01/16/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ସର୍ଚ୍ଚ ଅପରେସନ ସମୟରେ ବିପୁଳ ମାଓ ସାମଗ୍ରୀ ଜବତ…

ମାଲକାନଗିରି(ସ.ଖ.ପ୍ର ): ଜିଲ୍ଲା ପୋଲିସକୁ ଏକ ବଡ଼ ସଫଳତା ମିଳିଛି । ୨ ଦିନ ହେବ କାଲିମେଳା ଅଞ୍ଚଳର କୁରୁବ ଓ ସୁଧାକୋଣ୍ଡା ଆଦି ଜଙ୍ଗଲରେ ବିଏସଏଫ ଓ ଡିଭିଏଫ ଯବାନଙ୍କ ମିଳିତ ଉଦ୍ୟମରେ ସର୍ଚ୍ଚ ଅପରେସନ ଜାରିରହିଥିଲା । ଆଜି ସର୍ଚ୍ଚ ଅପରେସନ ବେଳେ ବିପୁଳ ବିସ୍ଫୋରକ ଓ ଅସ୍ତ୍ରଶସ୍ତ୍ର ମିଳିଥିବା ନେଇ ସୂଚନା ରହିଛି । ଗୋଟିଏ ଜାଗାରେ ଏହି ସବୁ ବିସ୍ଫୋରକ ଓ ଅସ୍ତ୍ରଶସ୍ତ୍ର ଗଚ୍ଛିତ ଥିବା ଦେଖିବାକୁ ମିଳିଥିଲା । ସେଠାରୁ ୯୩ଟି ଡିଟୋନେଟର, ବ୍ୟାପକ ଗୁଳି ଓ ଖୋକା, ଲେଦ ମେସିନ, ଗ୍ୟାସ ସିଲିଣ୍ଡର, କାର୍ବାଇଟ ଓ ମାଓ ପୁସ୍ତକ ଭଳି ବହୁ ସାମଗ୍ରୀ ଜବତ ହୋଇଛି । କାଲିମେଳା ଏରିଆ କମିଟି ମାଓ ସଙ୍ଗଠନ ଏହି ସାମଗ୍ରୀ ରଖିଥିବା ଅନୁମାନ କରାଯାଉଛି । ଉଲ୍ଲେଖଯୋଗ୍ୟ ଯେ ଗତ ଦୁଇ ଦିନ ତଳେ ହାର୍ଡକୋର ମାଓବାଦୀ ମନୁର ଆତ୍ମସମର୍ପଣ ଓ ଏବେ ଏହି ଘଟଣା ପରେ ସେହି ଅଂଚଳରୁ ମାଓ କାର୍ଯ୍ୟକ୍ରମ ବନ୍ଦ ହେବାର ଆଶା କରାଯାଉଛି |

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *