November 18, 2025

Sabubarga Khabar

All category news

ସାମ୍ବାଦିକ ପରିଚୟପତ୍ର ଦେବା ନାମରେ ଠକେଇ ଅଭିଯୋଗ

କୋରାପୁଟଜିଲ୍ଲା/ଜୟପୁର(୩୦/୦୧): ସାମାଜିକ ଗଣମାଧ୍ୟମକୁ ନେଇ ସାମ୍ବାଦିକ ପରିଚୟପତ୍ର ବିକ୍ରି କରିବା ଏକ ବ୍ୟବସାୟରେ ପରିଣତ ହୋଇ ଯାଇଛି। ସାମ୍ବାଦିକତା ଏକ ପବିତ୍ର ସମାଜସେବା ହୋଇଥିବାବେଳେ ଏହାକୁ ଢାଲକରି କେତେକ ଅସାଧୁ ବ୍ୟକ୍ତି ଏହାର ଦୁରୁପଯୋଗ କରୁଥିବା ନଜରକୁ ଆସିଛି। ଗତ ତିନିମାସ ପୂର୍ବରୁ ଓଁକାର ଓ୍ବେବଚାନେଲ ନାମରେ ଜୟପୁର ହାଟପଦା ନିକଟ କଲୋନୀରେ ରହୁଥିବା ତ୍ରିଲୋଚନ ମହାରଣା ନାମକ ଯୁବକ କୋରାପୁଟଜିଲ୍ଲାର ତିନିଜଣ ଯୁବକଙ୍କ ପାଖରେ ପହଞ୍ଚିଥିଲେ। ଯୁବକ ମାନଙ୍କୁ ଓଁକାର ଓ୍ବେବଚାନେଲ ବିଷୟରେ ବୁଝାଇଥିଲେ ଓ କହିଥିଲେ ମୁଁ ତୁମମାନଙ୍କୁ ସାମ୍ବାଦିକ କରିଦେବି। ସେଥିପାଇଁ ତୁମକୁ ତିନି ହଜାର ଟଙ୍କା ଦେବାକୁ ପଡିବ। ତୁମେମାନେ ଓଁକାର ଓ୍ବେବଚାନେଲର ସିଇଓଙ୍କ ଫୋନ ପେ ରେ ଟଙ୍କା ପଠାଇ ଦିଅ। ଗଜେନ୍ଦ୍ର ସାହୁ, ଭାନୁପ୍ରତାପ ନାୟକ, ଦୁର୍ଗା ପ୍ରସାଦ ଖୁଣ୍ଟିଆ ଏହି ତିନି ଜଣ ଯୁବକ ଓଁକାର ସିଇଓ ରଜତ କୁମାରଙ୍କ ଫୋନ ପେ କୁ ତିନି ହଜାରଟଙ୍କା ପଠାଇଥିଲେ। କିନ୍ତୁ ତିନିମାସ ପର୍ଯ୍ୟନ୍ତ ଯୁବକ ମାନେ ସାମ୍ବାଦିକ ପରିଚୟପତ୍ର ପାଇ ନ ଥିଲେ। ସେମାନେ ତ୍ରିଲୋଚନ ମହାରଣାଙ୍କୁ ବାରମ୍ବାର ପଚାରିଥିଲେ। ତ୍ରିଲୋଚନ ମହାରଣା ସେମାନଙ୍କୁ ୨୭ତାରିଖ ବୁଧବାର ଟଙ୍କା ଫେରାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ କିନ୍ତୁ ବୁଧବାର ତ୍ରିଲୋଚନ ମହାରଣା ଗଜେନ୍ଦ୍ର ସାହୁଙ୍କ ଫୋନକୁ ଗ୍ରହଣ କଲେ ନାହିଁ। ଗଜେନ୍ଦ୍ର ଓଁକାର ସିଇଓ ରଜତ କୁମାରଙ୍କୁ ଫୋନରେ ଯୋଗାଯୋଗ କଲେ। ସିଇଓ ଗଜେନ୍ଦ୍ର ସାହୁଙ୍କୁ ଫୋନରେ ଅଶ୍ଳିଳ ଭାଷାରେ ଗାଳିଗୁଲଜସହ ଜୀବନରେ ମାରିଦେବାକୁ ଧମକ ଦେବାକୁ ପଛାଇ ନଥିଲେ। ଗଜେନ୍ଦ୍ର ସାହୁ ଜାଣିପାରିଲେ ସେ ଠକାମୀର ଶିକାର ହୋଇଛନ୍ତି। ତେଣୂ ସେ ଜୟପୁର ଟାଉନଥାନାରେ ଠକାମୀ ହୋଇଥିବା ବିଷୟରେ ଲିଖିତ ଅଭିଯୋଗ ଦାଖଲ କଲେ। ଥାନାରେ ୨୭ତାରିଖରେ ଅଭିଯୋଗ ନେଇ ତିନିଦିନ ସମସ୍ତ ବିଷୟକୁ ବୁଝିବିଚାରି ୩୦ତାରିଖ ସଂଧ୍ୟାରେ (୩୧/୨୧)ମାମଲା ରୁଜୁ କଲେ। ଗତ ଦିନରେ ସାମାଜିକ ଗଣମାଧ୍ୟମର ସାମ୍ବାଦିକ ମାନଙ୍କୁ ନେଇ ବିଭିନ୍ନ ଜିଲ୍ଲା ଓ ଖୋଦ ରାଜଧାନୀ ଥାନାରେ ଏକାଧିକ ମାମଲା ରୁଜୁ ହୋଇଛି। ସାମାଜିକ ଗଣମାଧ୍ୟମର ଆତ୍ମଘୋଷିତ ସାମ୍ବାଦିକ ମାନଙ୍କ ପାଇଁ ସରକାର ନୀତି ନିୟମ ଜାରୀ କଲେ ସମସ୍ୟାର ସମାଧାନ ଅନେକ ମାତ୍ରାରେ ହୋଇପାରନ୍ତା ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଯୋରଧରିଛି।

ଜିଲ୍ଲା ପ୍ରତିନିଧି ଗଜେନ୍ଦ୍ର କୁମାର ସାହୁ

Leave a Reply

Your email address will not be published. Required fields are marked *

ସବୁବର୍ଗ ଖବର | Newsphere by AF themes.