ସହୀଦ ସଞ୍ଜୟ ମାଝୀଙ୍କ ସ୍ମୃତିରେ ୭ମ ଅନ୍ତଃରାଜ୍ୟ କ୍ରିକେଟ ଟୁର୍ନାମେଣ୍ଟ
ରାୟଗଡାଜିଲ୍ଲା:(ପ୍ରତିନିଧି ଅମୁଲ୍ୟ ନିଶଙ୍କ) ଛତ୍ରପତି ଶିବାଜୀ କ୍ଲବ ଆମ୍ବଦୋଳା ଆନୁକୂଲ୍ୟରେ ସହୀଦ ସଞ୍ଜୟ ମାଝୀଙ୍କ ସ୍ମୃତିରେ 7ମ ଅନ୍ତ ରାଜ୍ୟ କ୍ରିକେଟ ଟୁର୍ନାମେଣ୍ଟ ସ୍ଥାନୀୟ ଆଦିବାସୀ ଓ ହରିଜନ ଉନ୍ନୟନ ବିଭାଗ ହାଇ ସ୍କୁଲ ପଡିଆରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ରୂପେ ବିଷମକଟକ ଏସଡ଼ିପିଓ ଶ୍ରୀ ଚନ୍ଦ୍ର ଶେଖର ହୋତା, ସମ୍ମାନୀତ ଅତିଥି ଭାବେ ଆମ୍ବଦୋଳ ସରକାରୀ ହସ୍ପିଟାଲର ଡାକ୍ତର ସତ୍ୟଜିତ ବେହେରା, ଲାଞ୍ଜିଗଡ ଆଇ ଆଇ ସି ସତ୍ୟକୁମାର ନନ୍ଦ, ଆଇ ଆଇ ସି ଆମ୍ବଦୋଳା ବନ୍ଦନା ନାୟକ, ହାଇ ସ୍କୁଲ ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ ସାହୁ ସାମନ୍ତ, କଲେଜ ଅଧକ୍ଷ କବିରାଜ ପ୍ରଧାନ, ଅମଲାଭଟା ସରପଞ୍ଚ ତ୍ରିପତି ମିର୍ଦ୍ଧା ଓ ସ୍ୱତନ୍ତ୍ର ନିମନ୍ତ୍ରିତ ଅତିଥି ରୂପେ ସହୀଦ ସଞ୍ଜୟ ମାଝୀଙ୍କ ପିତା ମାତା ଓ ବଡ଼ ଭଉଣୀ ଯୋଗ ଦେଇଥିଲେ।
ଏକ ବିରାଟ ପଟୁଆରରେ ମନ୍ଦିରରୁ ମଶାଲ ଅଣାଯାଇଥିଲା। ମୁଖ୍ୟ ଅତିଥି ପତାକା ଉତ୍ତୋଳନ କରି ମେଚର ଶୁଭ ଉଦଘାଟନ କରିଥିଲେ। ନିମନ୍ତ୍ରିତ ଅତିଥି ଗଣ ନିଜ ମନ୍ତବ୍ୟରେ କ୍ଲବର ଏହି କ୍ରିକେଟ ଖେଳ ମାଧ୍ୟମରେ ଭାଇଚାରା ସୃଷ୍ଟି ସାଙ୍ଗକୁ ସ୍ବର୍ଗତ ସଞ୍ଜୟ ମାଝୀଙ୍କ ନାମରେ ନାମିତ କରିଥିବାରୁ ପ୍ରଶଂସା କରିଥିଲେ। ଏହି ଟୁର୍ନାମେଣ୍ଟରେ ସର୍ବମୋଟ 16ଦଳ ଭାଗ ନେଇଛନ୍ତି। ଉଦ୍ଘାଟନୀ ମେଚରେ ଆନ୍ଧ୍ର ପ୍ରଦେଶର ବବିଲି ଓ ଓଡିଶାର ସୁନାବେଡା ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏହି ଉଦଘାଟନି ମେଚରେ ସୁନାବେଡା ବିଜୟ ହୋଇଥିଲା। ଏହି ମେଚ ଆସନ୍ତା 04.01.2020ରେ ଫାଇନେଲ ଖେଳ ଖେଳାଯିବ।
ବିଜେତା ଦଳକୁ ଟ୍ରଫି ସହିତ ନଗଦ ୫୦ହଜାର ଟଙ୍କା ଓ ଉପ ବିଜେତା ଦଳକୁ ଟ୍ରଫି ସହିତ ୩୦ହଜାର ଟଙ୍କା ନଗଦ ପ୍ରଦାନ କରାଯିବ ବୋଲି ଛତ୍ର ପତି ଶିବାଜୀ ସଭାପତି ଜଣାଇଛନ୍ତି। ଏହି ଖେଳ ଦେଖିବା ପାଇଁ ଆଖ ପାଖ ଅଂଚଳରୁ ଶତାଧିକ ଦର୍ଶକ ଯୋଗଦେଇ ଖେଳ ଉପଭୋଗ କରିଥିଲେ।