ସାଂସଦ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀଙ୍କୁ ସ୍ବାଗତମ୍ ନାରାଦେଇ ସ୍ବାଗତ ସମ୍ବର୍ଦ୍ଧନା

କୋରାପୁଟଜିଲ୍ଲା/ଜୟପୁର (ସଖପ୍ର): ଚଳିତ ମାସ ୩ ତାରିଖ ଜୟପୁର ସଂଧ୍ୟା ଫଙ୍କସନ ହଲଠାରେ ଆୟୋଜିତ ବୁଦ୍ଧିଜୀବୀ ସମ୍ମିଳନୀରେ ଉପସ୍ଥିତ ଜନ ସାଧାରଣ ସାଂସଦ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀଙ୍କୁ ସ୍ବାଗତମ୍ ନାରାଦେଇ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଭୁବନେଶ୍ୱର ସାଂସଦ ତଥା ଜାତୀୟ ବିଜେପି ମୁଖପାତ୍ର ଅପରାଜିତା ଷଡଙ୍ଗୀ ପ୍ରଥମେ ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇଥିଲେ। ୨୦ବର୍ଷ ପରେ ମଧ୍ୟ ଅବିଭକ୍ତ କୋରାପୁଟଜିଲ୍ଲାର ପ୍ରାଣକେନ୍ଦ୍ର ଜୟପୁର ସହରର ଆଖିଦୃଷ୍ଟିଆ ବିକାଶ ହୋଇନାହିଁ ଓ ରୁପରେଖ ବଦଳିନାହିଁ ବୋଲି କହିଥିଲେ। ଜୟପୁର ମୁଖ୍ୟ ଚିକିତ୍ସାଳୟ ଓ କୋରାପୁଟରେ ମେଡିକାଲ କଲେଜ ଖୋଲାଯାଇଛି। କେନ୍ଦ୍ର ସରକାରଙ୍କ ସହଯୋଗ ଓ ଅନୁଦାନରେ ଭିତ୍ତିଭୂମି, ଯନ୍ତ୍ରାଂଶ ଓ ଔଷଧ ଆଦି ଦିଆଯାଇଛି। ତେବେ ରାଜ୍ୟ ସରକାର ଆବଶ୍ୟକୀୟ ବିଶେଷଜ୍ଞ ଡାକ୍ତର, ନର୍ସ, କର୍ମଚାରୀ ଆଦି କାହିଁକି ନିଯୁକ୍ତି ଦେଉ ନାହାଁନ୍ତି ବୋଲି ସାଂସଦ ପ୍ରଶ୍ନ କରିଥିଲେ। ପରେ ସାଂସଦ ଶ୍ରୀମତୀ ଷଡଙ୍ଗୀ ବୁଦ୍ଧିଜୀବୀ ମଞ୍ଚରେ ଯୋଗ ଦେଇଥିଲେ। ଏଥିରେ ପିଆରଏର ଅବିଭକ୍ତ କୋରାପୁଟ ଜିଲ୍ଲା ଅଧ୍ୟକ୍ଷ ଦେବେନ୍ଦ୍ର ବାହିନୀପତି ସଭାପତିତ୍ୱ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପିଆରଏ ସଦସ୍ୟ ଓ ସହରର ଅନେକ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ। ଅନେକ ସଂଗଠନ ତରଫରୁ ବିଭିନ୍ନ ଦାବୀକୁ ନେଇ ସାଂସଦଙ୍କୁ ସ୍ମାରକପତ୍ର ଦିଆଯାଇଥିଲା। ଏହି କାର୍ଯ୍ୟକ୍ରମରେ ବିଜେପିର ଆଗଧାଡିର କୌଣସି ନେତାଙ୍କୁ ଦେଖିବାକୁ ମିଳି ନ ଥିଲା।
ଜୟପୁରରୁ ଗଜେନ୍ଦ୍ର ସାହୁଙ୍କ ସହ ସନ୍ତୋଷ ପାତ୍ରଙ୍କ ରିପୋର୍ଟ