12/15/2024

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ସାଙ୍ଗେର ଯନ୍ତ୍ରଣା କେବେ ଦୂର ହେବ ?

ମାଲକାନଗିରି (ସ. ଖ.ପ୍ର ): ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ମହାରାଜପଲ୍ଲୀ ପଂଚାୟତ ଅନ୍ତର୍ଗତ ଗୁରୁନାମ ଗୁଡାରେ ରହନ୍ତି ଭୀମା କାକେର | ଗୋଟିଏ ଝିଅ ସିଙ୍ଗେ ଓ ପୁଅ କାଟେଜକୁ ନେଇ ତାଙ୍କ ପରିବାର |ସ୍ତ୍ରୀ ୬ ବର୍ଷ ତଳେ ମୃତ୍ୟୁବରଣ କରିଥିଲା |ସେହି ସମୟରେ ସିଙ୍ଗେକୁ ଚଉଦ ବର୍ଷ ହୋଇଥିଲା |ସେତେବେଳେ ତାର ଆଣ୍ଠୁ ଫୁଲିବା ଆରମ୍ଭ ହୋଇଥିଲା |ପ୍ରଥମେ ତାକୁ ଏମ ଭି -୭ ୯ ହସ୍ପିଟାଲକୁ ନେଇଥିଲେ ତା ବାପା ଭୀମା |ଡାକ୍ତର କିଛି ଔଷଧ ଦେଇଥିଲେ ସେଥିରୁ ସେ ଟିକେ ଆରାମ ପାଇଥିଲେ |କିଛି ଦିନ ପରେ ପୁଣି ତାର ଯନ୍ତ୍ରଣା ବଢିଥିଲା |ତାକୁ ଆନ୍ଧ୍ରର ଖମାମର ହସ୍ପିଟାଲକୁ ନେଇ ଦେଖାଇଥିଲେ |ସେଠାରେ ଡାକ୍ତର ଯେଉଁ ଔଷଧ ଦେଇଥିଲେ କିଛି ସମୟ ପାଇଁ ଆରାମ ମିଳିଥିଲା କିନ୍ତୁ ତାପରେ ଯେମିତିକି ସେମିତି |ଏବେ ତାର ବୟସ ୨0ବର୍ଷ |ଯୁବାବସ୍ଥାରେ ଯନ୍ତ୍ରଣା ଭଗୁଛି ସୀଙ୍ଗେ |ତାର ବାପାର ଆର୍ଥିକ ଅବସ୍ଥା ମଧ୍ୟ ଭଲ ନାହିଁ |ତେଣୁ ସରକାରଙ୍କୁ ଗୁହାରି କରି କହିଛି ଯେ ମୋତେ ସାହାଯ୍ୟ କରନ୍ତୁ ଓ ମୋତେ ଏ ଯନ୍ତ୍ରଣାରୁ ମୁକ୍ତି ଦିଅନ୍ତୁ |ଦେଖିବାକୁ ବାକିରହିଲା କେବେ ପ୍ରଶାସନ ତାର ଦୁଃଖ ବୁଝିବ |

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *