ସାଂସଦ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ମାଝୀଙ୍କ ପଡିଆ ବ୍ଲକରେ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ

ମାଲକାନଗିରି ଜିଲ୍ଲା ୧୮/୧୧(ସଖପ୍ର): ବିଜୁ ଜନତା ଦଳ ପଡିଆ ବ୍ଲକର ପାଞ୍ଚଟି ଗ୍ରାମ ପଞ୍ଚାୟତ ନିଲିଗୁଡା ,ମୋଟେରୁ ,ପଡିଆ ,ବାପାନପଲ୍ଲୀ ଓ ଉଣ୍ଡରୁକୋଣ୍ଡା ଗ୍ରାମ ପଞ୍ଚାୟତରେ ପଞ୍ଚାୟତ ସ୍ତରୀୟ କର୍ମୀ ସମ୍ମିଳନୀ ଓ ଲୋକଙ୍କ ବିଭିନ୍ନ ସମସ୍ୟାର ଅଭିଯୋଗ ଶୁଣାଣୀ ମାନ୍ୟବର ନବରଙ୍ଗପୁର ସାଂସଦ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ମାଝୀ କରିଛନ୍ତି । ଉକ୍ତ ଅଭିଯୋଗ ଶୁଣାଣି ମଧ୍ୟରେ ମୋବାଇଲ ଟାୱାର ସୁବିଧା ,ଆମ୍ବୁଲାନ୍ସ ସେବା ଯୋଗାଇଦେବା ,ରାସ୍ତା ,ବିଜୁଳି ,ପ୍ରତି ଗ୍ରାମରେ ଷ୍ଟ୍ରୀଟ ଲାଇଟ୍ ଆଲୋକୀକରଣ କରିବା ,ପାନୀୟ ଜଳର ବ୍ୟବସ୍ଥା ,ମେଘା ଲିପଟ୍ ଜଳସେଚନ ପ୍ରକଳ୍ପ ସୁବିଧା ,ଉନ୍ନତ ଚାଷୀଙ୍କ ପାଇଁ ଡିପ୍ ବୋରୱେଲ ବ୍ୟବସ୍ଥା ,ଜଙ୍ଗଲ ଜମି ଓ ଘରବାରି ପଟ୍ଟା ସମସ୍ୟା , ଏମ୍ ଜି ଏନ୍ ଆର ଯିଏ କାର୍ଯ୍ୟ କରି ଟଙ୍କା ନ ମିଳିବା ,ମୋଟେରୁ ଗ୍ରାମ ପଞ୍ଚାୟତର ମାଡିଗୁଡାରେ ୮ ରୁ ଉର୍ଦ୍ଧ୍ବ ଇନ୍ଦିରା ଆବାସ ଗୃହ ଦୀର୍ଘ ୭ ବର୍ଷ ଧରି ଅସମ୍ପୂର୍ଣ୍ଣ ଅବସ୍ଥାରେ ରହିବା ,ଜଙ୍ଗଲ ବିଭାଗ ତରଫରୁ ବହୁ ଗ୍ରାମରେ ଗଛ ନ ଲଗେଇ ଏମ୍ ଜି ଏନ ଆର ଯିଏ ସ୍କିମ ମାଧ୍ୟମରେ ଲକ୍ଷ ଲକ୍ଷ ଟଙ୍କା ହିତାଧିକାରୀଙ୍କ ନାମରେ ଟଙ୍କା ଉଠେଇବା ଭଳି ବହୁ ଅଭିଯୋଗ ମାନ୍ୟବର ସାଂସଦଙ୍କ ଦୃଷ୍ଟିକୁ ଅଣାଯାଇଥିଲା |ଏ ସବୁ ଅଭିଯୋଗକୁ ପ୍ରଶାସନ ପାଖରେ ରଖି ଏହାର ସମାଧାନ କରିବାକୁ ପ୍ରତିଶୃତି ଦେଇଥିଲେ |