November 18, 2025

Sabubarga Khabar

All category news

ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଗାୟତ୍ରୀ ନଗର ରାୟଗଡାର ସପ୍ତବିଂଶ ବାର୍ଷିକ ଉତ୍ସବ ପାଳିତ

ରାୟଗଡାଜିଲ୍ଲା: ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଗାୟତ୍ରୀ ନଗର ରାୟଗଡାର ସପ୍ତବିଂଶ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ରାୟଗଡା ଉପଜ଼ିଲ୍ଲାପାଳ ଶ୍ରୀ ପ୍ରତାପ ଚନ୍ଦ୍ର ଜେନା ଯୋଗ ଦେଇ ପ୍ରଦୀପ ପ୍ରଜ୍ୱଳନ କରି ଶୁଭ ଉଦଘାଟନ କରିଥିଲେ।

ବିଦ୍ୟାଳୟ ତଥା ଶିଶୁଙ୍କ ଉନ୍ନତି ନିମନ୍ତେ ଅଭିଭାବକ ଓ ଶିଶୁଙ୍କ ମୁଖ୍ୟ ଭୂମିକା ରହିଛି ବୋଲି କହିଥିଲେ। ସ୍ୱୟଂ ସେବକ ସଙ୍ଘ ସମ୍ପାଦକ ଶ୍ରୀ ଦେବି ପ୍ରସାଦ କର ଯୋଗ ଦେଇ ଭାରତୀୟ ସଂସ୍କୃତି ଓ ପରମ୍ପରାକୁ ବଜାଇ ରଖିବା ସହ ଏକ ଦୃଢ଼ ଭାରତ ଗଠନ ପାଇଁ ଛାତ୍ର ଛାତ୍ରୀଙ୍କୁ ଦିଗ ଦର୍ଶନ ଦେଇଥିଲେ। ବିଦ୍ୟାଳୟ ସମ୍ପାଦକ ଡାକ୍ତର ସୁନୀଲ କୁମାର ମହାପାତ୍ର ବାର୍ଷିକ ବିବରଣୀ ପାଠ କରିଥିଲେ। ବିଭିନ୍ନ ପ୍ରତିଯୋଗିତାରେ କୃତ ଖେଳାଳିଙ୍କୁ ପୁରସ୍କାର ବିତରଣ କରିଥିଲେ। ସେହିପରି ସ୍କୁଲରେ ଅଧୟନ ରତ ଛାତ୍ର ଛାତ୍ରୀ ମା ମାନଙ୍କୁ ନେଇ ବହୁତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ଓ ଏଥିରେ କୃତି ଖେଳାଳି ମା ମାନଂକୁ ମଧ୍ୟ ପୁରସ୍କାର ବିତରଣ କରାଯାଇଥିଲା।

ସ୍କୁଲ ପ୍ରଧାନ ଆଚାର୍ଯ୍ୟ ଅତିଥି ପରିଚୟ ଦେଇଥିଲେ। ସେହିପରି ବିଦ୍ୟାଳୟ ଉପ ସଭାପତି ଧନ୍ୟବାଦ ଅର୍ପଣ କରିଥିଲେ। ପରେ ପରେ ଛାତ୍ର ଛାତ୍ରୀ ମାନେ ରଙ୍ଗା ରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ଯାହାକି ଦର୍ଶକଙ୍କ ମନ ମୁଗ୍ଧ କରିଥିଲା।

ରାୟଗଡାରୁ ରିପୋର୍ଟ ଅମୁଲ୍ୟ ନିଶଙ୍କ

Leave a Reply

Your email address will not be published. Required fields are marked *

ସବୁବର୍ଗ ଖବର | Newsphere by AF themes.