ସହକାରୀ ଯୋଗାଣ ଅଧିକାରୀଙ୍କୁ ଗିରଫ କରାଯାଉ :ଜିଲ୍ଲା କଂଗ୍ରେସ

ମାଲକାନଗିରି (ସ.ଖ.ପ୍ର ): ଜିଲ୍ଲାଯୋଗାଣ ବିଭାଗ ଦ୍ବାରାମାଲକାନଗିରି ଜିଲ୍ଲାରେ ଚାଷୀମାନଙ୍କ ଠାରୁ ଧାନ କ୍ରୟ ଲାଗି ବିଭିନ୍ନ ସ୍ଥାନରେ ଧାନ ମଣ୍ଡି ଖୋଲା ଯାଇଥିବା ବେଳେ ଚାଲାଣାଗୁଡା ମାଆ ଲକ୍ଷ୍ମୀ ଦେବୀ ମହିଳା ସ୍ବୟଂ ସହାୟକ ଦଳ ଧାନ କିଣିବା ଲାଗି ପ୍ରଶାସନ ଅନୁମତି ଦେଇଥିଲା ଫେବୃଆରୀ ମାସରେ |ସେହି ସମୟରେ କିଛି ଦଲାଲ ନକଲି ଚାଷୀ ହୋଇ ଧାନ ମାଲକାନଗିରି ବ୍ଲକ ସ୍ଥିତ ଚାଲାଣଗୁଡା ମଣ୍ଡିରେ ବିକ୍ରି କରୁଥିବା ନେଇ ବିଭିନ୍ନ ଗଣ ମାଧ୍ଯମରେ ପ୍ରକାଶ ପାଇବା ପରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଘଟଣାର ତଦନ୍ତ କରାଯାଇ ଆନନ୍ଦ ମାଲାକାର,ପଦିଆ କୱାସୀ,ଇନ୍ଦ୍ର ପଣ୍ଡାଙ୍କ ନାମରେ ମାଲକାନଗିରି ଥାନାରେ ଯୋଗାଣ ନିରୀକ୍ଷକ ସାଗରିକା ମୁଦୁଲି ଲିଖିତ ଅଭିଯୋଗ କରିଥିଲେ |ଫଳରେ ମାଲକାନଗିରି ପୋଲିସ ସେମାନଙ୍କ ନାମରେ ଥାନାବକେଶ ନଂ ୪୯/୨୦୨୦ ଧାରା ୧୨୦(ବି)୪୨୦/୩୪ ମାମଲା ରୁଜୁ କରି କୋର୍ଟକୁ ଚାଲାଣ କରିଥିଲା |ତେବେ ସେହି କେଶକୁ ରଫାଦଫା କରିବା ପାଇଁ ଅଭିଯୁକ୍ତମାନଙ୍କ ସହିତ ଗତ ୧୭/୯/୨୦୨୦ ତାରିଖ ଦିନ ସହକାରୀ ଯୋଗାଣ ଅଧିକାରୀ ମନୋଜ ପ୍ରଧାନ ବାର୍ତ୍ତାଳାପ ହୋଇଥିବା ଅଡିଓ ରେକର୍ଡ ଏକ ବୈଦ୍ଯୁତିକ ଗଣ ମାଧ୍ଯମରେ ପ୍ରଚାର ପ୍ରଶାର ହେଲା ପରେ ଜିଲ୍ଲାପାଳ ଘଟଣାର ତଦନ୍ତ ଲାଗି ଉପ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି |ତେବେ ଜିଲ୍ଲା କଂଗ୍ରେସ ସଭାପତି ଗୋବିନ୍ଦ ପାତ୍ରଙ୍କ ନେତୃତ୍ବରେ ଆଜି ମାଲକାନଗିରି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ନିକଟରେ ଏସିଏଓ ମନୋଜ ପ୍ରଧାନଙ୍କୁ ତୁରନ୍ତ ଗିରଫ କରିବା ଲାଗି ଦାବି ପତ୍ର ଦେଇଥିବା ବେଳେ ଜିଲ୍ଲାପାଳଙ୍କୁ ମଧ୍ଯ ଏକ ଦାବି ପତ୍ର ପ୍ରଦାନ କରାଯାଇ ଉପଜିଲ୍ଲାପାଳଙ୍କୁ ତଦନ୍ତ ଦାୟିତ୍ବ ଦିଆ ନଯାଇ ଭିଜିଲାନ୍ସ ଦ୍ବାରା ଏହି ଘଟଣାକୁ ତଦନ୍ତ ଲାଗି ଦ୍ରୁଢଳଦାବି କରିଛି |ଜିଲ୍ଲା କଂଗ୍ରେସ ଅଭିଯୋଗ କରିଛି ଯେ ସହକାରୀ ଯୋଗାଣ ଅଧିକାରୀ ମନୋଜ ପ୍ରଧାନ ୧୦ ବର୍ଷ ହେଲା ମାଲକାନଗିରି ଜିଲ୍ଲାରେ କାର୍ଯ୍ଯ ନିର୍ବାହ କରି ଆସୁଥିବା ବେଳେ ପୂର୍ବରୁ ତାଙ୍କ ନାମରେ ୩ ଗୋଟି ଭିଜିଲାନ୍ସ ମୋକଦ୍ଦମା ରୁଜୁ ହୋଇଥିଲା |ଗୋଟିଏ କେଶରେ ଭିଜିଲାନ୍ସ କୋର୍ଟ ଏକ ବର୍ଷ ଜେଲ ଦଣ୍ଡାଦେଶ ସହ ୫ ହଜାର ଟଙ୍କା ଜୋରୀମାନା ପକାଇଥିବା ବେଳେ ପରବର୍ତ୍ତୀ ସମୟରେ ଉଚ୍ଚ ନ୍ଯାୟାଳର ଦ୍ବାରସ୍ଥ ହୋଇ କେଶରୁ ଖଲାସ ହୋଇଥିଲେ |କୌଣସି ମାମଲାରେ ଅଭିଯୁକ୍ତ ହେଲେ ସରକାରଙ୍କ ନିୟନମା ନୁସାରେ ଚାକିରୀରୁ ବିହିଷ୍କାର ହେବା ଉଚିତ ,କିନ୍ତୁ ଏସିଏସଓ ମନୋଜ ପ୍ରଧାନଙ୍କୁ ସଜା ହେଲା ପରେ ମଧ୍ଯ ତାଙ୍କୁ କାର୍ଯ୍ଯରୁ କିପରି ବହିଷ୍କାର କରାଗଲା ନାହିଁ ବୋଲି କଂଗ୍ରେସ ପ୍ରଶ୍ନ କରିଛି |ଦେଖିବାକୁ ରହିଲା କେବେ ସହକାରୀ ଯୋଗାଣ ଅଧିକାରୀଙ୍କୁ କେବେ ଗିରଫ କରାଯାଉଛି |