11/10/2024

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ସରସ୍ବତୀ ଶିଶୁ ଵିଦ୍ୟା ମନ୍ଦିର ନୀଳକଣ୍ଠନଗରର ପଦ୍ମପୁର ଛାତ୍ର ସୄଷ୍ଟି ସୄଜନ ନାୟକ ପ୍ରଥମ

ରାୟଗଡା ୨୬/୦୬(ସଖପ୍ର): ରାୟଗଡା ଜିଲ୍ଲା ପଦ୍ମପୁର ବ୍ଲକ କେନ୍ଦୁଗୁଡା ଗ୍ରାମର ସୄଷ୍ଟି ସୄଜନ ନାୟକ ୫୫୭ ନମ୍ବର ରଖି ଏ-୧ ଗ୍ରେଡରେ ପାସ କରି ପଦ୍ମପୁର ବ୍ଲକରେ ଟପର ହୋଇଛନ୍ତି । ସେ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ନୀଳକଣ୍ଠ ନଗର ବ୍ରହ୍ମପୁରରେ ଦଶମ ଶ୍ରେଣୀରେ ଅଧ୍ୟୟନ କରୁଥିଲେ । ତାଙ୍କ ସଫଳତା ଦିଗରେ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ ଭୁମିକା ଓ ମା ବାପା ଙ୍କ ଆଶୀର୍ବାଦ ଯୋଗୁଁ ମୁଁ ଆଜି ଏହି ପରୀକ୍ଷା ରେ ଉତ୍ତୀର୍ଣ ହୋଇଛି ବୋଲି ସୃଜନ କହିଛନ୍ତି । ଦିନକୁ ୧୦ ଘଣ୍ଟା ଧରି ପାଠପଢ଼ାରେ ପରିଶ୍ରମ କରୁଥିଲେ। ସୃଜନ କହିଛନ୍ତିଯେଏହି ବର୍ଷ କରୋନା ମହାମାରୀ ଲାଗି ସରକାର ବିନା ପରୀକ୍ଷାରେ ଦଶମ ଶ୍ରେଣୀ ଛାତ୍ର ଛାତ୍ରୀ ଙ୍କୁ ପାସ ପାଇଁ ଯେଉଁ ନିଷ୍ପତି ନେଲେ ତାହା କରୋନା ପାଇଁ ଉଚିତ ପଦକ୍ଷେପ ମାତ୍ର ମେଧାବୀ ପିଲାମାନେ ଏଥିରେ ଦୁଃଖିତ। କାରଣ ପରୀକ୍ଷା ହୋଇଥିଲେ କିଛିମାର୍କ ବଢିଥାନ୍ତା । ତାଙ୍କ ପାଠପଢାର ସଫଳତା ପାଇଁ ଅଞ୍ଚଳରେ ବେଶ ଖୁସିର ଲହରୀ ଦେଖା ଦେଇଛି । ଭବିଷ୍ୟତରେ ସେ ଜଣେ ଡ଼ାକ୍ତର ହୋଇ ଅଞ୍ଚଳର ରୋଗୀଙ୍କ ସେବା କରିବା ପାଇଁ ଇଚ୍ଛା ଅଛି ବୋଲି ମତ ପ୍ରକାଶ କରିଛନ୍ତି । ସୃଜନ ହେଉଛନ୍ତି ପଦ୍ମପୁର ଗ୍ରାମର ସମାଜସେବୀ ତଥା ବରିଷ୍ଠ ବିଜେଡି ନେତା ରଘୁନନ୍ଦନ ନାୟକଙ୍କ ପୁତ୍ର। ଏହି ପରିପ୍ରେକ୍ଷିରେ ସୃଜନଙ୍କୁ ଆଦିବାସୀ ଉନ୍ନୟନ ପଛୁଆ ବର୍ଗ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକା, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଉପଦେଷ୍ଟା ଓ ରାୟଗଡା ବିଜେଡି ସଭାପତି ଶ୍ରୀ ସୁଧୀର ଦାସ, ଗୁଣୁପୁର ବିଧାୟକ ରଘୁନାଥ ଗମାଙ୍ଗ, ପଦ୍ମପୁର ବ୍ଲକ ଅଧକ୍ଷ ରମାକାନ୍ତ ମାଝୀ, ବିଜେଡି ଜ଼ିଲ୍ଲା ସମ୍ପାଦକ ଗଗନ ଆଚାର୍ଯ୍ୟ ଅଭିନନ୍ଦନ ଜଣାଇଛନ୍ତି।


ରାୟଗଡାରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *