ସରକାରୀ ଓକିଲଙ୍କ ବିୟୋଗରେ ଶୋକସଭା
କୋଟପାଡ଼ ୧୩/୮(ସଖପ୍ର) : ଆଜି କୋଟପାଡ଼ ନ୍ୟାୟାଳୟ ପରିସରରେ ବରିଷ୍ଠ ସରକାରୀ ଓକିଲ, ମଞ୍ଚ ଓ ଆକାଶବାଣୀ କଳାକାର ତଥା ବହୁମୂଖୀ ପ୍ରତିଭାର ଅଧିକାରୀ ଶ୍ରୀ ରମେଶ ଚରଣ ପାଣିଗ୍ରାହୀଙ୍କ ବିୟୋଗରେ ଏକ ଶୋକ ସଭାର ଆୟୋଜନ ହୋଇଯାଇଛି । କୋଟପାଡ଼ ଓକିଲ ସଂଘର ସଭାପତି ଶ୍ରୀ ମଣିପ୍ରସାଦ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସ୍ବର୍ଗତ ପାଣିଗ୍ରାହୀଙ୍କ ଦିବଙ୍ଗତ ଆତ୍ମାର ସଦଗତି କାମନା କରି ୨ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଘନଶ୍ୟାମ ବିଷୋୟୀ, ସଞ୍ଜୟ ମିଶ୍ର, ଶଙ୍କର ପଟ୍ଟନାୟକ, ଲକ୍ଷ୍ମୀନାରାୟଣ ବିଷୋୟୀ, ରାମେଶ୍ବର ଜେନା, କାମାକ୍ଷୀ ପ୍ରସାଦ ପାଢ଼ୀ, କିଶୋର ଚନ୍ଦ୍ର ମିଶ୍ର, ଦୁର୍ଗାପ୍ରସାଦ ସାହୁ, ଗୁପ୍ତ ବେହେରା ପ୍ରମୁଖ ବିଶିଷ୍ଟ ଆଇନଜୀବୀ ମାନେ ଉପସ୍ଥିତ ଥିଲେ ।