରଙ୍କୁ ଏହାର ଏକ ନିରପେକ୍ଷ ତଦନ୍ତ ଦାବୀ ସହ ଦୋଷୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିବା ସହ ଦାବିପତ୍ର ପ୍ରଦାନ କରିଛନ୍ତି । ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପଦ୍ମିନୀ ସାହୁଙ୍କୁ ମଧ୍ୟ ସାମ୍ବାଦିକ ଆକ୍ରମଣ ଘଟଣାର ଦୋଷୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଈଁ ଦାବି ପତ୍ର ପ୍ରଦାନ କରିଛନ୍ତି । ଦାବି ପତ୍ର ପ୍ରଦାନ ସମୟରେ ଓଡିଶା କର୍ମଜିବୀ ସାମ୍ବାଦିକ ସଂଘ ଓଡିଶାର ରାଜ୍ୟ ଉପ ସଭାପତି ଆଶୁତୋଷ ରଥ , ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ମୋତିଲାଲ ବାଗ , ବରଗଡ ଜିଲ୍ଲା ଶାଖାର ଜିଲ୍ଲା ସଭାପତି ତ୍ରିବିକ୍ରମ ତ୍ରିପାଠୀ, ସଂପାଦକ ପରମାନନ୍ଦ ମିଶ୍ର, ଉପ ସଭାପତି ହିମାଂଶୁ ନନ୍ଦ, ସହ ସଂପାଦକ ନବୀନ ଦାଶ ଏବଂ ଜିଲ୍ଲା କାର୍ଯ୍ୟକାରୀ ସଦସ୍ୟ ସୁବ୍ରତ ବିର୍ତ୍ତିଆ, ଜଗବନ୍ଧୁ ସାହୁ, କ୍ଷୀରୋଜ ନାୟକ , ସୁନାଧର ଭୋଇ , ଆକାଶ ମେହେର , ଚୈତନ୍ୟ ବାଗ , ସଞ୍ଜୀବ ଲୁହା , ସୁଜିତ ବେହେରା , ଧରଣୀ ବାରିକ , ଆକାଶ ମିଶ୍ର ,ଜନକ ରାମ ଦାଶ , ଅସିତ କୁମାର ସ୍ବାଇଁଙ୍କ ସହ ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ । ଗଣମାଧ୍ୟମର କଣ୍ଠରୁଦ୍ଧ କରିବା , ଆକ୍ରମଣ କରିବା ଘଟଣା ନିନ୍ଦନୀୟ ଅଟେ । ସାମ୍ୱାଦିକକୁ ନ୍ୟାୟ ନ ମିଳିଲେ ଘୋର ଆନ୍ଦୋଳନ ହେବ ବୋଲି ଓଡ଼ିଶା କର୍ମଜୀବୀ ସାମ୍ବାଦିକ ସଂଘର ରାଜ୍ୟ ଉପସଭାପତି ଆଶୁତୋଷ ରଥ କହିଛନ୍ତି ।
ବରଗଡ ବ୍ରୁରୋ ମୋତିଲାଲ ବାଗ

