November 18, 2025

Sabubarga Khabar

All category news

ସାମ୍ବାଦିକକୁ ଦୁର୍ବ୍ୟବହାର ପ୍ରତିବାଦରେ କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତିଙ୍କ କୁଶପୁତ୍ତଳିକା ଦାହ

ଚଣ୍ଡିଖୋଲ, ୦୬/୧୧ କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି ବାରମ୍ବାର ସାମ୍ବାଦିକ ମାନଙ୍କ ପ୍ରତି ଦୁର୍ବ୍ୟବହାର ବଢ଼ିବାରେ ଲାଗିଛି । କେତେବେଳେ ମହିଳା ସାମ୍ବାଦିକ ମାନଙ୍କୁ ଖରାପ ବ୍ୟବହାର ସହିତ ଆଶାଳୀନ ମନ୍ତବ୍ୟ ଦେଉଛନ୍ତି । ଏପରିକି ସାମ୍ବାଦିକ ମାନଙ୍କୁ ତାଚ୍ଛଲ୍ୟ କରିବାକୁ ମଧ୍ୟ ପଛାଉନାହାନ୍ତି । କେନ୍ଦ୍ରପଡାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଇଥିବା ବେଳେ ଗଣମାଧ୍ୟମର ପ୍ରତିନିଧିମାନେ ଖବର ସଂଗ୍ରହ କରୁଥିବା ସମୟରେ ଓଟିଭିର ସାମ୍ବାଦିକଙ୍କୁ ଟଣାଓଟରା କରିବା ଏବଂ ତାଚ୍ଛଲ୍ୟ ଭାବେ ବିଭିନ୍ନ ମନ୍ତବ୍ୟ ଦେବାକୁ ନେଇ ରାଜ୍ୟରେ ସମ୍ବାଦିକ ମାନେ ତୀବ୍ର ନିନ୍ଦା କରିଛନ୍ତି । ଚଣ୍ଡିଖୋଲ ଠାରେ ସାମ୍ବାଦିକ ସମୂହ ପକ୍ଷରୁ ଟ୍ରାଫିକ ଛକ ନିକଟରେ ଏକତ୍ରୀତ ହୋଇ ବିଭିନ୍ନ ସ୍ଲୋଗାନ ଦେବା ସହିତ ସାଂସଦ ଅନୁଭବଙ୍କ ଗିରଫ ଦାବୀ ଏବଂ ତୁରନ୍ତ ରାଜ୍ୟ ସରକାର ସମ୍ବାଦିକ ମାନଙ୍କ ସୁରକ୍ଷା ଆଇନ୍ ଲାଗୁ କରିବାକୁ ଦାବୀ କରିଥିଲେ । ଏଥିରେ ଉତ୍କଳ ସମ୍ବାଦିକ ସଂଘର ରାଜ୍ୟ ସାଧାରଣ ସମ୍ପାଦକ ବେଣୁଧର ପଣ୍ଡା, ପ୍ରଦିପ ପୃଷ୍ଟି, ପ୍ରମୋଦ ଜେନା, ମାନସ ରାଉତ, ଭାରତ ଭୂଷଣ ପଣ୍ଡା, ସମରେନ୍ଦ୍ର ମହାଲା, ହେମଶ ଜେନା, ଶିବରାମ ସାହୁ, ଉତ୍କଳ ପ୍ରଧାନ, ତୈଲକ ନାୟକ, ନାରାୟଣ ରଥ ମନମୋହନ ରାଉତ, ବସନ୍ତ ପଲେଇ, ମନୋଜ ମହାନ୍ତି, ସୁରେଶ ଖଣ୍ଢାଇ, ସୁଶାନ୍ତ ନାୟକ ସ୍ୱେଚ୍ଛାସେବୀ ପ୍ରତାପ ଗୋଚ୍ଛାୟତ, ଭବତୋଷ ବିଶ୍ୱାଳ ସମେତ ବହୁ ସାମ୍ବାଦିକ ଏବଂ ସ୍ୱେଚ୍ଛାସେବୀ ଜନସାଧରଣ ଉପସ୍ଥିତ ହୋଇ କୁଶପୁତ୍ତଳିକା ଦାହ କରିବା ସହିତ ତୁରନ୍ତ ଗିରଫ କରିବାକୁ ଦାବୀ କରିଥିଲେ।

Leave a Reply

Your email address will not be published. Required fields are marked *

ସବୁବର୍ଗ ଖବର | Newsphere by AF themes.