02/18/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ସରକାରୀ ନିର୍ଦ୍ଦେଶକୁ ଫୁ: ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଅଫିସ ପଡିଲା ଖାଲି

ବାଲେଶ୍ବର: ସରକାରଙ୍କ ନିର୍ଦ୍ଦେଶକୁ ସରକାରୀ କର୍ମଚାରୀଙ୍କ ଅବମାନନା। ବୁଧବାର ସକାଳ ସାଢେ 9ଟା ସୁଦ୍ଧା କାର୍ଯ୍ୟାଳୟରେ ପହଞ୍ଚିବାକୁ ନିର୍ଦ୍ଦେଶ ଦିଆଯିବା ସତ୍ତ୍ବେ ଖାଲି ପଡିଲା ସରକାରୀ କାର୍ଯ୍ୟାଳୟ। ବୁଧବାର ଦିଆଯାଇଥିବା ଭାରତ ବନ୍ଦ ଡାକରାକୁ ଦୃଷ୍ଟିରେ ରଖି ରାଜ୍ୟର ବିଭିନ୍ନ ସ୍କୁଲ ଓ କଲେଜକୁ ବନ୍ଦ ଘୋଷଣା କରାଯାଇଥିବାବେଳେ ସରକାରୀ କର୍ମଚାରୀଙ୍କୁ କାର୍ଯ୍ୟାଳୟରେ ଉପସ୍ଥିତି ରହିବାକୁ ନିର୍ଦ୍ଦେଶ ଜାରି ହୋଇଥିଲା। ମାତ୍ର ହେଲେ ବାଲେଶ୍ବର ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଖାଲି ପଡିଥିଲା
ଆମ ପ୍ରତିନିଧି ସକାଳ ସାଢେ 9ଟା ସମୟରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ଯେଉଁଠି ସେ ଅନେକ ଚେୟାର ଫାଙ୍କା ପଡିବା ସହ ଚାବି ମଧ୍ୟ ଖୋଲା ଯାଇନଥିଲା । ଏପରିକି 22ଜଣ କର୍ମଚାରୀଙ୍କ ମଧ୍ୟରୁ ମାତ୍ର ହାତଗଣତି କେତେ ଜଣ କର୍ମଚାରୀ ଠିକ ସମୟରେ ଅଫିସ ଆସିଥିବାର ଦେଖିବାକୁ ମିଳିଥିଲା। ସେପଟେ, ବିଳମ୍ବରେ କାର୍ଯ୍ୟାଳୟ ଆସି ଆନ୍ଦୋଳନକାରୀଙ୍କ ଉପରେ ଦୋଷ ଦେଇ ଖସି ଯିବାକୁ ଉଦ୍ୟମ କରିଥିଲେ କର୍ମଚାରୀ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *