ସାପ କାମୁଡାରେ ମୃତକଙ୍କ ଘରକୁ ଯାଇ ମାନବିକତା ଦେଖାଇଲେ ତହସିଲଦାର…

ମାଲକାନଗିରି (ସ. ଖ. ପ୍ର ):୩ ଦିନ ତଳେ ସାପ କାମୁଡ଼ାରେ କାଲିମେଳା ବ୍ଲକ ମାଲାଭରମ ପଂଚାୟତ ପଡ଼ିଆମିଗୁଡାରେ ୨ ଜଣଙ୍କ ପ୍ରାଣ ଯାଇଥିଲା |ମୃତକଙ୍କ ନାମ ହେଲା କଣା ପୋଡ଼ିଆମୀ ଓ ତାର ସ୍ତ୍ରୀ ସୋମେ ପୋଡ଼ିଆମୀ |ତାଙ୍କର ୪ଟି ଛୁଆ ବାପା -ମା ଛେଉଣ୍ଡ ହୋଇଗଲେ |ଏହା ଜାଣିବା ପରେ କାଲିମେଳା ତହସିଲଦାର ଆଲୋକ କୁମାର ଅନୁଗୁଳିଆ ତାଙ୍କ ଗାଁକୁ ଯାଇ ସବୁ କଥା ବୁଝିଥିଲେ |ସରକାରୀ ସୁବିଧା ଯୋଗାଇଦେବାକୁ ପ୍ରତିଶୃତି ଦେଇଥିଲେ ଏବଂ ସେମାନଙ୍କ ମଧ୍ୟରୁ ୨ ଜଣକୁ ମାଙ୍ଗିପାଲ୍ଲୀ ବିଦ୍ୟାଳୟରେ ପାଠ ପଢ଼ାଇବା ପାଇଁ ବ୍ୟବସ୍ଥା କରିଥିଲେ |ତାଙ୍କ ସହ ଆର ଆଇ ବଜ ମାଡକାମୀ, ଦିବ୍ୟ ସିଂ ପାଇକରାୟ ଓ ସେଠାର ସରପଞ୍ଚ ଥିଲେ |ଗାଁର ସବୁ ଲୋକଙ୍କୁ ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା କରିବା ସହ ଘର ଚାରି ଆଡେ ସଫା ରଖି ଫିନାଇଲ, ବ୍ଲିଚିଙ୍ଗ ପକାଇବାକୁ କହିଥିଲେ |