November 18, 2025

Sabubarga Khabar

All category news

ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ବଡ଼ବିଲରେ ଶିଶୁଦିବସ ଅନୁଷ୍ଠିତ

ବଡ଼ବିଲ:(ସଖପ୍ର) ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ବଡ଼ବିଲରେ ଶିଶୁଦିବସ ଉତ୍ସବ ଖୁବ ସୁନ୍ଦର ଭାବରେ ପାଳନ କରାଯାଇଛି।ପ୍ରଧାନ ଗୁରୁଜୀ ଶ୍ରୀଯୁକ୍ତ ଡମ୍ବରୁଧର ମହାନ୍ତ ଙ୍କ ଅଧ୍ୟକ୍ଷତାରେ ସଭାକାର୍ଯ୍ୟ ପରିଚାଳିତ ହୋଇଥିଲା।ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ବଡ଼ବିଲ ସରକାରୀ ଡାକ୍ତରଖାନାର ମୁଖ୍ୟ ଶ୍ରୀଯୁକ୍ତ ସୌଭାଗ୍ୟ ରଶ୍ମିରଞ୍ଜନ ସାମଲ ଓ ସମ୍ନାନୀତ ଅତିଥି ଭାବରେ ମହାନ୍ତ ମାର୍ଶାଲ ଆର୍ଟର ପ୍ରତିଷ୍ଠାତା ଶ୍ରୀମାନ ସଚିନ ମହାନ୍ତ ଯୋଗଦେଇଥିଲେ।ମୁଖ୍ୟ ଅତିଥି ଡାକ୍ତର ସୌଭାଗ୍ୟ ରଶ୍ମିରଞ୍ଜନ ସାମଲ ବିଦ୍ୟାଳୟର ଗୁରୁଜି ଶ୍ରୀଯୁକ୍ତ ଜଗନ୍ନାଥ ମହାନ୍ତ ଓ ଶିଶୁଦିବସ ଉତ୍ସବରେ ୧୫ଜଣ ଶିଶୁ ବିଷୟ ଉପରେ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ।ବଡ଼ବିଲ ଶିଶୁ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଗୁରୁଜି ଓ ଗୁରୁମା ସ୍ୱାଗତ ସଂଗୀତ ଗାନ କରିବା ସହ ସମସ୍ତ ଶିଶୁ ଙ୍କୁ ଚନ୍ଦନ,ଫୁଲ, ଦୀପ ଜଳାଇ ପୂଜନ କରିଥିଲେ, ଶେଷରେ ସମସ୍ତ ଶିଶୁ ଙ୍କୁ ମିଷ୍ଟାନ୍ନ ପ୍ରଦାନ କରାଯାଇଥିଲା ବଡ଼ବିଲ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ସମସ୍ତ ଗୁରୁଜି ଓ ଗୁରୁମା ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ।

Leave a Reply

Your email address will not be published. Required fields are marked *

ସବୁବର୍ଗ ଖବର | Newsphere by AF themes.