ସାଂସଦ ଓ ବିଧାୟକ ହିତାଧିକାରୀଙ୍କୁ ପଟ୍ଟା ବଣ୍ଟନ କଲେ
ମାଲକାନଗିରି (ସଖପ୍ର):ଆଜି ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୋରୁକୋଣ୍ଡା ବ୍ଲକ ନିଲାକାମ୍ବେରୁ ଠାରେ ଚିତ୍ରକୋଣ୍ଡା ତହସିଲ ତରଫରୁ ଆୟୋଜିତ “ଆମ ଗାଁ ଆମ ତହସିଲ” ଆନୁକୁଲ୍ୟରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ସ୍ଥାନୀୟ ହିତାଧିକାରୀଙ୍କୁ ଜଙ୍ଗଲ ଜମି ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମାନ୍ୟବର ସାଂସଦ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ମାଝୀ ଙ୍କ ସହ ଚିତ୍ରକୋଣ୍ଡା ବିଧାୟକ ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ବାକା ଯୋଗ ଦେଇ ହିତାଧିକାରୀଙ୍କୁ ପଟ୍ଟା ବଣ୍ଟନ କରିଛନ୍ତି । ଏହି କାର୍ଯ୍ୟକ୍ରମ ରେ ଅନ୍ୟ ମାନଙ୍କ ମଧ୍ୟରେ ସ୍ଥାନୀୟ ଜନ ପ୍ରତିନିଧି, ଚିତ୍ରକୋଣ୍ଡା ତହସିଲଦାରଙ୍କ ସହ ବିଭାଗୀୟ କର୍ତ୍ତୃପକ୍ଷ ଓ ହିତାଧିକାରୀ ଉପସ୍ଥିତ ଥିଲେ।
ମାଲକାନଗିରିରୁ ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ