ସାଂସଦ ଓ ମନ୍ତ୍ରୀଙ୍କ ଦ୍ବାରା ୩୦ ଶଯ୍ୟା ବିଶିଷ୍ଟ ସ୍ବାସ୍ଥ୍ୟକେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ

କୋରାପୁଟ,ତା.୧୬/୧୧(ସଖପ୍ର): କୋରାପୁଟ ଜିଲ୍ଲା କୋଟପାଡ଼ ଠାରେ ଆଜି ୩୦ ଶଯ୍ୟା ବିଶିଷ୍ଟ ଜନନୀ ଓ ଶିଶୁ ସ୍ୱାସ୍ଥ୍ୟ କେନ୍ଦ୍ରର ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଛି। ୭ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ଏହି ସ୍ବାସ୍ଥ୍ୟ କେନ୍ଦ୍ର ରାସ୍ତା ଓ ଗୃହନିର୍ମାଣ ବିଭାଗ ଓଡିଶା ଦ୍ବାରା ତଦାରଖ ହେବ ବୋଲି ଜଣାଯାଇଛି। ଆଜିର ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ଓଡିଶା ମାନ୍ୟବର ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ଶ୍ରୀମତି ପଦ୍ମିନୀ ଦିଆନ୍, ଅନ୍ୟତମ ଅତିଥି ଭାବେ ନବରଂଗପୁର ମାନ୍ୟବର ସାଂସଦ ଶ୍ରୀ ରମେଶ ଚନ୍ଦ୍ର ମାଝୀ,ମୂଖ୍ୟ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ଶ୍ରୀ ମକରନ୍ଦ ବେଉରା, ସ୍ବାସ୍ଥ୍ୟ ଅଧିକାରୀ ଶ୍ରୀ ସାରଥି ମୁନୀ, କୋଟପାଡ ତହସିଲଦାର ଶ୍ରୀ ଭକ୍ତବନ୍ଧୁ ଜନାର୍ଦ୍ଦନ ଦଳେଇ, କୋଟପାଡ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଦାଶରଥି ସରାବୁ, କୋଟପାଡ ବିଜ୍ଞାପିତ ଅଞ୍ଚଳ ପରିଷଦର ନିର୍ବାହୀ ଅଧିକାରୀ ଶ୍ରୀ ଆଲୋକ ରଞ୍ଜନ ସାମନ୍ତରାୟ, ସୁଧୀର ମହାନ୍ତି, ନରେନ୍ଦ୍ର ସ୍ବାଇଁ, ସୁରେନ୍ଦ୍ର ନାଥ ପ୍ରହରାଜ, ସୁଶ୍ରୀ ଦ୍ରୁପଦା ଭତ୍ରା, ପ୍ରକାଶ ଚନ୍ଦ୍ର ମହାନ୍ତି, ମହମ୍ମଦ ସଲୀମ, ଯୁବ ବି. ଜେ. ଡି. ସଭାପତି ଶ୍ରୀ ତପନ ପାଣିଗ୍ରାହୀ, ଓକିଲ ସଂଘ ସଭାପତି ଶ୍ରୀ ମଣିପ୍ରସାଦ ପଟନାୟକ, R&B ନିର୍ବାହୀ ଯନ୍ତ୍ରୀ ଭାସ୍କର ସାମନ୍ତରାୟ, ସହକାରୀ ଯନ୍ତ୍ରୀ ସନ୍ଦୀପ ପାଣିଗ୍ରାହୀ, ସମାଜସେବୀ ଅନୁପ କୁମାର ମିର୍ଦ୍ଧା ସମେତ ଠିକାଦାର ଓ ଅଧିକାରୀ ମାନେ ଉପସ୍ଥିତ ଥିବାର ଜଣାଯାଇଛି ।