ସାପ କାମୁଡ଼ାରେ ଜିଲ୍ଲାରେ ଆଉ ଗୋଟିଏ ନିରୀହ ଜୀବନ ଗଲା…

ମାଲକାନଗିରି (ସ.ଖ.ପ୍ର ):ଜିଲାରେ କିଛି ଦିନ ମଧ୍ୟରେ ସାପ କାମୁଡ଼ାରେ ବହୁତ ନିରୀହ ଜୀବନ ଗଲାଣି | ମାଲାକନଗିରି ଜିଲ୍ଲା କାଲିମେଳା ବ୍ଳକ ଅନ୍ତର୍ଗତ ନାଲାଗୁଣ୍ଡି ପଂଚାୟତ ର ଏମଭି-୭୨ ଗ୍ରାମର ଜଣେ ୧୨ ବର୍ଷର ନାବାଳକର ସାପକାମୁଡାରେ ମଙ୍ଗଳବାର ଦିନ ୨ଟା ସମୟରେ ମୃତ୍ୟୁ ହୋଇଯାଇଥିବା ଜଣାପଡିଛି । ମୃତ ବାଳକ ଜଣଙ୍କ ହେଉଛନ୍ତି ଏମଭି – ୭୨ ଗ୍ରାମର ରବିନ ମଣ୍ଡଳଙ୍କ ପୁଅ ଇନ୍ଦ୍ରଜିତ ମଣ୍ଡଳ ବୋଲି ଜଣାପଡିଛି । ସୂଚନା ଅନୁଯାଇ ଇନ୍ଦ୍ରଜିତ ସ୍ଥାନୀୟ ଏମଭି – ୭୨ ପ୍ରାଥମିକ ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀରେ ପାଠ ପଢୁଥିଲେ ଏବେ କରୋନା ପାଇଁ ବିଦ୍ୟାଳୟ ଛୁଟି ଥିବାରୁ ସେ ନିଜ ବାପା ମା ସହ ମିଶି ମଙ୍ଗଳବାର ୧୨ଟା ସମୟରେ କ୍ଷେତକୁ ଚାଷକରିବାକୁ ଯାଇଥିବା ବେଳେ ସେଠାରେ ଏକ ବିଷଧର ସାପ ଇନ୍ଦ୍ରଜିତକୁ କାମୁଡି ଦେଇଥିଲେ । ଏହା ଜାଣିପାରି ପରିବାର ଲୋକ ତୁରନ୍ତ କାଲିମେଳା ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣି ଭର୍ତ୍ତି କରିଥିଲେ ତେବେ ମଧ୍ୟାହ୍ନ ୨ ଟା ସମୟରେ ଇନ୍ଦ୍ରଜିତର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଯାଇଥିବା ତାଙ୍କ ବାପା ପ୍ରକାଶ କରିଛନ୍ତି ଖବର ପାଇଁ ଏମଭି – ୭୯ ପୋଲିସ ପହଂଚି ଶବ ଜବଦ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି କାଲିମେଳା ମେଡିକାଲରେ ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି |ଘରର କମ ବୟସ ର ପୁଅର ମୃତ୍ୟୁ ପରେ ପରିବାର ଲୋକ ମର୍ମାହତ ହୋଇପଡିଛନ୍ତି ଉକ୍ତ ପରିବାରକୁ ନିୟମ ମୁତାବକ ସରକାରୀ ସହାୟତା ଯୋଗାଇଦେବାକୁ ଦାବି ହୋଇଛି ।ସତର୍କ ରହିବାକୁ ବୁଦ୍ଧିଜୀବୀମାନେ ଲୋକଙ୍କୁ ଆହ୍ୱାନ କରିଛନ୍ତି |