01/16/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ସର୍ଟ ସର୍କିଟରେ ଘର ପୋଡି ସର୍ବସ୍ୱାନ୍ତ ହେଲା ପରିବାର…

ମାଲକାନଗିରି (ସ.ଖ. ପ୍ର ):ମାଲକାନଗିରି ଜିଲ୍ଲାର କାଲିମେଳା ବ୍ଲକ ଲୁଗେଲ ପଂଚାୟତ ରାମପୁର ଗ୍ରାମରେ ଏକ ଦୁଃଖଦାୟକ ଘଟଣା ଘଟିଯାଇଛି |ସେଠାରେ ରୁହନ୍ତି ବ୍ରଜ ବାଘ, ଜେମା ବାଘ, ତାଙ୍କ ପୁଅ ବୋହୁ ଓ ନାତି |ସେମାନେ ରାତିରେ ସୋଇଥିବା ବେଳେ ପ୍ରାୟ ରାତି ୧୧ :୩0ବେଳେ ଘରେ ନିଆଁ ଲାଗି ଯାଇଥିଲା |ସେହି ବଖରାରେ ତାଙ୍କର ବର୍ଷ ଯାକର ଖାଦ୍ୟଶସ୍ୟ ଯଥା ଚାଉଳ, ମାଣ୍ଡିଆ ଏବଂ ତାଙ୍କର ଆସବାସ ପତ୍ର ସବୁ ଥିଲା |ସବୁ ପୋଡ଼ିଯାଇ ସେମାନେ ସର୍ବସ୍ୱାନ୍ତ ହୋଇଯାଇଛନ୍ତି |ବ୍ରଜ ଉଠି ପ୍ରଥମେ ନିଆଁ ଲାଗିଥିବା ଦେଖିବା ପରେ ଗାଁ ଲୋକଙ୍କୁ କହିଲେ |ଗାଁ ଲୋକେ ପ୍ରଥମେ ବିଦ୍ୟୁତ ତାରକୁ କାଟି, ନିଆଁ ଲିଭାଇଥିଲେ |ପରେ ଖବରପାଇ ମାଲାଭରମ ଆର ଆଇ ବାଞ୍ଜା ମାଡକାମୀ କ୍ଷୟ କ୍ଷତିର ଆକଳନ କରି ତହସିଲଦାରଙ୍କୁ ଦେଇଛନ୍ତି |ଏମାନଙ୍କୁ ଯଥାଶୀଘ୍ର ସରକାରୀ ସହାୟତା ଦେବାକୁ ଗ୍ରାମବାସୀ ଜଣାଇଛନ୍ତି |

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *