01/21/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଭୋଜନ କକ୍ଷ ଉଦଘାଟିତ

ରାୟଗଡା ଜ଼ିଲ୍ଲା:(ପ୍ରତିନିଧି ଅମୁଲ୍ୟ ନିଶଙ୍କ) ସ୍କୁଲରେ ଅଧ୍ୟୟନରତ ଛାତ୍ରଛାତ୍ରୀ କିପରି ଭାବେ ଆରାମରେ ବସି ନିଜର ଖାଦ୍ୟ ଖାଇପାରିବେ ସେଥିପାଇଁ ବିଷମକଟକ ସଦର ମହକୁମାରେ ଅବସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଏକ ଉନ୍ନତମାନର ଭୋଜନକକ୍ଷକୁ ବିଷମକଟକ ବିଧାୟକ ତଥା ମାନ୍ୟବର ମନ୍ତ୍ରୀ ଅନୁସୂଚିତ ଜାତି ଜନଜାତି ତଥା ପଛୁଆ ବର୍ଗ ଉନ୍ନୟନ ବିଭାଗ ଓଡିଶା ସରକାର ଜଗନ୍ନାଥ ସାରକା ଉଦଘାଟନ କରିଛନ୍ତି ଓ ତାହା ସହିତ ଛାତ୍ରଛାତ୍ରୀଙ୍କ ସହିତ ବସି ଏହି ନୂତନ ମଧ୍ୟାହ୍ନ ଭୋଜନକକ୍ଷରେ ବସି ଭୋଜନ କରିଥିଲେ ଓ ଜ଼ିଲ୍ଲା ଗ୍ରାମ୍ୟ ଉନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକ ଅମ୍ରିତ ଋତୁରାଜ ମଧ୍ୟ ମନ୍ତ୍ରୀ ଓ ଛାତ୍ର ଛାତ୍ରୀଙ୍କ ସହିତ ମଧ୍ୟାହ୍ନ ଭୋଜନ କରିଥିଲେ। ଏହି କକ୍ଷଟି ପଂଚାୟତ ପାଣ୍ଠିରୁ କରାଯାଉଥିବା ମନ୍ତ୍ରୀ କହିଥିଲେ। ଆଗାମୀ ଦିନରେ ସବୁ ପଂଚାୟତରେ ଏହିପରି ମଧ୍ୟାହ୍ନ ଭୋଜନ କକ୍ଷ ନିର୍ମାଣ କରାଯିବ ବୋଲି PD DRDA ଋତୁରାଜ କହିଛନ୍ତି । ଏହି ଉଦଘାଟନ କାର୍ଯ୍ୟକ୍ରମରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଉପଦେଷ୍ଟା ସୁଧୀର ଦାସ, ବିଷମକଟକ ବି ଡ଼ି ଓ ଅଲବ ଆର୍ଟ ଲାକଡା, ବି ଇ ଓ ଜୟଚନ୍ଦ୍ର ପାଠୀ ,ବ୍ଲକ ଅଧ୍ୟକ୍ଷା ବିଜୟୀ ଶାନ୍ତି କୁଂବୁରିକା ଉପସ୍ଥିତ ରହିଥିଲେ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *